ଆଲର୍ଟ! ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ବର୍ତ୍ତମାନ ଦେବାକୁ ହେବ ଅଧିକ ଚାର୍ଜ
Advertisement
Article Detail0/zeeodisha/odisha1361045

ଆଲର୍ଟ! ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ବର୍ତ୍ତମାନ ଦେବାକୁ ହେବ ଅଧିକ ଚାର୍ଜ

Bank Credit Card: ଯେଉଁମାନେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଦେଉଛନ୍ତି, ସେମାନେ ସମୟ ସମୟରେ ସେମାନଙ୍କର କ୍ରେଡିଟ୍ କାର୍ଡ ସୀମା ଯାଞ୍ଚ କରି ନେବା ଉଚିତ୍ । କ୍ରେଡିଟ୍ କାର୍ଡଧାରୀମାନେ ନିଶ୍ଚିତ କରିବା ଉଚିତ୍ ଯେ ସେମାନଙ୍କର କ୍ରେଡିଟ୍ କାର୍ଡ ସୀମା ଯେପରି ଶେଷ ହୋଇ ନ ଥାଏ ।

ସୌ: ସୋସିଆଲ ମିଡିଆ

ICICI Bank Credit Card: ଯଦି ଆପଣ ଏକ କ୍ରେଡିଟ୍ କାର୍ଡ ମଧ୍ୟ ବ୍ୟବହାର କରନ୍ତି, ତେବେ ସାବଧାନ ହୋଇଯାଆନ୍ତୁ, କାରଣ ଆଇସିଆଇସିଆଇ ବ୍ୟାଙ୍କ (ICICI Bank) କ୍ରେଡିଟ୍ କାର୍ଡ (Credit Card) ସହିତ ଜଡିତ ଏକ ନିୟମରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ ଭଡା ଦେଉଛନ୍ତି, ତେବେ ସତର୍କ ହୋଇ ଯାଆନ୍ତୁ । ଖୁବ୍ ଶୀଘ୍ର ବ୍ୟାଙ୍କ ଆପଣଙ୍କୁ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଦେବା ପାଇଁ ଏକ ଫି ଭାବରେ ୧% ଚାର୍ଜ କରିବ ।

ଏହି ପ୍ରାଇଭେଟ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦେଇ କହିଛି, 'ପ୍ରିୟ ଗ୍ରାହକ, ୨୦ ଅକ୍ଟୋବର ୨୦୨୨ ରୁ ଭଡା ପ୍ରଦାନ ପାଇଁ ଆପଣଙ୍କ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ଥିବା ସମସ୍ତ କାରବାର ଉପରେ ୧ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ।'

ଅନେକ ଭଡାଟିଆ ରେଡ୍ ଜିରାଫ୍, ମାଇଗେଟ୍, ପେଟିଏମ୍ ଓ ମ୍ୟାଜିକ୍ ବ୍ରିକ୍ସ ଭଳି ପ୍ଲାଟଫର୍ମରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ପ୍ରଦାନ କରନ୍ତି । ଏହି ତୃତୀୟ ପକ୍ଷ ସେବା ପ୍ରଦାନକାରୀମାନେ ଏକ ସୁବିଧା ଶୁଳ୍କ ମଧ୍ୟ ଆଦାୟ କରନ୍ତି । ଉଦାହରଣ ସ୍ୱରୂପ, ପେଟିଏମ୍ ମାଧ୍ୟମରେ ଏକ କ୍ରେଡିଟ୍ କାର୍ଡ ବ୍ୟବହାର କରି ଭଡା ଦେବାକୁ, ଭଡାଟିଆଙ୍କୁ ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ କିମ୍ବା ପେମେଣ୍ଟ ଅଧୀନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ନମ୍ବର ଏଣ୍ଟ୍ରି କରିବାକୁ ପଡିଥାଏ । ଏହା ପରେ ସେ ନିଜ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ପ୍ରଦାନ କରିପାରିଥାଏ ।

ଯଦି ଆପଣ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଦେଉଛନ୍ତି, ତେବେ ଆପଣଙ୍କର କ୍ରେଡିଟ୍ କାର୍ଡ ବିଲ୍ ଠିକ୍ ସମୟରେ ଦେବାକୁ ଭୁଲନ୍ତୁ ନାହିଁ । ଯଦି ଆପଣ ଦେୟରେ ବିଳମ୍ବ କରୁଛନ୍ତି ତେବେ ଆପଣଙ୍କର କ୍ରେଡିଟ୍ ସ୍କୋର ପ୍ରଭାବିତ ହେବ ।

କ୍ରେଡିଟ୍ କାର୍ଡଧାରୀମାନେ ଧ୍ୟାନ ଦେବା ଉଚିତ୍ ଯେ କ୍ରେଡିଟ୍ କାର୍ଡ ଉପରେ ସୁଧ ଅଧିକ ଥାଏ । ଆପଣ ଏକ ସୁଧମୁକ୍ତ ପରିଶୋଧ ଅବଧି ପାଇବେ । ସମାନ ଅବଧି ମଧ୍ୟରେ ଆପଣଙ୍କୁ ଦେୟ ଦେବାକୁ ପଡିବ । ବିଲ୍ ପେମେଣ୍ଟରେ ବିଳମ୍ବ ହେଲେ ସୁଧରେ ଅଧିକ ବୃଦ୍ଧି ଘଟିବ । ଏହି କ୍ଷେତ୍ରରେ, ଆପଣଙ୍କୁ ଡେବିଟ୍ କାର୍ଡ କିମ୍ବା ନଗଦଠାରୁ ଅଧିକ ଦେବାକୁ ପଡିବ ।

ଏହା ବି ପଢ଼ନ୍ତୁ: PAN Card: ହଜିଯାଇଛି କି ପ୍ୟାନ୍ କାର୍ଡ? ଜାଣନ୍ତୁ କିପରି ଘରେ ବସି ୫୦ ଟଙ୍କାରେ ପାଇ ପାରିବେ ନୂଆ କାର୍ଡ!

ଏହା ବି ପଢ଼ନ୍ତୁ: Instagram New Feature: ବର୍ତ୍ତମାନ ପିତାମାତା ପିଲାଙ୍କ ଉପରେ ରଖିପାରିବେ ନଜର, ଜାଣନ୍ତୁ କେମିତି?

ଏହା ବି ପଢ଼ନ୍ତୁ: Apple Fines: iPhonesରେ ଚାର୍ଜର ନ ଦେଇ ଫସିଲା କମ୍ପାନୀ, ଏହି ଦେଶରେ ଲାଗିଲା ୨୪ ଲକ୍ଷ ଫାଇନ୍