Top 10 News Headlines: ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2599523

Top 10 News Headlines: ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା ଓ ଅନ୍ୟାନ୍ୟ ଖବର

Ayushman Bharat Scheme: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆଉ ରହିବ ନାହିଁ। ଏଣିକି ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। ଏହି ଯୋଜନା ଅଧୀନରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ଉପକୃତ ହେବେ। ଏହାସହ ପ୍ରଧାନମନ୍ତ୍ରୀ ବୟବନ୍ଦନ ଯୋଜନା ମାଧ୍ୟମରେ ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟବୀମା ସହାୟତା ମିଳିବ। ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କାର ବୀମା ସହ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଅର୍ଥାତ୍‍ ସମୁଦାୟ ୧୦ ଲକ୍ଷ ଟଙ୍କାଯାଏ ମାଗଣା ଚିକିତ୍ସା ସହାୟତା ମିଳିବ। 

Mahakumbha 2025: ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭ-୨୦୨୫ ୧୩ ଜାନୁଆରୀ ସୋମବାର ଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଆଜି ମହାକୁମ୍ଭର ପ୍ରଥମ ରାଜକୀୟ ସ୍ନାନ ଅର୍ଥାତ୍ ଅମୃତ ସ୍ନାନ। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ପାଇଁ ଦେଶ ଏବଂ ବିଶ୍ୱରୁ ପ୍ରାୟ ୩୫ ରୁ ୪୦ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସିବାର ଆଶା କରାଯାଉଛି। ଏହି ଭକ୍ତମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଇବେ। ଏହା ସହିତ, ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ କୂଳରେ ମହାକୁମ୍ଭର ପ୍ରାଚୀନ କଳ୍ପବାସ ପରମ୍ପରା ମଧ୍ୟ ପ୍ରଦର୍ଶନ କରିବେ। ମହାକୁମ୍ଭ ୨୦୨୫ର ପ୍ରଥମ ରାଜକୀୟ ସ୍ନାନ ସୋମବାର, ୧୩ ଜାନୁଆରୀରେ ହେଉଛି। 

Baragarh Dhanuyatra: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi) । କଂସ ମହାରାଜଙ୍କ ନିମନ୍ତ୍ରଣ ରଖି ବରଗଡ଼ ଧନୁଯାତ୍ରାରେ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବରଗଡ଼ ଧନୁଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହାତୀ ଉପରେ ବସି କଂସ ଦରବାରକୁ ଆସିଥିଲେ। କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ଥାୟୀ ରଙ୍ଗ ମହଲ ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଜିରା ନଦୀରେ ଆନିକଟ୍‌ ପାଇଁ ୮୦ କୋଟି ଟଙ୍କା ଓ କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ମଞ୍ଜୁରୀ କରିଛନ୍ତି।

Elephant Mahendra Dies: ଶିମିଳିପାଳର ହିରୋ ବୋଲାଉଥିବା ଟ୍ରେଣ୍ଡ ହାତୀ "ମହେନ୍ଦ୍ର"ର ମୃତ୍ୟୁ। ଗତକାଲି ରବିବାର ରାତି ୯ଟା ୪୫ମିନିଟରେ ଶିମିଳିପାଳର 'ଚହଲା' ଠାରେ ଶେଷ ନିଶ୍ବାସ ତ୍ୟାଗ କରିଛି ମହେନ୍ଦ୍ର। ମୃତ୍ୟୁ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା। ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା।

Ashwini Vaishnav: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ MoU ହୋଇଛି । ତେବେ ଏହା ପରେ ବଡ ସୂଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶା ଆଗାମୀ ଦିନରେ ଆଇଟି ହବ୍ ହେବ ବୋଲି କହିଛନ୍ତି । ଓଡି଼ଶାକୁ ବଡ଼ IT ହବ୍‌ କରିବା ଲକ୍ଷ୍ୟ – କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ” ଓଡ଼ିଶାରେ IT ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍‌ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି ।

