Top 10 News Headlines: ଆଜି ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ୯ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୋହର ଲଗାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 3 January 2025: H1. Odisha Cabinet Clears 9 Proposals: ଆଜି ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ୯ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୋହର ଲଗାଇଛି। ବିଶେଷକରି ନିର୍ତବାଚନ ପ୍ରତିଶୃତିକୁ ପୂରଣ କରିବା ତଥା ଲୋକଙ୍କ ପାଖରେ ଅଧିକ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ନିଷ୍ପତ୍ତିଗୁଡ଼ିକ ଭିତରେ ଗୁରୁତ୍ୱ ପାଇଛନ୍ତି ମହିଳା, ବୃଦ୍ଧ, କଷକ ଏବଂ ଭିନ୍ନକ୍ଷମ।
H2. Odisha CM declares unseasonal rain as natural calamity: ରାଜ୍ୟରେ ଗତ କିଛିଦିନ ତଳେ ହୋଇଥିବା ଅଦିନିଆ ବର୍ଷା ଓ ତଦ୍ଜନିତ କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହା ଦ୍ୱାରା ୩୩%ରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ରାଶି ସରକାର ପ୍ରଦାନ କରିବେ। ଏପରିକି ଆଜିଠାରୁ ଏହି କ୍ଷତିପୂରଣ ପ୍ରଦାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
H3. Odisha govt to sponsor national Kho Kho team: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ।
H4. Hari Babu Kambhampati takes oath as Odisha Governor: ଶପଥ ନେଲେ ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଏକ ଭବ୍ୟ ଉତ୍ସବରେ ଶପଥ ନେଇଛନ୍ତି। ରାଜଭବନର ନୂଆ ଅଭିଷେକ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
H5. Khalistani Terrorist Pannu threatens: ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସବୁ ଦିଗରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ। ଏଥିରେ ପନ୍ନୁ କହିଛି ଯେ ଏହା ବଦ୍ଲା ନେବା ପାଇଁ ଉଦ୍ଦିଷ୍ଟ ହେବ। କୌଣସି ପ୍ରବାସୀଙ୍କୁ ନଆସିବାକୁ ପନ୍ନୁ କହିଛି। ଯେଉଁଭଳି ଭାବେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ସମୟରେ ପନ୍ନୁ ଓମକ ପଠାଇଥିଲା ସେହି ରାସ୍ତାକୁ ଏଥର ବି ଆପଣାଯାଇଛି।
H6. Odisha Weather Report: ପାଣିପାଗ ବିଭାଗ ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡି ନେଇ ଚେତାବନୀ ଜାରି କରିଛି। ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନିଯାୟୀ ଏହାପରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏହା ସମେତ ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ହେବାର ସମ୍ଭାବନା ରହିଛି।
H7. Indian health agency on Human Metapneumovirus: ଚାଇନାରେ ନୂଆ ଭାଇରସ ବ୍ୟାପିବାକୁ ନେଇ ପୁଣି ଥରେ ଚିନ୍ତାରେ ଦୁନିଆ। ତେବେ ଚିକିତ୍ସା କ୍ଷେତ୍ରରେ ଦେଶର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚାଇନାରେ ହ୍ୟୁମାନ ମେଟାପ୍ନୁମୋ ଭାଇରସ୍ ବ୍ୟାପିବାକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଏହା ଏକ ସାଧାରଣ ଥଣ୍ଡା ସୃଷ୍ଟି କରିବା ପରି ଭାଇରସ୍।
H8. Delhi Assembly Elections 2025: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଛି। କଂଗ୍ରେସ ଆନୁଷ୍ଠାନିକ ଭାବେ ଅଳକାଙ୍କ ନାମ ଘୋଷଣା କରିଛି। କଂଗ୍ରେସ କଲକାଜୀ ବିଧାନସଭାରୁ ଅଳକା ଲାମ୍ବାଙ୍କୁ ଠିଆ କରାଇଛି।
H9. Blinkit 10 Mins Ambulance Service: କେବଳ ରାସନ ନୁହେଁ ବର୍ତ୍ତମାନ ଆମ୍ବୁଲାନ୍ସ ମଧ୍ୟ ୧୦ ମିନିଟରେ ଆପଣଙ୍କ ଘରେ ପହଞ୍ଚିବ। କ୍ୱିକ୍ କମର୍ସ କମ୍ପାନୀ ବ୍ଲିଙ୍କଇଟ୍ ଏହାର ନୂତନ ଜରୁରୀକାଳୀନ ସେବା ଆରମ୍ଭ କରିଛି। ଫୁଡ୍ ଡେଲିବରୀ ପ୍ଲାଟଫର୍ମ ଜୋମାଟୋ ର ସହାୟକ କମ୍ପାନୀ ବର୍ତ୍ତମାନ ଦୈନନ୍ଦିନ ସାମଗ୍ରୀ ସହିତ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି।
H10. India vs Australia 5th Test: ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ସିଡନୀ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ୧୮୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଯାହା ପରେ ଟିମ୍ ଇଣ୍ଡିଆ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୩ ଓଭର ବୋଲିଂ କରିବାର ସୁଯୋଗ ପାଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍ ହରାଇ ୯ ରନ୍ କରିଛି।