Top 10 News Headlines: ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ DAP ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 1 January 2025: H1. Odisha Govt will provide 1.5 lakh jobs: ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ଆଗାମୀ ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି।
H2. Ayushman Bharat will be implemented from February: ଆୟୁଷ୍ମାନ ଯୋଜନାକୁ ନେଇ ବୁଧବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ ଆୟୁଷ୍ମାନ ଯୋଜନା ଚଳିତ ବର୍ଷ ଫେବୃଆରୀରୁ ଲାଗୁ ହେବ। ଯେଉଁମାନେ ରାସନ କାର୍ଡ E-KYC କରିଥିବେ ସେମାନଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ଏହା ସହ ଏହି କାର୍ଡରୁ କେହି ବଞ୍ଚିତ ହେବେ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
H3. Hari Babu Kambhampati oath Date: ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଗୁରୁବାର ଦିନ ଭୁବନେଶ୍ୱର ଆସିବେ। ଖବର ଅନୁଯାୟୀ ସେ ୩ ତାରିଖରେ ଶପଥ ଗ୍ରହଣ କରିବେ। ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଜଭବନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
H4. CM Majhi On New Year 2025: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିରାଡମ୍ବର ଭାବେ ନୂଆ ବର୍ଷ ପାଳନ କରିଛନ୍ତି। ଉଚ୍ଚ ପଦାଧିକାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱର ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
H5. First Cabinet meeting of 2025: ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ DAP ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ଏହା ସହିତ ଚାଷୀଙ୍କୁ DAP ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ନାହିଁ ଏବଂ ସେମାନେ ସାର ଉପରେ ଅଧିକ ସବସିଡି ପାଇପାରିବେ।
H6. India & Pakistan exchange list of nuclear installations: ବୁଧବାର ଭାରତ ଏବଂ ପାକିସ୍ତାନ ନିଜ ନିଜର ଆଣବିକ ସ୍ଥାପନର ତାଲିକା ପରସ୍ପରକୁ ସେୟାର କରିଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହି ବିନିମୟ କରାଯାଇଛି। ଏହି ଚୁକ୍ତିନାମା ଉଭୟ ଦେଶକୁ ପରସ୍ପରର ଆଣବିକ ସୁବିଧା ଉପରେ ଆକ୍ରମଣ କରିବାକୁ ବାରଣ କରିଥାଏ ଏବଂ ତିନି ଦଶନ୍ଧି ଧରି ଚାଲିଆସୁଥିବା ପରମ୍ପରାର ଅଂଶ ଅଟେ।
H7. India's 2024 Was Hottest Year Since 1901: ୨୦୨୪ ବର୍ଷ ଉତ୍ତାପ ଦୃଷ୍ଟିରୁ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ଏବଂ ୨୦୧୬ ର ରେକର୍ଡ ଭାଙ୍ଗିଛି। କହିରଖୁଛୁ ଯେ ୧୯୯୧ ପରେ ୨୦୨୪ ବର୍ଷରେ ସର୍ବାଧିକ ଉତ୍ତାପ ରେକର୍ଡ କରାଯାଇଥିଲା। ଭାରତ ପାଣିପାଗ ବିଭାଗ ଅନୁଯାୟୀ ୧୯୦୧ ମସିହା ପରେ ୨୦୨୪ ବର୍ଷକୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବରେ ଘୋଷଣା କରାଯାଇଛି।
H8. FREE Wi-Fi in Air India flights: ନୂଆ ବର୍ଷ ଅବସରରେ ଏୟାର ଇଣ୍ଡିଆ ଏହାର ଯାତ୍ରୀମାନଙ୍କୁ ଏକ ବଡ ଉପହାର ଦେଇଛି। ଘରୋଇ ବିମାନରେ ୱାଇ-ଫାଇ ଇଣ୍ଟରନେଟ୍ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ପ୍ରଥମ ଭାରତୀୟ ବିମାନ କମ୍ପାନୀ ହୋଇପାରିଛି। ଏୟାର ଇଣ୍ଡିଆ ଏହାକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।
H9. New Orleans attack: ନୂଆ ବର୍ଷର ପ୍ରଥମ ଦିନରେ ଆମେରିକାର ନ୍ୟୁ ଅର୍ଲିଅନ୍ସରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ ଏକ ପିକଅପ୍ ଟ୍ରକ୍ ଭିଡ଼ ଭିତରକୁ ଯାଇ ଲୋକଙ୍କୁ ଚାପି ଦେଇଥିଲା। ଏହି ଘଟଣାରେ ଡ୍ରାଇଭର ମଧ୍ୟ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ।
H10. ICC Latest Test Rankings: ଭାରତୀୟ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ବୁଧବାର ଦିନ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଂରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବୋଲରମାନଙ୍କ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଛନ୍ତି ଏବଂ ବର୍ତ୍ତମାନ ସର୍ବୋଚ୍ଚ ରେଟିଂ ପଏଣ୍ଟ ହାସଲ କରିଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ୯୦୪ ରେଟିଂ ପଏଣ୍ଟକୁ ପଛରେ ପକାଇଦେଇଛନ୍ତି।