Nuapada News: ବୃଦ୍ଧାଙ୍କୁ ଖାଇଗଲା ମହାବଳ ବାଘ, ଗାଁରେ କୋକୁଆଭୟ
Advertisement
Article Detail0/zeeodisha/odisha1618875

Nuapada News: ବୃଦ୍ଧାଙ୍କୁ ଖାଇଗଲା ମହାବଳ ବାଘ, ଗାଁରେ କୋକୁଆଭୟ

Nuapada News: ମହାବଳ ବାଘ (Royal Bengal Tiger) ପାଇଁ ଗାଁରେ କୋକୁଆଭୟ । ବୃଦ୍ଧାଙ୍କୁ ଖାଇଗଲା ବାଘ (Royal Bengal tiger kills elderly woman)। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ (Sunabeda Sanctuary) ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ମହାବଳ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Nuapada News: ମହାବଳ ବାଘ (Royal Bengal Tiger) ପାଇଁ ଗାଁରେ କୋକୁଆଭୟ । ବୃଦ୍ଧାଙ୍କୁ ଖାଇଗଲା ବାଘ (Royal Bengal tiger kills elderly woman)। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ (Sunabeda Sanctuary) ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ମହାବଳ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଛି। ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ମହାବଳ ବାଘ ଆସି ବୃଦ୍ଧାଙ୍କୁ (Royal Bengal tiger kills elderly woman) ଟାଣି ନେଇ ଖାଇ ଯାଇଥିଲା। ବିଳମ୍ବ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ (elderly woman)ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ବୃଦ୍ଧାଙ୍କର ରକ୍ତକୁ ଶୋଷି ଦେବା ସହ ଅଧା ଶରୀରକୁ ବାଘ ଖାଇ ଯାଇଛି। ଏହା ମହାବଳ ବାଘର କାମ ହୋଇଥିବା ଅନୁମାନ କରୁଛୁ ବୋଲି ସୁନାବେଡ଼ା ବନ୍ୟା ପ୍ରାଣୀ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।

ନିକଟରେ, କେନ୍ଦୁଝର (keonjhar)ଜିଲ୍ଲାର ଘଟଗାଁ ରେଞ୍ଜରେ (keonjhar forest) ମହାବଳ ବାଘ(royal bengal tiger) ବୁଲୁଥିବାର ଦେଖିବାକୁ ମିଳିଥିଲା ।  ବାଘର ବୟସ ୩ରୁ ୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ (royal bengal tiger) ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ (royal bengal tiger)ଉପରେ ନଜର ରଖିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣ ଏବଂ ପ୍ରାକୃତିକ ସହବାସ ପାଇଁ ବାହାରକୁ ବାଘ ଆସିଥାଇପାରେ ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି । ବାଘର(royal bengal tiger) ଗତିବିଧି ଉପରେ ନଜର ରଖିବାକୁ କ୍ୟାମେରା ଲାଗିଛି । ବନବିଭାଗ କର୍ମଚାରୀ ସଜାଗ ଅଛନ୍ତି ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି । ସୂଚନା ଅନୁସାରେ ଗତ ୨ ତାରିଖରେ କେନ୍ଦୁଝର ଜିଲ୍ଲା (keonjhar forest)ପାଟଣା ବନାଞ୍ଚଳ ରୋହିଣୀଡୁମା ଗାଁରେ ଅନନ୍ତ ମାଝୀ ହାଟରୁ ଫେରୁଥିବାବେଳେ ବାଘ (royal bengal tiger) ଆକ୍ରମଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ମୃତଦେହର ପାରିପାର୍ଶ୍ୱିକ ଅବସ୍ଥାରୁ ବାଘ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣାର ୩ ଦିନ ପରେ ଏକ ବାର୍ହାକୁ ମଧ୍ୟ ବାଘ ଖାଇ ଅଧାଖଣ୍ଡିଆ କରି ଛାଡି ଯାଇଥିଲା । ଆହୁରି ମଧ୍ୟ ଅନେକ ଗୃହପାଳିତ ପଶୁ ଚରିବାକୁ ଜଙ୍ଗଲ ଯାଇଥିବାବେଳେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।

Also Read : DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!

Also Read : Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ

ନିକଟରେ ମହାବଳ ବାଘଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଦେଶରେ ଅସୁରକ୍ଷିତ ହୋଇପଡିଛନ୍ତି ମହାବଳ। ୫୦ ଦିନରେ ୩୦ ମହାବଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ ଜଣାପଡ଼ିଛି। ମାତ୍ର ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟି ଅଫ୍‌ ଇଣ୍ଡିଆ(ଡବ୍ଲୁପିଏସ୍‌ଆଇ)ର ତଥ୍ୟ ଅଲଗା କହୁଛି। ୫୪ ଦିନରେ ୩୬ଟି ମହାବଳ ଓ ୯୯ଟି କଲରାପତରିଆଙ୍କର ମୃତ୍ୟୁ ହୋଇସାରିଛି। ଯଦି ଏହି ହାରରେ ବାଘ ମୃତ୍ୟୁ ଜାରି ରହେ,ତେବେ ବର୍ଷ ଶେଷ ବେଳକୁ ଦେଶରେ ମହାବଳଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବ। ସରକାରୀ ଭାବେ ବାଘଙ୍କ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ତଥ୍ୟ ଦିଆଯାଉଛି, ବେସରକାରୀ ଭା‌ବେ ଏହା ଢେର୍‌ ଅଧିକ। ଗୋଟିଏ ପଟେ ୨୦୧୮ ବାଘ ଗଣନା ରିପୋର୍ଟ ଆଧାରରେ ସଂଖ୍ୟା ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ସରକାର ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ଅନ୍ୟପଟେ ୫ବର୍ଷ ମଧ୍ୟରେ ୫୦୦ରୁ ଅଧିକ ବାଘଙ୍କ ମୃତ୍ୟୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।