Top 10 News: ଫେବୃଆରୀ ୮ ତାରିଖରେ ମିଳିବ 'ସୁଭଦ୍ରା' ଟଙ୍କା, ଇଂଲଣ୍ଡକୁ ପରାସ୍ତ କଲା ଭାରତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2628707

Top 10 News: ଫେବୃଆରୀ ୮ ତାରିଖରେ ମିଳିବ 'ସୁଭଦ୍ରା' ଟଙ୍କା, ଇଂଲଣ୍ଡକୁ ପରାସ୍ତ କଲା ଭାରତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା ଫେବୃଆରୀ ୮ ତାରିଖରେ ମିଳିବ। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଯାଜପୁରରେ ଆୟୋଜିତ ଏକ  ସ୍ୱତନ୍ତ୍ର କାର୍ଯ୍ୟକ୍ରମରୁ ଏହି କିସ୍ତି ଟଙ୍କା ଟ୍ରାନ୍ସଫର କରିବେ।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Headlines 1 February 2025

Top 10 News Headlines 2 February 2025: H1. Subhadra Yojana Fourth installment: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା ଫେବୃଆରୀ ୮ ତାରିଖରେ ମିଳିବ। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଯାଜପୁରରେ ଆୟୋଜିତ ଏକ  ସ୍ୱତନ୍ତ୍ର କାର୍ଯ୍ୟକ୍ରମରୁ ଏହି କିସ୍ତି ଟଙ୍କା ଟ୍ରାନ୍ସଫର କରିବେ। ତେବେ ଏହା ପୂର୍ବରୁ NPCI ସମସ୍ୟା ଥିବା ଆବେଦନକାରୀଙ୍କୁ ବ୍ୟାଙ୍କ ଯାଇ ଏହାର ସାମାଧାନ କରିନେବାକୁ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅପିଲ୍ କରିଛନ୍ତି।

H2. CM Majhi Releases Digital Edition Of Barnabodha: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଛବିଳ ମଧୁ ବର୍ଣ୍ଣବୋଧର ଅବିକଳ ସଂସ୍କରଣର ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

H3. India-England ODI at Cuttack Barabati: ଆସନ୍ତା ଫେବୃଆରି ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍ ଖେଳାଯିବ। ଏହା ପାଇଁ ଆଜି (ରବିବାର) ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଅପରାହ୍ନ ୪ ଟାରୁ ଆରମ୍ଭ ହୋଇଥିବା ଟିକେଟ୍ ବିକ୍ରି କିଛି ସମୟରେ ଶେଷ ହୋଇଥିଲା। ଯାହାଫଳରେ ଅନେକ ଦର୍ଶକ ଟିକେଟ୍ ବୁକ ନ କରିପାରି ନିରାଶ ହୋଇଛନ୍ତି।

H4. Odisha faces early Summer heat: ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ୩୫ ଡିଗ୍ରୀ ପାର କରିଛି। ଏହା ସମେତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ସଫା ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାପମାତ୍ରୀ ବୃଦ୍ଧି ପାଉଛି।

H5. UP road Accident: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଛତିଶଗଡର ରାମାନୁଜଗଞ୍ଜରୁ ମହାକୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜ ଯାଉଥିବା କାର ଆରୋହୀମାନଙ୍କୁ ରାଣାତାଲି ନିକଟରେ ଏକ ଟ୍ରେଲର ଚାପି ଦେଇଥିଲା। ଏହାପରେ ଚା ପିଇବା ପାଇଁ ଚାଲିଯାଉଥିବା ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଧକ୍କା ଦେଲେ। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

H6. Telangana Congress faces crisis: ତେଲେଙ୍ଗାନା କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଖୋଲାଖୋଲି ଭାବରେ ବାହାରକୁ ଆସିବା ଆରମ୍ଭ କରିଛି। ଅସନ୍ତୁଷ୍ଟ ବିଧାୟକମାନେ ରାଜସ୍ୱ ମନ୍ତ୍ରୀ ପୋଙ୍ଗାଲେଟି ଶ୍ରୀନିବାସ ରେଡ୍ଡୀଙ୍କ ବିରୋଧରେ ଏକ ଗୁପ୍ତ ବୈଠକ କରିଥିଲେ, ଯାହା ଦଳରେ ଅସ୍ଥିରତା ସୃଷ୍ଟି କରିଥିଲା। ବିଧାୟକମାନେ ମନ୍ତ୍ରୀ ଶ୍ରୀନିବାସ ରେଡ୍ଡୀଙ୍କ ଉପରେ ମନମୁଖୀ କାର୍ଯ୍ୟ କରିବା ଏବଂ ପୁରୁଣା କଂଗ୍ରେସ ନେତାମାନଙ୍କୁ ଅଣଦେଖା କରିବାର ଅଭିଯୋଗ କରିଥିଲେ।

H7. RBI MPC Meeting in February 2025: ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଟିକସ ରିହାତି ଘୋଷଣା ପରେ ମଧ୍ୟବିତ୍ତ ବର୍ଗଙ୍କ ନଜର ଏବେ ଫେବୃଆରୀ ୭ ତାରିଖ ଉପରେ ରହିଛି। ଷ୍ଟକ୍ ମାର୍କେଟର ପରବର୍ତ୍ତୀ ଟ୍ରିଗର ମଧ୍ୟ ଏହା ଉପରେ ଅନେକ ପରିମାଣରେ ନିର୍ଭର କରେ। ପ୍ରକୃତରେ ସେୟାର ବଜାର ଏବଂ ମଧ୍ୟବିତ୍ତ ବର୍ଗର ପରବର୍ତ୍ତୀ ଧ୍ୟାନ ଭାରତୀୟ ରିଜର୍ଭ ବ୍ୟାଙ୍କର RBI ମୁଦ୍ରା ନୀତି (MPC) ବୈଠକ ଉପରେ ରହିଛି ଯାହା ୫-୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। 

H8. India clinch back-to-back U19 World Cup titles: ଭାରତର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳ ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ ଟାଇଟଲ ଜିତି ଇତିହାସ ରଚିଛି। ଏହି ବିଜୟ ଭାରତୀୟ କ୍ରିକେଟକୁ ଆହୁରି ଗର୍ବିତ କରିଛି। ଏବଂ ଏହା ଦର୍ଶାଉଛି ଯେ ଭାରତ ମହିଳା କ୍ରିକେଟ କ୍ଷେତ୍ରରେ ନିରନ୍ତର ଶକ୍ତିଶାଳୀ ହେଉଛି। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ଏକତରଫା ଭାବରେ ଜିତି ନେଇଥିଲା

H9. Abhishek Sharma Century: ଅଭିଷେକ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ସେ ମୁମ୍ବାଇରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ପଞ୍ଚମ ମ୍ୟାଚରେ ଅଭିଷେକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମାତ୍ର ୩୭ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ। 

H10. India vs England T20: ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଇଂଲଣ୍ଡ ଦଳକୁ ୧୫୦ ରନ୍‌ରେ ପରାସ୍ତ କରିଛି ଏବଂ ଏହା ସହିତ ସିରିଜ୍‌କୁ ୪-୧ରେ ଜିତିଛି। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୪୭ ରନ୍ କରିଥିଲା। ଅଭିଷେକ ଶର୍ମା ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ।