Top 10 News: ରସୁଲଗଡ ହତ୍ୟାକାଣ୍ଡ ମାମଲାର ୩ ଅଭିଯୁକ୍ତ ଗିରଫ୍, ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2593353

Top 10 News: ରସୁଲଗଡ ହତ୍ୟାକାଣ୍ଡ ମାମଲାର ୩ ଅଭିଯୁକ୍ତ ଗିରଫ୍, ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରସୁଲଗଡ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରିଛି। ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ ପୋଲିସ ମିତ୍ର ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 8 January 2025

Top 10 News Headlines 8 January 2025: H1. Rasulgarh flyover murder case: ରସୁଲଗଡ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରିଛି। ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ ପୋଲିସ ମିତ୍ର ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି। ଏନେଇ ଏସିପି ହିଂମାଶୁ ସ୍ବାଇଁ ସୂଚନା ଦେଇଛନ୍ତି। କହିରଖୁଛୁ ଯେ ଆଜି ଭୋର ସମୟରେ ଭୁବନେଶ୍ୱର ବ୍ୟସ୍ତ ବହୁଳ ରସୁଲଗଡ ଓଭର ବ୍ରିଜ ଉପରେ ଜଣେ ପୋଲିସ ମିତ୍ରକୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।

Dhadi Darshan at Puri Srimandir: ୨୦ ଜାନୁଆରିରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ। ଏହି ସୂଚନା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି। ଆଇନ ମନ୍ତ୍ରୀଙ୍କ ଅନୁଯାୟୀ ଧାଡ଼ି ଦର୍ଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରତ୍ନଭଣ୍ଡାର ମରାମତି ଶୀଘ୍ର ଶେଷ ପରେ ଗଣତିମଣତି ହେବ। ଏହା ସମେତ ସେ ଉଠା ଦୋକାନୀଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି।

PM Modi lands in Bhubaneswar: ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସଂଧ୍ୟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଜନତା ମୈଦାନରେ ଆୟୋଜିତ ଏହି ସର୍ବଭାରତୀୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍‌ କରିବେ।

Odisha CM Majhi On Prabasi Bhartiya Diwas: ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ବିଦେଶରେ ଥିବା ଭାରତୀୟଙ୍କୁ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଛନ୍ତି। ପ୍ରାକୃତିକ ସମ୍ପତ୍ତିଠାରୁ ଆରମ୍ଭ କରି ଦକ୍ଷ ମାନବ ସମ୍ବଳ, ଡବଲ ଇଞ୍ଜିନ୍‍ ସରକାର, ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ରାଜନୀତିକ ସ୍ଥିରତା ସବୁ କିଛି ଓଡ଼ିଶାରେ ରହିଛି। ଏଣୁ ଏହା ନିବେଶ ଲାଗି ସର୍ବୋତ୍କୃଷ୍ଟ ସ୍ଥାନ ବୋଲି କହିବା ସହ ଓଡ଼ିଶା ପକ୍ଷରୁ ଗୋଟିଲ ସର୍ତ୍ତକୁ ଉଲ୍ଲେଖ କରିଛନ୍ତି। 

One Nation One Election: ବୁଧବାର ଦିନ ‘ୱାନ ନେସନ-ୱାନ ଇଲେକ୍ସନ’ ଉପରେ ପ୍ରଥମ ମିଳିତ ସଂସଦ କମିଟି (JPC) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତୀୟ ଜନତା ପାର୍ଟି ସାଂସଦ ପିପି ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ଆଇନ ମନ୍ତ୍ରଣାଳୟ ପ୍ରାୟ ୧୮ ହଜାର ପୃଷ୍ଠାର ଏକ ପ୍ରେଜେଣ୍ଟେସନ ଦେଇଥିଲା। ବିରୋଧୀମାନେ ଏହି ବିଲକୁ ବିରୋଧ କରିଥିଲେ। ପ୍ରେଜେଣ୍ଟେସନ ପରେ ବିରୋଧୀ ସାଂସଦମାନେ ନିଜର ମତ ରଖିଥିଲେ।

Dropout rate is decreasing in the state: ରାଜ୍ୟରେ ସରକାରୀ ସ୍କୁଲ୍ ପ୍ରତି ଅଭିଭାବକଙ୍କ ସମେତ ପିଲାମାନଙ୍କର ବଦଳୁଛି ଧାରଣା। ଏବଂ ଡ୍ରପ୍ ଆଉଟ ହାର କମିବାରେ ଲାଗିଛି।  କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟ ଦର୍ଶାଇଛି ପ୍ରାଥମିକ ସ୍କୁଲରେ ଡ୍ରପ ଆଉଟ୍ ହାର ୧୦ ପ୍ରତିଶତ ତଳକୁ ଖସି ୯.୧୧ରେ ରହିଛି ।

ISRO New Chief V Narayanan: ISRO ର ମୁଖ୍ୟ ବର୍ତ୍ତମାନ ବି ନାରାୟଣନ୍ ହେବେ। ବର୍ତ୍ତମାନର ISRO ମୁଖ୍ୟ ସୋମନାଥ ଅବସର ନେବାକୁ ଯାଉଛନ୍ତି। ନାରାୟଣନ୍ ୪୦ ବର୍ଷ ଧରି ISRO ଏବଂ ମହାକାଶ ବିଜ୍ଞାନ ସହିତ ଜଡିତ। ଏହି ୪ ଦଶନ୍ଧି ମଧ୍ୟରେ ସେ ISRO କୁ ଉଚ୍ଚ ଶୀଖରକୁ ନେବାରେ ସହଯୋଗ କରିଥିବାବେଳେ ସେ ମଧ୍ୟ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିଲେ।

Train Cancelled: ସାରା ଦେଶରେ ପାଗ ବଦଳିଛି। ଗୋଟିଏ ପଟେ ପାହାଡ ଅଞ୍ଚଳରେ ତୁଷାରପାତ ଦେଖାଯାଉଥିବା ବେଳେ ଅନ୍ୟ ପଟେ ଘନ କୁହୁଡ଼ି ଜୀବନର ଗତି ମନ୍ଥର କରିଦେଇଛି। ଘନ କୁହୁଡ଼ିର ପ୍ରଭାବ ଟ୍ରାଫିକରେ ଦୃଶ୍ୟମାନ ହୁଏ। କୁହୁଡ଼ି ଯୋଗୁଁ ଭାରତୀୟ ରେଳବାଇକୁ ପ୍ରତିଦିନ ଟ୍ରେନ୍ ବାତିଲ କରିବାକୁ ପଡୁଛି। ଏପରିକି ୮ ଜାନୁୟାରୀ ୨୦୨୫ ରେ ୨୦ ରୁ ଅଧିକ ଟ୍ରେନ୍ ଚଳାଚଳ କରିନାହିଁ। ୧୦ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ରେଳବାଇ ଅଧିକାଂଶ ଟ୍ରେନକୁ ବାତିଲ କରିଛି।

Hockey India League 2024-25: ହକି ଇଣ୍ଡିଆ ଲିଗ୍ (HIL) ୨୦୨୪-୨୫ ରେ ପୁରସ୍କାର ରାଶି ଭାବରେ ୧୦ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯିବାକୁ ସ୍ଥିର ହୋଇଛି। ଯାହା ଚଳିତ ବର୍ଷର ସଂସ୍କରଣକୁ ଲିଗ୍ ଇତିହାସରେ ସବୁଠାରୁ ଲାଭଜନକ କରିଛି। ଲିଗ୍ ପକ୍ଷରୁ ଦିଆଯାଇଥିବା ବୟାନ ଅନୁଯାୟୀ ଉଚ୍ଚ ସ୍ତରୀୟ ପୁରୁଷ ଏବଂ ମହିଳା ହକିର ଏକ ରୋମାଞ୍ଚକର ମିଶ୍ରଣ ସହିତ ଏହି ସିଜିନରେ କେବଳ ତୀବ୍ର ପ୍ରତିଯୋଗିତା ନୁହେଁ ବରଂ ଉଭୟ ଦଳ ଏବଂ ବ୍ୟକ୍ତିଗତ ଖେଳାଳିଙ୍କ ପାଇଁ ମଧ୍ୟ ପୁରସ୍କାର ମିଳିବ।

Champions Trophy 2025: ଅଷ୍ଟ୍ରେଲିଆରେ ପରାଜୟକୁ ଭୁଲି ଟିମ୍ ଇଣ୍ଡିଆ ବର୍ତ୍ତମାନ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଟୁର୍ଣ୍ଣାମେଣ୍ଟ ୧୯ ଫେବ୍ରୁଆରୀରୁ ଆରମ୍ଭ ହେବ ଏବଂ ଟାଇଟଲ୍ ମ୍ୟାଚ୍ ୯ ମାର୍ଚ୍ଚରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଦଳକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଆଣ୍ଡ କମ୍ପାନୀ ୧୧ ଜାନୁଆରୀରେ ଏକ ବୈଠକ କରିବାକୁ ଯାଉଛନ୍ତି ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଦଳ ଉପରେ ଆଲୋଚନା କରାଯିବ।