PMFBY: ଫସଲ ବିମା ଯୋଜନାକୁ ନେଇ ବଡ଼ ଘୋଷଣା କଲେ ସରକାର, ପଢ଼ନ୍ତୁ ପୂରା ଖବର..
Advertisement
Article Detail0/zeeodisha/odisha1803584

PMFBY: ଫସଲ ବିମା ଯୋଜନାକୁ ନେଇ ବଡ଼ ଘୋଷଣା କଲେ ସରକାର, ପଢ଼ନ୍ତୁ ପୂରା ଖବର..

PradhanMantri Fasal bima Yojana: ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା(PMFBY) ଅଧିନରେ କୃଷକ ପଞ୍ଜିକରଣ ପାଇଁ କେନ୍ଦ୍ର କଟ୍ ଅଫ୍ ତାରିଖକୁ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିଛି। ପୂର୍ବରୁ ଏହି ନାମ ଲେଖା ତାରିଖ ଜୁଲାଇ ୩୧ ଥିବା ବେଳେ କୃଷକଙ୍କ(farmers) ହିତକୁ ଆଖି ଆଗରେ ରଖି ଏହି ତାରିଖ ବୃଦ୍ଧି କରିଛନ୍ତି ସରକାର(Government)।

ସାଙ୍କେତିକ ଫଟୋ: Pradhan Mantri Fasal bima Yojana

PradhanMantri Fasal bima Yojana: ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା(PMFBY) ଅଧିନରେ କୃଷକ ପଞ୍ଜିକରଣ ପାଇଁ କେନ୍ଦ୍ର କଟ୍ ଅଫ୍ ତାରିଖକୁ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିଛି। ପୂର୍ବରୁ ଏହି ନାମ ଲେଖା ତାରିଖ ଜୁଲାଇ ୩୧ ଥିବା ବେଳେ କୃଷକଙ୍କ(farmers) ହିତକୁ ଆଖି ଆଗରେ ରଖି ଏହି ତାରିଖ ବୃଦ୍ଧି କରିଛନ୍ତି ସରକାର(Government)।

ବିଜ୍ଞପ୍ତି ତଥା ନୂତନ ଜ୍ଞାନକୌଶଳ(New farm infrastructure) ପ୍ରୟୋଗରେ ବିଳମ୍ବ ହେତୁ ବହୁ କୃଷକ ଏହି ଯୋଜନା ଅଧିନରେ ନାମ ଲେଖାଇ ପାରିନଥିଲେ। ତେଣୁ ନାମ ଲେଖା ତାରିଖକୁ ଆସନ୍ତା ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିବାକୁ ରାଜ୍ୟ କୃଷି ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।

“କୃଷି ବିଭାଗ ଏହି ଅନୁରୋଧକୁ ଯାଞ୍ଚ ପରେ ଜାଣିବାକୁ ପାଇଛି ଯେ କାର୍ଯ୍ୟକାରୀ କମ୍ପାନୀଗୁଡିକ - ଏଆଇସି ଅଫ୍ ଇଣ୍ଡିଆ, ଫ୍ୟୁଚର ଜେନେରାଲୀ, ଏସବିଆଇ ଜେନେରାଲ ଇନସୁରାନ୍ସ ଏବଂ ରିଲାଏନ୍ସ ଜେନେରାଲ ଇନସୁରାନ୍ସ କମ୍ପାନୀ - ଓଡିଶାରେ କାର୍ଯ୍ୟ କରୁଥିବା କଟ୍ ଅଫ୍ ସମ୍ପ୍ରସାରଣ ପାଇଁ ସହମତି ପ୍ରକାଶ କରିଛନ୍ତି। କୃଷକଙ୍କ ସର୍ବାଧିକ କଭରେଜ୍ ନିଶ୍ଚିତ କରିବାକୁ ଏହି ତାରିଖ ସହାୟକ ହେବ ବୋଲି ମନ୍ତ୍ରଣାଳୟର ଏକ ଚିଠିରେ କୁହାଯାଇଛି।

ରାଜ୍ୟରେ ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ PMFBY ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଭିନ୍ନ ପ୍ରକାରର ଫସଲ ପାଇଁ କୃଷକଙ୍କ ନାମଲେଖା ତାରିଖକୁ ଜୁଲାଇ ୩୧ ରୁ ୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ବର୍ଦ୍ଧିତ ସମୟ ମଧ୍ୟରେ କେନ୍ଦ୍ରର ପ୍ରିମିୟମ୍ ଅଂଶ ପ୍ରଦାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି।ଯୁଗ୍ମ ନିର୍ଦ୍ଦେଶକ (କ୍ରେଡିଟ) ରମେଶ ଯାଦବ କହିଛନ୍ତି, “ଏହି ବର୍ଦ୍ଧିତ ସମୟ ମଧ୍ୟରେ ନୈତିକ ବିପଦ ଏବଂ ଆଣ୍ଟି-ସିଲେକସନକୁ ଦୂର କରିବା ପାଇଁ ରାଜ୍ୟ ପ୍ରଶାସନକୁ ଯତ୍ନବାନ ହେବାକୁ ଅନୁରୋଧ କରାଯାଇଛି।

ଏହି ସମୟରେ, ଚାରିଟି ବୀମା କମ୍ପାନୀର ସମବାୟ ବ୍ୟାଙ୍କ, ପ୍ରାଥମିକ କୃଷି ସମବାୟ ସମିତି, କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଏବଂ ଫିଲ୍ଡ ଏଜେଣ୍ଟମାନଙ୍କୁ ଫସଲ ବୀମା ଅନ୍ତର୍ଗତ ରାଜ୍ୟର ସର୍ବାଧିକ କୃଷକ ଏବଂ କ୍ଷୁଦ୍ର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରି ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ। କୃଷି ବିଭାଗର ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ, “ଏକତ୍ର ହୋଇ କାମ କରନ୍ତୁ, ଆପଣଙ୍କ ବିକାଶ ପାଇଁ  ରାଜ୍ୟ ସରକାର ସର୍ବଦା ତତ୍ପର ।

Also Read: Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Market Price Hike: ଟମାଟୋ ପରେ ଏବେ ଫଳ ଓ ଚାଉଳ ଦରରେ ବୃଦ୍ଧି, ମହଙ୍ଗା ମାଡ଼ରେ ଖାଉଟି ଛଟପଟ