Trending Photos
EPFO Updates: ନୂଆଦିଲ୍ଲୀ: ହାୟର ପେନସନ ପାଇଁ ବିଚାରାଧୀନ ଆବେଦନ ପ୍ରକ୍ରିୟାରେ ଆଶ୍ୱସ୍ତି ପ୍ରଦାନ କରି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (ଇପିଏଫ୍ଓ) ବେତନ ବିବରଣୀ ଅପଲୋଡ୍ କରିବାର ଶେଷ ତାରିଖକୁ ଜାନୁୟାରୀ ୩୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଯେଉଁମାନେ ପ୍ରକ୍ରିୟା ସମାପ୍ତ କରିବାରେ ବିଳମ୍ବର ସମ୍ମୁଖୀନ ହୋଇଥିଲେ।
୩.୧ ଲକ୍ଷ ଆବେଦନ ଏବେ ବି ପେଣ୍ଡିଂ ରହିଛି
ଇପିଏଫଓ ସୂଚନା ଦେଇଛି ଯେ ନିଯୁକ୍ତିଦାତାଙ୍କ ସହ ୩.୧ ଲକ୍ଷରୁ ଅଧିକ ଆବେଦନ ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ଅଛି। ଏହି କାରଣରୁ, ଏହି ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ନିଯୁକ୍ତିଦାତା ଏବଂ କର୍ମଚାରୀମାନେ ଆବଶ୍ୟକ ବେତନ ବିବରଣୀ ଅପଲୋଡ୍ କରିପାରିବେ।
ଇପିଏଫଓ ଦେଲା ସ୍ପଷ୍ଟ ସୂଚନା
EPFO ନିଯୁକ୍ତିଦାତାଙ୍କୁ ଅନୁରୋଧ କରିଛି ଯେ ୪.୬୬ ଲକ୍ଷ ମାମଲାରେ ସୂଚନା କିମ୍ବା ଉତ୍ତର ଅଦ୍ୟତନ କରିବାକୁ ଯେଉଁଥିରେ ଜାନୁଆରୀ ୧୫, ୨୦୨୫ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ ଇପିଏଫଓ ପକ୍ଷରୁ କୁହାଯାଇଛି।
ବିଗତ ଏକ ବର୍ଷ ମଧ୍ୟରେ ଏକାଧିକ ଥର ସୁଯୋଗ ଦେଇଛି ଇପିଏଫଓ
ପ୍ରଥମ ସୁଯୋଗ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ସୀମାକୁ ବୃଦ୍ଧି କରାଯାଇଥିଲା। ସେହିପରି ଦ୍ୱିତୀୟ ଥର ପାଇଁ ୩୧ ଡିସେମ୍ବର ୨୦୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ମେ ୩୧ ତାରିଖକୁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଥିବା ବେଳେ ଏବେ ୨୦୨୫ ଜାନୁଆରୀ ୩୧ ତାରିଖକୁ ଚତୁର୍ଥ ଥର ପାଇଁ ସମୟ ସୀମାକୁ ବୃଦ୍ଧି କରିଠି ଇପିଏଫଓ।
ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଓ ଇପିଏଫଓର ସୁବିଧା
୨୦୨୨ ମସିହାର ଏପ୍ରିଲ ୪ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସୁବିଧା ଆରମ୍ଭ କରାଯାଇଥିଲା। ଏହା ଯୋଗ୍ୟ ପେନସନଭୋଗୀ ଏବଂ ସଦସ୍ୟମାନଙ୍କ ପାଇଁ, ଯେଉଁମାନେ ଅଧିକ ବେତନରେ ପେନ୍ସନ୍ ଚୟନ କରିବାକୁ ଚାହୁଁଛନ୍ତି ତାଙ୍କ ସୁବିଧା ଉପଲବ୍ଧ କରାଇଥିଲା
ଏହି ଅନଲାଇନ୍ ସୁବିଧା ୨୦୨୩ ମସିହା ଫେବୃଆରୀ ୨୬ରେ ଆରମ୍ଭ ହୋଇଥିଲା। ଯାହା ପୂର୍ବରୁ ୩ ମେ ୨୦୨୩ରେ ସୀମିତ ଥିଲା। ପରେ ଏହା ଜୁନ୍ ୨୬ ଏବଂ ପରେ ଜୁଲାଇ ୧୧କୁ ବୃଦ୍ଧି କରାଯାଇଥିଲା।
କର୍ମଚାରୀଙ୍କୁର ଏକ ବଡ଼ ଭାଗିଦାରୀ
୧୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ୧୭.୪୯ ଲକ୍ଷ ଆବେଦନ ଇପିଏଫଓ ନିକଟରେ ପହଞ୍ଚିଥିଲା। ଏହା ସତ୍ତ୍ୱେ ଏକ ବୃହତ ସଂଖ୍ୟାରେ ଆବେଦନ ପ୍ରକ୍ରିୟା ନିଯୁକ୍ତିଦାତାଙ୍କର ମଧ୍ୟ ଲମ୍ବା ତାଲିକା ରହିଥିଲା।
ନିଯୁକ୍ତିଦାତା ଓ ସଂଘର ଅପିଲ
ଇପିଏଫଓ କହିଛି କି ନିଯୁକ୍ତିଦାତା ସଂଘ ଓ ପେନସନ ଭୋଗୀଙ୍କ ନିକଟରୁ ଏକାଧିକ ଅନୁରୋଧ ଆମକୁ ମିଳିଛି। ଯେଉଁଥିରେ ସମୟ ସୀମାକୁ ବଢାଇବାକୁ ଦାବି ହୋଇଛି। ଏହାକୁ ଧ୍ୟାନରେ ରଖି ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିରେ ଇପିଏଫଓ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି କି ଏହି ପ୍ରକ୍ରିୟାରେ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ। ନିଯୁକ୍ତିଦାତା ଓ କର୍ମଚାରୀ ଏହି ସମୟରେ ଲାଭ ଉଠାଇବା ସହିତ ଯଥାଶୀଘ୍ର ନିଜର ଲାଭ ଉଠାଇପାରିବେ।