Budget session 2025: ୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ଫେରାଇଛି ଆମେରିକା
Advertisement
Article Detail0/zeeodisha/odisha2634573

Budget session 2025: ୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ଫେରାଇଛି ଆମେରିକା

ନୂଆଦିଲ୍ଲୀ: ୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବାରୁ ପ୍ରତ୍ୟାର୍ପଣ କରିଛି ଯୁକ୍ତରାଷ୍ଟ୍ର ଆମେରିକା। ୨୦୧୨ ମସିହା ପରଠାରୁ ସେନାବାହିନୀର ବିମାନରେ ସେମାନଙ୍କୁ ପ୍ରତ୍ୟାର୍ପଣ କରାଯାଉଥିବା ଉଲ୍ଲେଖ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତୀୟ ନାଗରିକଙ୍କ ଉପରେ ଦୁର୍ବ୍ୟବହାର ନକରିବାକୁ ଆମେରିକା ସ

Budget session 2025: ୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ଫେରାଇଛି ଆମେରିକା

Budget session 2025: ନୂଆଦିଲ୍ଲୀ: ୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବାରୁ ପ୍ରତ୍ୟାର୍ପଣ କରିଛି ଯୁକ୍ତରାଷ୍ଟ୍ର ଆମେରିକା। ୨୦୧୨ ମସିହା ପରଠାରୁ ସେନାବାହିନୀର ବିମାନରେ ସେମାନଙ୍କୁ ପ୍ରତ୍ୟାର୍ପଣ କରାଯାଉଥିବା ଉଲ୍ଲେଖ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତୀୟ ନାଗରିକଙ୍କ ଉପରେ ଦୁର୍ବ୍ୟବହାର ନକରିବାକୁ ଆମେରିକା ସରକାରଙ୍କୁ ସୂଚନା ଦେଇଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏହି ସୂଚନା ରଖିଛନ୍ତି। 

ବୁଧବାର ସନ୍ଧ୍ୟାରେ ଆମେରିକା ସେନାବାହିନୀ ଦ୍ୱାରା ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୦୪ ଜଣ ଭାରତୀୟଙ୍କୁ ଅମୃତସର ବିମାନ ବନ୍ଦର ଠାରେ ଓହ୍ଲାଇ ଦିଆଯାଇଥିଲା। ବେଆଇନ ଭାବେ ଏହି ୧୦୪ ଜଣ ଭାରତୀୟ ଆମେରିକାରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିଲେ। ନୂଆ ସରକାର ଗଠନ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ କ୍ରମେ ଆମେରିକାରେ ରହୁଥିବା ବେଆଇନ ବିଦେଶୀଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଭାରତର ୧୦୪ ଜଣଙ୍କୁ ଫେରାଇ ଦିଆଯାଇଛି। କିନ୍ତୁ ସେମାନଙ୍କ ହାତକଡି ଏବଂ ବେଡି ବନ୍ଧାଯାଇଥିବା ତଥା ବିମାନଯାତ୍ରା ସମୟରେ ଆବଶ୍ୟକ ସୁବିଧା ପ୍ରଦାନ କରାଯାଇନଥିବା ଅଭିଯୋଗ ସମ୍ପର୍କରେ ସରକାର ସଚେତନ ଅଛନ୍ତି ଏବଂ ବିଷୟକୁ କୂଟନୈତିକ ସ୍ତରରେ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। 

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି କୌଣସି ଦେଶ ସହ ସମ୍ପର୍କ ଲୋକଙ୍କ ଆଦାନ ପ୍ରଦାନ ଦ୍ୱାରା ଗଭୀର ହୋଇଥାଏ। ଆମେରିକା ସହ ଆମର ଏହିପରି ଆଦାନ ପ୍ରଦାନ ଆମର ସମ୍ପର୍କକୁ ଅଧିକ ମଜଭୁତ କରିଛି। କିନ୍ତୁ ଅନେକ ସମୟରେ ବେଆଇନ ଭାବରେ ନାଗରିକ ବିଭିନ୍ନ ଦେଶରେ ପ୍ରବେଶ କରୁଛନ୍ତି। ଏହା ଆଦୌ ବୈଧ ନୁହେଁ। ଏଣୁ ଏହିପରି ଭାବରେ ବେଆଇନ କାରବାର ଯେପରି ବନ୍ଦ ହେବ ସେଥିପାଇଁ ଭାରତ ଚେଷ୍ଟା କରୁଛି। କୌଣସି ରାଷ୍ଟ୍ରପାଇଁ ଲୋକଙ୍କର ବେଆଇନ ଯିବାଆସିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଉଭୟ ଗୃହରେ ସାଂସଦମାନଙ୍କ ଉଦବେଗକୁ ଲକ୍ଷ୍ୟ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଉଦବୋଧନ ରଖିଛନ୍ତି। ସେ କହିଛନ୍ତି ୨୦୦୯ ପରଠାରୁ ଆମେରିକା ଏହିପରି ଭାବରେ ବେଆଇନ ପ୍ରବେଶକାରୀଙ୍କୁ ପ୍ରତ୍ୟାର୍ପଣ କରିବା ଆରମ୍ଭ କରିଛି। ୨୦୦୯ରୁ ୨୦୨୫ ମଧ୍ୟରେ ୧୫୬୮୧ ଜଣ ଭାରତୀୟଙ୍କୁ ପ୍ରତ୍ୟାର୍ପିତ କରାଯାଇଛି। ଏହାର ଏକ ତାଲିକା ପ୍ରଦାନ କରି ଶ୍ରୀ ଜୟଶଙ୍କର କହିଛନ୍ତି ୨୦୦୯ ମସିହାରେ ୭୩୪ ଜଣଙ୍କୁ ଆମେରିକା ପ୍ରତ୍ୟାର୍ପଣ କରିଥିଲା। ୨୦୧୦ରେ ଏହି ସଂଖ୍ୟା ୭୯୯ ରହିଥିବା ବେଳେ ୨୦୧୧ରେ ୫୯୭, ୨୦୧୨ରେ ୫୩୦, ୨୦୧୩ରେ ୫୧୫, ୨୦୧୪ରେ ୫୯୧, ୨୦୧୫ରେ ୭୦୮, ୨୦୧୬ରେ ୧୩୦୩, ୨୦୧୭ରେ ୧୦୨୪, ୨୦୧୮ରେ ୧୧୮୦, ୨୦୧୯ରେ ୨୦୪୨, ୨୦୨୦ରେ ୧୮୮୯, ୨୦୨୧ରେ ୮୦୫,  ୨୦୨୨ରେ ୮୬୨, ୨୦୨୩ରେ ୬୭୦, ୨୦୨୪ରେ ୧୩୬୮ ଏବଂ ୨୦୨୫ ବର୍ତ୍ତମାନ ସୁଦ୍ଧା ୧୦୪ ଜଣଙ୍କୁ ଆମେରିକା ସରକାର ଭାରତକୁ ଫେରାଇଛନ୍ତି। 

କୌଣସି ଭାବରେ ବେଆଇନ ପ୍ରବେଶକୁ ଭାରତ ସରକାର ପ୍ରଶ୍ରୟ ଦେଉନାହାନ୍ତି। ଏଣୁ ଯେଉଁ ଏଜେନ୍ସିମାନେ ଏହି ଭଳି ବେଆଇନ ମାନବ ଚାଲାଣ କରୁଛନ୍ତି ସେମାନଙ୍କୁ ଉପରେ ଦେଖିଲାଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି।