Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍
Advertisement
Article Detail0/zeeodisha/odisha2413736

Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍

Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍

Top 10 Headlines: ଚୁଟକିରେ ପଢ଼ନ୍ତୁ ଆଜି ଦିନର ୧୦ଟି ଟପ୍ ହେଡଲାଇନ୍

Top 10 News Today

Headlines 01- ବିଧାନସଭାରେ ଉଠିଲା ‘ବ୍ଲାକ୍‌ ରୋଜ୍‌’ ପ୍ରସଙ୍ଗ
ବିଧାନସଭାରେ ଉଠିଲା ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ଟାର୍ଗେଟ୍‌ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇଲେ ବିଧାୟକ ଅମରେନ୍ଦ୍ର ଦାସ । ବିଧାନସଭା ପ୍ରଶ୍ନକାଳ ବେଳେ ବ୍ଲାକ ରୋଜ ପ୍ରସଙ୍ଗ ଉଠାଇ ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍‌ କାହାର ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଏଥିସହ ଜାହାଜରେ କାହାର ଲୁହାପଥର ଚୋରା ଚାଲାଣ ହେଉଥିଲା, ଜାହାଜର କ୍ୟାପଟେନ୍‌ ମରିଗଲା ନା ମାରିଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସବୁ ତଥ୍ୟକୁ ଚପାଇବାକୁ ବହୁତ ପ୍ରୟାସ କରାଯାଇଛି । ତେଣୁ ରାଜ୍ୟର ନୂଆ ସରକାରକୁ ଅନୁରୋଧ ତଦନ୍ତ କରି ସଠିକ କାର୍ଯ୍ୟାନୁଷ୍ଠାନ ହେଉ କହିଲେ ବୋଲି କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ ।

Headlines 02- Atlas Cycle ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ
ଆଟଲାସ୍ ସାଇକେଲର ପୂର୍ବତନ ଅଧ୍ୟକ୍ଷ ସଲିଲ କପୁରଙ୍କ ଆତ୍ମହତ୍ୟା । ପୋଲିସର ସୂଚନାନୁସାରେ, ସାଲିଲ କପୁର ଅୌରଙ୍ଗଜେବ ଲେନରେ ରହୁଥିଲେ। ୬୫ ବର୍ଷୀୟ ସାହିଲଙ୍କ ରକ୍ତ ଜୁଡୁବୁଡୁ ଶରୀର ତାଙ୍କ ତିନି ମହଲା ଘର ତଳ ମହଲାରେ ପଡ଼ିଥିଲା । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସୂଚନା ମୁତାବକ, ୬୫ ବର୍ଷୀୟ ସଲିଲ କପୁର ନିଜ ମୁଣ୍ଡରେ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ନିଜ ଦିଲ୍ଲୀ ସ୍ଥିତ ବାସଭବନରେ ଲାଇସେନ୍ସପ୍ରାପ୍ତ ରିଭଲଭର ସାହାଯ୍ୟରେ ନିଜକୁ ଗୁଳି କରିଥିବା କୁହାଯାଉଛି । ମଙ୍ଗଳବାର ଅପରାହ୍ନରେ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

Headlines 03- ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଲା CBI
ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଦୁର୍ନୀତି ଘଟଣାରେ ଗତକାଲି କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ । ଆଜି ସନ୍ଦିପଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ରିମାଣ୍ଡରେ ନିଆଯାଇଛି । ମେଡିକାଲ କଲେଜରେ ଅର୍ଥ ହେରଫେର ମାମଲାରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ତାଙ୍କୁ ସହଯୋଗ କରିଥିବା ଅନ୍ୟ ତିନିଜଣଙ୍କୁ ସିବିଆଇ ଆଜି କୋଲକାତା ସ୍ଥିତ ଅଲ୍ଲୀପୁର ଜଜ୍ କୋର୍ଟରେ ହାଜର କରିଥିଲା । କୋର୍ଟରେ ମାମଲାର ଶୁଣାଣି ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି ।

Headlines 04- ହଟହଟା ହେଲେ ସୁନିତୀ ମୁଣ୍ଡ
ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲେ ବିଜେପି କର୍ମୀ । ନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଏପରି ଘଉଡ଼ାଇ ଦେଲେ କର୍ମୀ । ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲେ । ତେବେ ଘଉଡେଇବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୁନୀତି । ମୁଁ ସେମିତି କିଛି ଭୁଲ୍‌ କରିନାହିଁ । ମୁଁ ଦଳରେ ଅଛି, ଏହା ମୋ ଘର ବୋଲି କହିଛନ୍ତି ସୁନୀତି ମୁଣ୍ଡ । ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା । ତେବେ ଭୁବନେଶ୍ୱର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତି ।

Headlines 05- ପାରିତ ହେଲା ‘ଅପରାଜିତା’ ବିଲ୍‌
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ 'ଅପରାଜିତା' ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି । ବିଧାନସଭାରେ 'ଅପରାଜିତା' ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ । 

Headlines 06- ଆସିଲା ଆଇଡ୍ରପ, ପିନ୍ଧିବାକୁ ପଡିବନି ଚଷମା
୪୦ ପରେ ଆଉ ପିନ୍ଧିବାକୁ ପଡିବନି ଚଷମା। ଆସିଲା ଆଇଡ୍ରପ। ମୁମ୍ବାଇ ଭିତ୍ତିକ Entod ଫାର୍ମାସିଟ୍ୟୁକାଲ୍ସ ପକ୍ଷରୁ ବିକଶିତ କରାଯାଇଛି। ଏହାର ନାଁ PresVu Eye Drops ରହିଛି। ଏହାକୁ Presbyopia ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯିବ। ଅର୍ଥାତ ପଢ଼ିବା ପାଇଁ ବ୍ୟବହାର ହେଉଥିବା ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ। ଏହି ସମସ୍ୟାରେ ପୂରା ବିଶ୍ୱରେ ୧୦୯ କୋଟିରୁ ୧୮୦ କୋଟି ଲୋକ ପୀଡ଼ିତ।

Headlines 07- ହାଇକୋର୍ଟଙ୍କ ବେଞ୍ଚସ୍ଥାପନ ବିଷୟ ସରକାରଙ୍କ ବିଚରାଧୀନ ରହିଛି: ମୁଖ୍ୟମନ୍ତ୍ରୀ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଲାଗି ପ୍ରତିଶୃତିବଦ୍ଧ ଥିବା ସରକାର ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଜି ଗୃହରେ ଉପରୋକ୍ତ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟଙ୍କ ବେଞ୍ଚ ସ୍ଥାପନ କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏହିପରି କୌଣସି ବେଞ୍ଚର ଯଥାର୍ଥତା ନାହିଁ ବୋଲି କୁହାଯାଇଥିଲା।  ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସୂଚନା ଦେଇଥିଲେ। ହେଲେ ଆଜି ପ୍ରଶ୍ନୋତ୍ତର କାଳର ଶେଷ ଆଡ଼କୁ ଏକ ବିବୃତ୍ତି ରଖି ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। 

Headlines 08- ମହିଳା ନକ୍ସଲ ସହ ୬ ନକ୍ସଲଙ୍କ ଆତ୍ମସମର୍ପଣ
ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛି।ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମାଡକମ ଆଥାଲ ଅରଫ ଆୟଥା(୨୪)। ମାଡକମ ଆଥାଲ ନାମରେ ତେଲେଙ୍ଗାନା ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସିପିଆଇ ମାଓବାଦୀ ସଂଗଟନରେ ଗତ ୨୦୨୭ରେ ମାଡକମ ଆଥାଲ ମିଲିସିଆ ଭାବେ ଯୋଗ ଦେଇଥିଲା। ୨୦୨୦ ପର୍ଯ୍ୟନ୍ତ ସେ ମିଲିସିଆ କମାଣ୍ଡର ସୋଡି ଯୋଗାୟାଙ୍କ ସହ କାମ କରିଥିଲେ।

Headlines 09- ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ପୋରବନ୍ଦର ଉପକୂଳ ନିକଟରେ ବଡ଼ ଅଘଟଣ । ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏହି ଅଘଟଣ ଘଟିଛି । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ । ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର ଏବେବି ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜା ଚାଲିଛି। ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଅବତରଣ ପାଇଁ ହେଲିକପ୍ଟର ଜାହାଜ ପାଖକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜିବାକୁ ଜୋରଦାର ଉଦ୍ୟମ ଜାରିରହିଛି। ସର୍ଚ୍ଚ ଅପରେସନରେ ୪ଟି ଜାହାଜ ଓ ଦୁଇଟି ବିମାନକୁ ନିୟୋଜିତ କରାଯାଇଛି । ବିମାନର କିଛି ଅଂଶକୁ ମଧ୍ୟ ଉଦ୍ଧାର କରାଯାଇଛି । 

Headlines 10- ଦୁଇ ମାସରେ ୩୯ ଅଧିକାରୀଙ୍କ ଘରେ ଚଢାଉ
ଗତ ଦୁଇମାସ ଭିତରେ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ବିରୁଦ୍ଧରେ ଆସିଥିବା ମାମଲାର ତଦନ୍ତ କରିବାକୁ ଯାଇ ଭିଜିଲାନ୍ସ ୩୯ ଅଧିକାରୀଙ୍କ ଠିକଣା ଉପରେ ଚଢ଼ଉ କରିଛି। ଏହି ଚଢ଼ଉ ଦ୍ୱାରା ୪୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍ତି। ୨୦୨୩ ଅଗଷ୍ଟ ପହିଲାରୁ ୨୦୨୪ ଅଗଷ୍ଟ ୨୫ ତାରିଖ ସୁଦ୍ଧା ରାଜ୍ୟରେ ଭିଜିଲାନ୍ସ ଚଢ଼ଉ ଦ୍ୱାରା ୧୧୫ କୋଟି ୭୫ ଲକ୍ଷ ୯୬୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି।

Also Read- ଲକ୍ଷପତି ହେଲେ ଭେଣ୍ଡି ଚାଷୀ, ଜାଣନ୍ତୁ କିପରି କରିଥିଲେ ଚାଷ

Also Read- Astrology: ୪ଟି ରାଶି ବ୍ୟକ୍ତିଙ୍କ ଜୀବନର ଦୁଃଖ ଦୂର କରିବେ ପ୍ରଭୁ ଗଜାନନ