Parliament session: ସଂସଦରେ ମନ କଥା କହିଲେ ଭର୍ତ୍ତୃହରି: ଏବେ ସଦସ୍ୟ ନୁହେଁ ଦଳ ସ୍ଥିର କରୁଛି ସାଂସଦଙ୍କ ଭାଷଣ
Advertisement
Article Detail0/zeeodisha/odisha1877177

Parliament session: ସଂସଦରେ ମନ କଥା କହିଲେ ଭର୍ତ୍ତୃହରି: ଏବେ ସଦସ୍ୟ ନୁହେଁ ଦଳ ସ୍ଥିର କରୁଛି ସାଂସଦଙ୍କ ଭାଷଣ

Parliament Special Session 2023: ସମ୍ବିଧାନର ଯାତ୍ରା ବିଷୟକୁ ମନେ ପକାଇ ସହସଦରେ ଆଜି ବିଭିନ୍ନ ଦଳର ସାଂସଦ ନିଜ ନିଜର ମନ୍ତବ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଆଲୋଚନା ଆରମ୍ଭ କରିଥିଲେ । ଆଜି ପୁରୁଣା ସଂସଦରେ ଶେଷ କାର୍ଯ୍ୟ ଦିବସ ଥିଲା । ଏହାପରେ ଆସନ୍ତା କାଲିଠାରୁ ନୂତନ ସଂସଦଭବନରେ କାର୍ଯ୍ୟ ଚାଲିବ ।

 

ସୌ: ସୋସିଆଲ ମିଡିଆ

Parliament Session: ସଂସଦ ଭିତରେ ମୁକ୍ତ କଣ୍ଠରେ ବିଭିନ୍ନ ନୀତି, ବ୍ୟବସ୍ଥା ବାବଦରେ କହିବାର ଅଧିକାର ସାଂସଦଙ୍କ ରହିଛି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟାବା୍ରକ ବୋଲି ଗ୍ରହଣ କରାଯାଏ । କିନ୍ତୁ ଆଜି ଭାରତରେ ସାଂସଦଙ୍କୁ ସ୍ୱାଧୀନ ମତ ଦେବାର ଅଧିକାର ନାହିଁ । ‘ଦଳ’ ର ମତକୁ ସେ ଅଭିବ୍ୟକ୍ତ କରିବା ପାଇଁ ବାଧ୍ୟ ବୋଲି କହିଛନ୍ତି ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବ (Bhartruhari Mahtab)। 

‘ଅମୃତକାଳରେ ଭାରତର ସାମ୍ବିଧାନିକ ଯାତ୍ରା’ ବିଷୟରେ ନିଜର ମନ୍ତବ୍ୟ ଉପସ୍ଥାପନ କରି ଶ୍ରୀ ମହତାବ କହିଛନ୍ତି, ଆଜି ଆମ ଭିତରୁ କେହି କହିବା ପାଇଁ ଠିଆ ହେବା ବେଳେ ଆମେ ଆଗୁଆ ଜାଣିପାରୁଛୁ ଯେ କିଏ କ’ଣ କହିବାକୁ ଚାହୁଁଛି । ଏହାର କାରଣ ହେଉଛି ଦଳର ନିର୍ଦ୍ଦେଶ । ଦଳ ସେ ପ୍ରସଙ୍ଗରେ ଯାହା ନିର୍ଦ୍ଦେଶ ଦେଇଛି ଆମେ ତାହା କହିବାକୁ ବାଧ୍ୟ ହେଉଛୁ । 

‘ହେଲେ ଏପରି ବ୍ୟବସ୍ଥା ଆଗରୁ ନଥିଲା । ରାଜୀବ ଗାନ୍ଧି ସମୟରେ ଯେଉଁ ସମ୍ବିଧାନ ସଂଶୋଧନ ହେଲା ତା’ ପେର ପରିସ୍ଥିତି ବଦଳି ଗଲା ଆଉ ତାହା ଏବେ ବି ଚାଲିଛି’ ବୋଲି ସେ କହିଛନ୍ତି । 

ରାଜୀବ ଗାନ୍ଧିଙ୍କ ସମୟରେ ୧୯୮୫ ମସିହାରେ ଏହି ସଂଶୋଧନ ହୋଇଥିଲା । ଯାହାଦ୍ୱାରା ସମ୍ବିଧାନରେ ‘ରାଜନୈତିକ ଦଳ’ ଯୋଡ଼ା ଯାଇଥିଲା । ଅର୍ଥାତ୍‍ ରାଜେନୈତିକ ଦଳକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିଥିଲା । ଏହା ପୂର୍ବରୁ ସଂସଦର ପ୍ରତିଟି ସଦସ୍ୟ କେବଳ ସାଂସଦ ଭାବେ ପରିଚିତ ହେଉଥିଲେ । ସେମାନଙ୍କ ପାଖରେ ନିଜର ମନ୍ତବ୍ୟ ବ୍ୟକ୍ତ କରିବାର ଅଧିକାର ଥିଲା ବୋଲି ଶ୍ରୀ ମହତାବ କହିଛନ୍ତି । 

ସେ କହିଛନ୍ତି ‘ ଦଶମ ଅନୁଚ୍ଛେଦ ସଂଯୋଗ ହେଲାପରା ଆମେ ସ୍ୱାଧୀନତା ହରାଇଲୁ। ରାଜୀବ ଗାନ୍ଧିଙ୍କ ସମୟରେ ୪୦୦ରୁ ଅଧିକ ସଦସ୍ୟ ଥିଲେ। ସେତେବେଳେ ‘ପଲିଟିକାଲ ପାର୍ଟି’ ଶବ୍ଦ ସମ୍ବିଧାନରେ ସଂଯୋଗ ହୋଇଥିଲା। ଏବେ ଦଳ ଆମକୁ ନିର୍ଦ୍ଦେଶ ଦେଉଛି କ’ଣ କହିବାକୁ ହେବ।

ସମ୍ବିଧାନର ଯାତ୍ରା ବିଷୟକୁ ମନେ ପକାଇ ସହସଦରେ ଆଜି ବିଭିନ୍ନ ଦଳର ସାଂସଦ ନିଜ ନିଜର ମନ୍ତବ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଆଲୋଚନା ଆରମ୍ଭ କରିଥିଲେ। ଆଜି ପୁରୁଣା ସଂସଦରେ ଶେଷ କାର୍ଯ୍ୟ ଦିବସ। ଏହାପରେ ଆସନ୍ତା କାଲିଠାରୁ ନୂତନ ସଂସଦଭବନରେ କାର୍ଯ୍ୟ ଚାଲିବ।

ଏହା ବି ପଢ଼ନ୍ତୁ: Women Reservation Bill: ମହିଳା ସଂରକ୍ଷଣ ଉପରେ ବିଲ୍ ଆଣିବେ ସରକାର, ବୁଧବାର ଦିନ ଉପସ୍ଥାପିତ ହୋଇପାରେ ବିଲ୍