ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ
Advertisement
Article Detail0/zeeodisha/odisha2486831

ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟରେ ମହେନ୍ଦ୍ର ତନୟା ନଦୀ କୂଳରେ ଅବସ୍ଥିତ ଯାହାକୁ ପଡୋଶୀ ସହର ପାଠପଟଣମ ଠାରୁ ପୃଥକ କରିଛି । ଏହି ସହର ରାଜ୍ୟ ରାଜପଥ ୪ ଏବଂ ଜାତୀୟ ରାଜପଥ 326A ମାଧ୍ୟମରେ ସଂଯୋଗୀକରଣ ହୋଇଛି, ଯାହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ଅଞ୍ଚଳକୁ ସଂଯୋଗ କରୁଛି ।

ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି: ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି । ଏହି ପଦକ୍ଷେପଟି ଓଡ଼ିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।

ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟରେ ମହେନ୍ଦ୍ର ତନୟା ନଦୀ କୂଳରେ ଅବସ୍ଥିତ ଯାହାକୁ ପଡୋଶୀ ସହର ପାଠପଟଣମ ଠାରୁ ପୃଥକ କରିଛି । ଏହି ସହର ରାଜ୍ୟ ରାଜପଥ ୪ ଏବଂ ଜାତୀୟ ରାଜପଥ 326A ମାଧ୍ୟମରେ ସଂଯୋଗୀକରଣ ହୋଇଛି, ଯାହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ଅଞ୍ଚଳକୁ ସଂଯୋଗ କରୁଛି ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଗୁଣୁପୁର ଠାରୁ ନୌପଡ଼ା ପର୍ଯ୍ୟନ୍ତ ୯୦ କିଲୋମିଟର ଦୈର୍ଘ୍ୟ ବ୍ରଡ୍ ଗେଜ୍ ରେଳ ଲାଇନ ଦ୍ୱାରା ରେଳ ସଂଯୋଗ ସୁବିଧା କରାଯାଇଅଛି ଯାହା ଆଞ୍ଚଳିକ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ପାରଳାଖେମୁଣ୍ଡି ରେଳ ଷ୍ଟେସନ ପାଇଁ ପ୍ରସ୍ତାବିତ ବିକାଶ ଯୋଜନାରେ:

• ଏହି ନୂତନ ଷ୍ଟେସନ୍ ବିଲଡିଙ୍ଗକୁ ୭୨ ବର୍ଗମିଟର ବିଶିଷ୍ଟ ବାଣିଜ୍ୟିକ କ୍ଷେତ୍ର ସହିତ ୧୩୭୫ ବର୍ଗମିଟର କ୍ଷେତ୍ରରେ ନିର୍ମାଣ କରାଯାଉଅଛି ।

• ପ୍ଲାଟଫର୍ମ ୧ ଏବଂ ୨ ମଧ୍ୟରେ ଯାତାୟାତ ପାଇଁ ୧୨ ମିଟର ଚଉଡା ଫୁଟ ଓଭର ବ୍ରିଜ୍ ନିର୍ମାଣ ।

• ୧୪,୩୨୬.୯ ବର୍ଗ ମିଟର ବିସ୍ତୃତ ଚଳପ୍ରଚଳ କ୍ଷେତ୍ରର ଉନ୍ନତିକରଣ ।

• ୨୭୧୧.୯ ବର୍ଗ ମିଟର ବିଶିଷ୍ଟ ଏକ ସୁଚିନ୍ତିତ ପାର୍କିଂ କ୍ଷେତ୍ର ।

• ବର୍ଦ୍ଧିତ ଆଧୁନିକୀକରଣ ପାଇଁ ବର୍ତ୍ତମାନର ପ୍ଲାଟଫର୍ମଗୁଡିକୁ ଉଚ୍ଚ ସ୍ତରକୁ ବୃଦ୍ଧି କରିବା ।

• ସମୁଦାୟ ୮ ଟି ପ୍ଲାଟଫର୍ମ ବେ (ଆଶ୍ରୟସ୍ଥଳ) ନିର୍ମାଣ (PF-1 ରେ ୬ ଟି ଏବଂ PF-2 ରେ ୨ ଟି ବେ) ।

• ପ୍ରିମିୟମ୍ ଲାଉଞ୍ଜ (୬୪ ବର୍ଗମିଟର), ଉଚ୍ଚ ଶ୍ରେଣୀ ଅପେକ୍ଷା ହଲ୍ (୩୬ ବର୍ଗମିଟର) ଏବଂ ଦ୍ୱିତୀୟ ଶ୍ରେଣୀ ଅପେକ୍ଷା ହଲ୍ (୪୮ ବର୍ଗମିଟର) ।

• ଏକ ନୂତନ ପ୍ରିମିୟମ୍ ଟଏଲେଟ୍ ବ୍ଲକ୍ (୧୦୪ ବର୍ଗମିଟର) ।

• ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କ୍ଷେତ୍ରରେ ପ୍ରାୟ ୮୦% ପ୍ରଗତି ହାସଲ କରିଛି ।

ଏହି ବିକାଶ ପ୍ରମୁଖ ଷ୍ଟେସନରେ ଭିତ୍ତିଭୂମି ଏବଂ ସେବା ବୃଦ୍ଧି ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ସୂଚିତ କରିବା ସହିତ ଉନ୍ନତ ପରିବହନ ସୁବିଧା ଦ୍ୱାରା ଜନସମୁଦାୟ ଲାଭବାନ ହେବେ ।

Also Read- ପାରାଦୀପଠାରୁ ୧୫୦ କିମି ଦୂରରେ ବାତ୍ୟା, ଅଫିସର ଫୋନ ନଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ !

Also Read- ଭୁବନେଶ୍ବର ଏବଂ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ବୋମା ଆତଙ୍କ