Top 10 News Today: ଦୁର୍ଘଟଣାରେ ୧୨ ରେଳଯାତ୍ରୀଙ୍କ ମୃତ୍ୟୁ, ଭିତରକନିକାରେ ବଢିଲା ବଉଳା କୁମ୍ଭୀର ସଂଖ୍ୟା ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2613053

Top 10 News Today: ଦୁର୍ଘଟଣାରେ ୧୨ ରେଳଯାତ୍ରୀଙ୍କ ମୃତ୍ୟୁ, ଭିତରକନିକାରେ ବଢିଲା ବଉଳା କୁମ୍ଭୀର ସଂଖ୍ୟା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଦୁର୍ଘଟଣାରେ ୧୨ ରେଳଯାତ୍ରୀଙ୍କ ମୃତ୍ୟୁ, ଭିତରକନିକାରେ ବଢିଲା ବଉଳା କୁମ୍ଭୀର ସଂଖ୍ୟା ଓ ସକାଳର ୧୦ ବଡ଼ ଖବର

ଦୁର୍ଘଟଣାରେ ୧୨ ରେଳଯାତ୍ରୀଙ୍କ ମୃତ୍ୟୁ
ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି ବୋଲି ଛାନିଆ ହୋଇ ଟ୍ରାକ୍‍କୁ ଡେଇଁ ପଡ଼ିବାରୁ ପୁଷ୍ପକ ଏକ୍ସପ୍ରେସ୍‍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି କର୍ଣ୍ଣାଟକ ଏକ୍ସପ୍ରେସ। ଏହାଦ୍ୱାରା ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇଠାରୁ ୪୦୦ କିଲୋମିଟର ଦୂର ଜଳଗାଓଁଠାରେ ଏହି ଦୁର୍ଘଟଣା ଘଟିଛି। ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍‍ ଜଳଗାଓଁ ଜିଲ୍ଲା ଦେଇ ଯାଉଥିବା ସମୟରେ ଏକ ଗୁଜବ ବ୍ୟାପିଥିଲା। କୌଣସି କାରଣରୁ ଟ୍ରେନ୍‍ ଚକାରୁ ବାହାରୁଥିବା ଧୂଆଁକୁ ଅଗ୍ନିକାଣ୍ଡର ସୂଚନା ବୋଲି ଯାତ୍ରୀମାନେ ଗ୍ର୍ରହଣ କରିଥିଲେ। ଛାନିଆ ହୋଇ ଜୀବନ ବଞ୍ଚାଇବା ପାଇଁ ସେମାନେ ଟ୍ରେନ୍‍ରୁ ଟ୍ରାକ୍‍କୁ କୁଦା ମାରିଥିଲେ। ଯାତ୍ରୀଙ୍କ ଏହି କାଣ୍ଡ ଏକ ମର୍ମନ୍ତୁଦ ଦୁର୍ଘଟଣାର ସାକ୍ଷା ହେବାକୁ ପ୍ରସ୍ତୁତ ହୋଇଥିଲା। ଅନ୍ୟ ଦିଗରୁ ଆସୁଥିବା ବେଙ୍ଗାଳୁରୁ ଏକ୍ସପ୍ରେସ ଟ୍ରାକରେ ଦଉଡ଼ୁଥିବା ଯାତ୍ରୀଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂନଚା ମିଳିଛି। 

ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ
ଏହି ରେଳ ଦୁର୍ଘଟଣା ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ଦୁଃଖ ଏବଂ ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସେ ଏହି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ସହ କଥା ହୋଇଛନ୍ତି। 

ମୃତାହତଙ୍କୁ ମିଳିଲା ସହାୟତା ରାଶି
ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ରେଳବାଇ ମୃତକଙ୍କ ପରିବାର ପାଇଁ ୧.୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଏବଂ ଆହତଙ୍କ ପାଇଁ ୫,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି।

ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ
ରାଜ୍ୟ ସରକାର ମଙ୍ଗଳବାର ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଏହି ୫ଜଣ ସଦସ୍ୟ ବିଶିଷ୍ଟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି । ଆୟୋଗଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଅର୍ଥାତ୍ ଆଜିଠୁ ୬ମାସ ପାଇଁ ବୈଧ ରହିବ। ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବେ । 

ଭିତରକନିକାରେ ବଢିଲା ବଉଳା କୁମ୍ଭୀର ସଂଖ୍ୟା
ଭିତରକନିକା ପାଇଁ ଖୁସି ଖବର । ବଢ଼ିଲା ବଉଳା କୁମ୍ଭୀର ସଂଖ୍ୟା । ପ୍ରତିବର୍ଷ ଭଳି ଚଳିତବର୍ଷ ଭିତରକନିକାରେ ବଉଳା କୁମ୍ଭୀର ଗଣନା କରାଯାଇଥିଲା । ଚଳିତମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା କୁମ୍ଭୀର ଗଣନା ଆଜି ଶେଷ ହୋଇଛି । ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି। ଗତବର୍ଷ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ। ଯାହ ଗତବର୍ଷ ତୁଳନାରେ ଅଧିକ ୧୫ଟି କୁମ୍ଭୀର ଠାବ ହୋଇଛନ୍ତି। ଏହି ସମୟ ମଧ୍ୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଗଣନାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକୃତି ପ୍ରେମୀ ଓ ପରିବେଶବିତମାନେ।

