ଜେଲ୍ କଟକଣା ଭାଙ୍ଗିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha2178949

ଜେଲ୍ କଟକଣା ଭାଙ୍ଗିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଝାରପଡା ଜେଲରେ ଗ୍ୟାଙ୍ଗୱାର ସହିତ ଜେଲ୍ ପରିସରରୁ ନିଶାଦ୍ରବ୍ୟ ମିଳିବା ଘଟଣା ପରେ ବର୍ତ୍ତମାନ ଜେଲ୍ ମଧ୍ୟରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଜେଲ୍ ସୁରକ୍ଷା ବ୍ୟବସ୍ଥାରେ କିପରି ଢିଲା ହେଉଛି ତାହା ଲୋକଲୋଚନକୁ ଆସିଛି । ଯଦି ଭୁବନେଶ୍ୱରରେ ଜେଲର ଅବସ୍ଥା ଏପରି ତେବେ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଜେଲ୍ ଗୁଡିକର ଅବସ୍ଥା କିପରି ଥିବ ସେନେଇ ମନରେ ସନ୍ଦେହ ଜାତ ହୋଇଛି । ଏ ଘଟଣା ପରେ ଜେଲ୍ ଡିଜି ଅମ୍ରିତ ମୋହନ ସମସ୍ତ ଜେଲ୍ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି ।

ଜେଲ୍ କଟକଣା ଭାଙ୍ଗିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ସବୁଠୁ ହାଇପ୍ରୋଫାଇଲ୍ ତଥା ରାଜଧାନୀର ଝାରପଡା ଜେଲରେ ଗ୍ୟାଙ୍ଗୱାର ସହିତ ଜେଲ୍ ପରିସରରୁ ନିଶାଦ୍ରବ୍ୟ ମିଳିବା ଘଟଣା ପରେ ବର୍ତ୍ତମାନ ଜେଲ୍ ମଧ୍ୟରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଜେଲ୍ ସୁରକ୍ଷା ବ୍ୟବସ୍ଥାରେ କିପରି ଢିଲା ହେଉଛି ତାହା ଲୋକଲୋଚନକୁ ଆସିଛି । ଯଦି ଭୁବନେଶ୍ୱରରେ ଜେଲର ଅବସ୍ଥା ଏପରି ତେବେ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଜେଲ୍ ଗୁଡିକର ଅବସ୍ଥା କିପରି ଥିବ ସେନେଇ ମନରେ ସନ୍ଦେହ ଜାତ ହୋଇଛି । ଏ ଘଟଣା ପରେ ଜେଲ୍ ଡିଜି ଅମ୍ରିତ ମୋହନ ସମସ୍ତ ଜେଲ୍ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି ।

ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ବର୍ତ୍ତମାନ କଏଦୀମାନଙ୍କ କ୍ୟାଣ୍ଟିନ ଖର୍ଚ୍ଚ କମାଇ ଦିଆଯିବ । ପୂର୍ବରୁ ପ୍ରତି କଏଦୀଙ୍କ କ୍ୟାଣ୍ଟିନ ଖର୍ଚ୍ଚ ୫ ହଜାର ଟଙ୍କା ଥିବା ସମୟରେ ବର୍ତ୍ତମାନ ତାହା ପରିବର୍ତ୍ତିତ ହୋଇ ୩ ହଜାର ଟଙ୍କା ହୋଇଛି । ଏଥିସହ କଏଦୀମାନେ ଦିନକୁ ମାତ୍ର ୧୦୦ ଟଙ୍କା କ୍ୟାଣ୍ଟିନରେ ଖର୍ଚ୍ଚ କରିପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଏଥିସହ ୱାର୍ଡରମାନଙ୍କ ସିଫ୍ଟ୍ ବଦଳ ସମୟରେ ସେମାନଙ୍କୁ କଡାକଡି ଯାଞ୍ଚ କରାଯିବ । କଏଦୀମାନଙ୍କୁ ୩ ଭାଗରେ ବିଭକ୍ତ କରାଯାଇ ସେମାନଙ୍କ ପାଇଁ ଭିନ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବିଶେଷ ଧ୍ୟାନ ଦିଆଯିବ । ଏଥିସହ ଜେଲର କଏଦୀମାନେ ଯେପରି ପରସ୍ପରଙ୍କ ମଧ୍ୟରେ ଅଧିକ ମିଳାମିଶା ନକରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ । ଯଦି ଜେଲ୍ ଭିତରୁ କୌଣସି ନିଶାଦ୍ରବ୍ୟ ମିଳେ କିମ୍ୱା କଏଦୀ ମୋବାଇଲ୍ ବ୍ୟବହାର କରିବା ଜଣାପଡେ ତେବେ ଜେଲ୍ କର୍ତ୍ତୁପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Also Read- ଏନ୍‍ଜିଓଙ୍କ ପାଇଁ ଜୁନ୍‍ ୩୦ ଯାଏ ବଢ଼ିଲା ବିଦେଶୀ ଅବଦାନ ପଞ୍ଜିକରଣ

Also Read- ବିଜେପିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ପ୍ରକାଶ ବେହେରା