Cyclone dana live Update: ଧିରେ ଧିରେ ପବନ ସାଙ୍ଗକୁ ବଢ଼ୁଛି ବର୍ଷା, ମଝି ସମୁଦ୍ରରେ ୫ଟି ବୋଟ୍....
Advertisement
Article Detail0/zeeodisha/odisha2486639

Cyclone dana live Update: ଧିରେ ଧିରେ ପବନ ସାଙ୍ଗକୁ ବଢ଼ୁଛି ବର୍ଷା, ମଝି ସମୁଦ୍ରରେ ୫ଟି ବୋଟ୍....

Cyclone dana live Update: ଆନ୍ଧ୍ରପ୍ରଦେଶ ସରକାର ଓ ଉକ୍ତ ବୋଟ୍ ମାଲିକମାନଙ୍କ ଅନୁରୋଧ କ୍ରମେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଅତି ଯତ୍ନର ସହିତ ଉକ୍ତ ବୋଟ୍ କୁ ସୁରକ୍ଷିତ ଭାବେ ରଖି ତାର କର୍ମଚାରୀମାନଙ୍କୁ ସଂଘ କାର୍ଯ୍ୟାଳୟରେ ରଖାଯାଇଛି। ଉକ୍ତ ବୋଟ୍ କର୍ମଚାରୀଙ୍କ ରହିବା ଖାଇବା ନେଇ ସମସ୍ତ ଦାୟିତ୍ଵ ଓମ୍ଫା ବହନ କରିଥିବା ବେଳେ ଏଠାରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ। 

Cyclone dana live Update: ଧିରେ ଧିରେ ପବନ ସାଙ୍ଗକୁ ବଢ଼ୁଛି ବର୍ଷା, ମଝି ସମୁଦ୍ରରେ ୫ଟି ବୋଟ୍....

Cyclone dana live Update: (ନାରାୟଣ ବେହେରା) ପାରାଦୀପରେ ବାତ୍ୟା ଦାନାର ପ୍ରଭାବ, ଧିରେ ଧିରେ ପବନ ସାଙ୍ଗକୁ ବର୍ଷା ବଢ଼ିବାରେ ଲାଗିଛି। ସରକାରୀ ବେସରକାରୀ ସ୍ତରରେ ସବୁ କିଛି ପ୍ରସ୍ତୁତି ଜୋର୍ ଦାର୍ କରାଯାଇଛି। ଏହା ମଧ୍ୟ ରେ ବାତ୍ୟା ଆସିବା ପୁର୍ବରୁ ଆନ୍ଧ୍ର ପ୍ରଦେଶ ର ୫ଟି ମାଛଧରା ବୋଟ୍ ସମୁଦ୍ର ମଧ୍ୟରେ ମାଛ ଧରୁଥିଲେ। କିନ୍ତୁ ଲଘୁଚାପ ଜନିତ ବାତ୍ୟା ନେଇ ଘୋଷଣା ହେବା ପରେ ଉକ୍ତ ୫ ବୋଟ୍ ପାରାଦୀପ ଉପକୂଳରେ ଫସି ଯାଇଥିଲେ।

 ଅଶାନ୍ତ ସମୁଦ୍ର ଓ ପ୍ରବଳ କରେଣ୍ଟ୍ ଯୋଗୁଁ ଉକ୍ତ ତିନୋଟି ବୋଟ୍ ତାଙ୍କ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଫେରିବା ସମ୍ଭବ ହୋଇନଥିଲା। ତେଣୁ ନିକଟରେ ପାରାଦୀପ ବନ୍ଦର ଥିବା ବେଳେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରାଦୀପ ମାଛଧରା ବନ୍ଦର ରେ ରଖାଯାଇଛି । ଏବଂ ଆନ୍ଧ୍ରପ୍ରଦେଶ ସରକାର ଓ ଉକ୍ତ ବୋଟ୍ ମାଲିକମାନଙ୍କ ଅନୁରୋଧ କ୍ରମେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଅତି ଯତ୍ନର ସହିତ ଉକ୍ତ ବୋଟ୍ କୁ ସୁରକ୍ଷିତ ଭାବେ ରଖି ତାର କର୍ମଚାରୀମାନଙ୍କୁ ସଂଘ କାର୍ଯ୍ୟାଳୟରେ ରଖାଯାଇଛି। ଉକ୍ତ ବୋଟ୍ କର୍ମଚାରୀଙ୍କ ରହିବା ଖାଇବା ନେଇ ସମସ୍ତ ଦାୟିତ୍ଵ ଓମ୍ଫା ବହନ କରିଥିବା ବେଳେ ଏଠାରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ। 

ଏନେଇ ବାରମ୍ବାର ସରକାରଙ୍କ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା କହିଛନ୍ତି ଓଡ଼ିଶା ସାମୁଦ୍ରିକ ସଂଘ ସଭାପତି ଶ୍ରୀକାନ୍ତ ପରିଡା। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା ନିବେଦନ କରିଥିବା ବେଳେ ଏହି ସମସ୍ୟା କୁ ନେଇ ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଜଗତସିଂହପୁର ଜିଲ୍ଲା ମତ୍ସ୍ୟ ଅଧିକାରୀ ରେସମା ରାଣୀ ସିଂ ପ୍ରକାଶ କରିଛନ୍ତି।