ସୁଭଦ୍ରା ଯୋଜନାରେ ୧୫୭ ପୁରୁଷ କରିଛନ୍ତି ଆବେଦନ
ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି। ଏହି ଯୋଜନାରେ ମହିଳାମାନଙ୍କ ପାଇଁ ଥିବାବେଳେ କିଛି ପୁରୁଷ ମାନେ ବି ଆବେଦନ କରିଛନ୍ତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଆବେଦନ କରିଥିବା ଏହି ୧୫୭ଜଣ ପୁରୁଷଙ୍କୁ ବାଦ୍ ଦିଆଯାଇଛି।

କ୍ୟାବିନେଟ୍ ନିଷ୍ପତ୍ତି: ଶୀତଳଭଣ୍ଡାର ପାଇଁ ୬୦% ସବସିଡି
ରାଜ୍ୟରେ ଶୀତଳଭଣ୍ଡାର ନିର୍ମାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଶୀତଳ ଭଣ୍ଡାର ପାଇଁ  ଆର୍ଥିକ ସହାୟତା’ ଯୋଜନାକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ଶକ୍ତି ବିଭାଗ ଦ୍ୱାରା ଗ୍ରୀଡକୋକୁ ଦିଆଯାଇଥିବା ୩୧୦୮.୨୧କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଧ୍ୟ ପିଛିଲା ଭାବେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ପ୍ରସ୍ତାବଗୁଡ଼ିକ ସମେତ ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ନେତାଜୀଙ୍କ ଆଜି ୧୨୮ତମ ଜନ୍ମ ଜୟନ୍ତୀ
ଭାରତୀୟ ସ୍ୱାଧିନତା ସଂଗ୍ରାମର ଅଦ୍ବିତୀୟ ଯୋଦ୍ଧା ସୁଭାଷ ଚନ୍ଦ୍ର ବୋସଙ୍କ ଆଜି ଜନ୍ମ ଜୟନ୍ତୀ। ସେହିପରି ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟ ଆଜି ଜନ୍ମ ଜୟନ୍ତୀ । ସାରା ଦେଶରେ ଆଜି ଓଡ଼ିଶାର ଏହି ଦୁଇ ବରପୁତ୍ରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି । ତାଙ୍କ ବୀରତ୍ୱର ଗାଥାକୁ ମନେପକାଇ ଦେଶପ୍ରେମରେ ସାରା ଦେଶ ମନେପକାଉଛି।  ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ  । ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ  । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସକାଳୁ ସକାଳୁ ନେତାଙ୍କ ଜନ୍ମପୀଠରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି ।

ପୁଟିନଙ୍କୁ ଟ୍ରମ୍ପଙ୍କ କଡା ଚେତାବନୀ
ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି । କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଦୁଇ ମହାଶକ୍ତି ଥରି ଉଠିଛନ୍ତି ।  ଆମେରିକା ଦଖଲ କରିବା ପରେ ଟ୍ରମ୍ପଙ୍କ ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି । ଶପଥ ଗ୍ରହଣ ପରେ ତାଙ୍କର ପ୍ରଥମ ଭାଷଣରେ,  ସେ ଚାଇନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ସେ ପାନାମା କେନାଲ ଉପରେ ଚାଇନାର ଆଧିପତ୍ୟ ଶେଷ କରିବେ। 

ଇଂଲଣ୍ଡକୁ ଘାଇଲା କଲେ ଅଭିଷେକ; ୭ ୱିକେଟ୍‌ରେ ଜିତିଲା ଭାରତ
ପ୍ରଥମ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇଲା ଟିମ୍‌ ଇଣ୍ତିଆ । ଇଂଲଣ୍ଡକୁ ୭ ୱିକେଟ୍‌ରେ ହାରାଇଲା ଟିମ୍‌ ଇଣ୍ତିଆ । ୧୩୩ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଟିମ୍‌ ଇଣ୍ତିଆ ୭ ୱିକେଟ୍‌ରେ ବିଜୟ ହାସଲ କରିଛି । ଭ୍ରମଣକାରୀ ଇଂଲଣ୍ଡକୁ କୋଲକାତାର ଇଡେନ ଗାର୍ଡେନରେ ଘାଇଲା କରି ୫ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ଟିମ୍‌ ଇଣ୍ତିଆ । ସିରିଜ୍‌କୁ ହାତେଇବାକୁ ଆଗକୁ ପାଦେ ବଢିଲା ସୂର୍ଯ୍ୟ ବାହିନୀ। ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଘାଇଲା ହୋଇଥିଲା ଇଂଲଣ୍ଡ । ଅଭିଷେକ ଶର୍ମା ୩୪ ବଲ୍‌ରେ ୭୯ ରନ୍‌ କରିଥିବା ବେଳେ ୨୦ ବଲ୍‌ରେ ୨୬ ରନ୍‌ କରିଥିଲେ ସଞ୍ଜୁ ସାମସନ । ଇଂଲଣ୍ଡର ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ୱିକେଟ୍‌ ନେଇଛନ୍ତି।