ରାୟପୁର: ଛତିଶଗଡ଼ର ଜାଞ୍ଜଙ୍ଗୀର-ଚମ୍ପା ଅଞ୍ଚଳରେ ବୋରୱେଲ ମଧ୍ୟରେ ଫସି ରହିଥିବା ୧୧ ବର୍ଷୀୟ ରାହୁଲ ସାହୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତୀୟ ସେନା। ବେଶ ଲମ୍ବା ସମୟ ଧରି ଚାଲିଥିବା ଉଦ୍ଧାର ଅଭିଯାନ ସଫଳ ହୋଇଛି।
ଜାଣନ୍ତୁ ଉଦ୍ଧାର ଅଭିଯାନର ଘଟଣାକ୍ରମ
- ବୋରୱେଲ ମଧ୍ୟରେ ଫସିରହିଥିବା ୧୧ ବର୍ଷୀୟ ରାହୁଲ ସାହୁଙ୍କୁ ଉଦ୍ଧାର କଲେ ଭାରତୀୟ ସେନା ଯବାନ
- ବୋରୱେଲ ମଧ୍ୟରେ ରାହୁଲଙ୍କୁ ସଫଳତାର ସହ ଠାବ କରିଥିଲେ ଉଦ୍ଧାରକାରୀ ଦଳ
- ଦୀନେଶ ନାମକ ଜଣେ NDRFଯବାନ ବୋରୱେଲ ମଧ୍ୟକୁ ଯାଇ ରାହୁଲଙ୍କୁ ଉପରକୁ ଉଠାଇଥିଲେ
- ଉଦ୍ଧାର ପରେ ତାଙ୍କୁ ସିଧାସଳଖ ଡାକ୍ତରଖାନା ନେବା ପାଇଁ ସବୁଜ କରିଡର ପ୍ରସ୍ତୁତ
- 03Bn.NDRF ଦ୍ବାରା ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ
- ରୋବୋଟ୍ ଦ୍ବାରା ରାହୁଲଙ୍କୁ ଉଦ୍ଧାର କରିବାର ପ୍ରଥମ ଚେଷ୍ଟା ବିଫଳ ହୋଇଥିଲା
- ଖନନ ସମୟରେ ଭେଣ୍ଟିଲେଟର/ ଧୂଆଁ ଫିଲ୍ଟର ଦ୍ୱାରା ଧୂଳି ନିୟନ୍ତ୍ରିତ କରାଯାଇଥିଲା
- ରାହୁଲଙ୍କ ସଠିକ୍ ଅବସ୍ଥାନ ଟ୍ରାକ୍ କରିବାକୁ 'ଭିକ୍ଚିମ ଲୋକେସନ କ୍ୟାମେରା' ବ୍ୟବହାର କରାଯାଇଥିଲା
- ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ
- ରାହୁଲଙ୍କୁ ଉଦ୍ଧାର କରିବାକୁ ପାଇଁ ବିଳାସପୁରରୁ ଅଣାଯାଇଥିଲା ଡ୍ରିଲ୍ ମେସିନ୍
- ଶିଶୁକୁ ଉଦ୍ଧାର କରିବା ପାଇଁ JCB ଦ୍ବାରା ସମାନ୍ତରାଳ ଗାତ ଖୋଳାଯାଇଥିଲା
- NDRF ଦ୍ବାରା ଅତ୍ୟଧିକ ଯତ୍ନର ସହ ଡ୍ରିଲିଂ/ଟନେଲିଂ କାର୍ଯ୍ୟ କରାଯାଇଥିଲା
Also Read: Borewell Rescue Operation : ସଙ୍କଟରେ ରାହୁଲ! ଧିମେଇଲା ଉଦ୍ଧାର କାର୍ଯ୍ୟ