HMPV Virus: ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPVର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଛି । ଜ୍ୱର, କାଶ ଓ ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବା ପରେ ପୁଡୁଚେରୀର JIPMERରେ ଝିଅର ନମୁନା ପରୀକ୍ଷା କରାଯାଇଥିଲା । ଯାଞ୍ଚରୁ ଝିଅଟି HMPVରେ ସଂକ୍ରମିତ ମିଳିଛି । ଡାକ୍ତରଙ୍କ ଅନୁସାରେ, ଝିଅଟି ସୁସ୍ଥ ହେଉଛି ଏବଂ ହସ୍ପିଟାଲରେ ତା’ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଝିଅ ଏବଂ ତା’ ଆଖପାଖର ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ।

Zmorh Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଜେଡ୍-ମୋର୍ (Z-Morh) ଟନେଲ୍ ଉଦଘାଟନ କରିଛନ୍ତି । ଏହି ଟନେଲ୍ ନିର୍ମାଣ ପରେ ଲଦାଖ ଯାତ୍ରା ଏବେ ପୂର୍ବ ଅପେକ୍ଷା ସହଜ ହୋଇଯିବ । ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ବର୍ତ୍ତମାନ ଶୀତ ଋତୁରେ ପ୍ରବଳ ତୁଷାରପାତ ହେତୁ ଏହି ହାଇୱେ ବନ୍ଦ ରହିବ ନାହିଁ । ଅର୍ଥାତ୍ ଭାରତୀୟ ସେନା ବର୍ଷସାରା ଏହି ଟନେଲ୍ ବ୍ୟବହାର କରି ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିବେ।

Plastic Bag: ଉତ୍ତର ପ୍ରଦେଶର ନୋଏଡାରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରି ଏକ କାରଖାନାରେ ସୋମବାର ଭୀଷଣ ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ଯେ ପୂରା ଅଞ୍ଚଳବାସୀ ଏହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୨୦ ଦମକଳ ଗାଡ଼ି ପହଞ୍ଚିଛି । ତେବେ ନିଆଁ କିପରି ଲାଗିଲା, ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନୋଏଡାର ଫେଜ୍-୨ରେ ଏହି ଅଗ୍ନିକାଣ୍ଡ ଘଟିଛି । ଦେଖୁ ଦେଖୁ ନିଆଁ ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ଘଟଣା ପରେ କାରଖାନାରେ କାମ କରୁଥିବା ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ ।

California Fire: କାଲିଫର୍ଣ୍ଣିଆରେ ଅଗ୍ନି ବିପର୍ଯ୍ୟୟ ଭୟଙ୍କର ହେଉଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ବଢ଼ୁଛି ଲସ୍ ଏଞ୍ଜେଲସ୍ ପାଇଁ ଅଗ୍ନି ବିପତ୍ତି । ଜୁନୁଆରୀ ୭ରେ ଆରମ୍ଭ ହୋଇଥିଲା ଜଙ୍ଗଲ ନିଆଁ । ଏବେ ୩୬ ହଜାର ଏକର ଜଙ୍ଗଲକୁ ଜାଳି ପୋଡି ପାଉଁଶ କରି ଦେଲାଣି । ଗୋଟିଏ ପରେ ଗୋଟିଏ ଜନବସତିକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ୧୨ ହଜାରରୁ ଅଧିକ ଘର ଜଳି ଗଲାଣି ।  ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । 

IPL 2025: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ପାଇଁ ପଞ୍ଜାବ କିଙ୍ଗସ୍ ନିଜର କ୍ୟାପଟେନ୍ ଘୋଷଣା କରିଛି। ପଞ୍ଜାବ କିଙ୍ଗସ୍ ଏକ ନୂଆ ଢଙ୍ଗରେ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି। ବିଗ୍ ବସ୍ ୧୮ର ୱିକେଣ୍ଡ୍ କା ଭାର୍ ଏପିସୋଡ୍ ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଭାବରେ ଶ୍ରେୟସ୍ ଆୟରଙ୍କ ନାଁ ଘୋଷଣା କରାଯାଇଛି।

Also Read: January 13 Financial Horoscope: ସୋମବାର ଘଟୁଛି ରବି ଯୋଗ, ମହାଦେବଙ୍କ କୃପାରୁ ୫ରାଶିକୁ ମିଳିବ ଆର୍ଥିକ ଲାଭ

Also Read: ​Makar Sankranti 2025: ମକର ସଂକ୍ରାନ୍ତିରେ ଶୁଭ ସଂଯୋଗ, ୩୦ ବର୍ଷ ପରେ ୩ରାଶିଙ୍କ ଫିଟିବ ଭାଗ୍ୟ