Top 10 News: ରେଳ କର୍ମଚାରୀ ସମେତ କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2458071

Top 10 News: ରେଳ କର୍ମଚାରୀ ସମେତ କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଗୁରୁବାର ଦିନ କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇଟି ନୂତନ ଯୋଜନା ଅନୁମୋଦନ ହୋଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 03 October 2024

Top 10 News Headlines 03 October 2024: H1. Cabinet Decision: ଗୁରୁବାର ଦିନ କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇଟି ନୂତନ ଯୋଜନା ଅନୁମୋଦନ ହୋଇଛି। ପ୍ରଥମଟି ହେଉଛି PM ରାଷ୍ଟ୍ରିୟ କୃଷି ବିକାଶ ଯୋଜନା (PM Rashtra Krishi Vikas Yojana) ଏବଂ ଦ୍ୱିତୀୟଟି ହେଉଛି କୃଷି ଉନ୍ନତି ଯୋଜନା (Krishonnati Yojana)। ଏଥିପାଇଁ ସରକାର ୧ ଲକ୍ଷ ୧୩୨୧ କୋଟି ଟଙ୍କା ଖର୍ଚ୍ଚ କରିବେ।

H2. Railway Employees Bonus 2024: ନବରାତ୍ରୀର ପ୍ରଥମ ଦିନରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଗୁରୁବାର ଦିନ ସ୍ୱତନ୍ତ୍ର ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ମୋଦି କ୍ୟାବିନେଟ୍ ୭୮ ଦିନିଆ ବୋନସ୍ ଘୋଷଣା କରିଛି। ରେଳ କର୍ମଚାରୀଙ୍କ ପାଇଁ ୨୦୨୯ କୋଟି ଟଙ୍କା ପ୍ରଡକ୍ଟିବିଟି ବୋନସ୍ ସ୍କିମ୍ କେନ୍ଦ୍ର ଅନୁମୋଦନ କରିଛନ୍ତି। କହିରଖୁଛୁ ଯେ ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ୧୨ ଲକ୍ଷ କର୍ମଚାରୀ ଉପକୃତ ହେବେ।

H3. Centre approves five languages as classical languages: ନରେନ୍ଦ୍ର ମୋଦୀ ସରକାର ଗୁରୁବାର ମରାଠୀ, ପାଲି, ପ୍ରାକୃତ, ଆସାମୀୟା ଓ ବଙ୍ଗାଳୀକୁ 'ଶାସ୍ତ୍ରୀୟ ଭାଷା' ମାନ୍ୟତା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଏହା ଏକ ଐତିହାସିକ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ମରାଠୀ, ପାଲି, ପ୍ରାକୃତ, ଆସାମ ଏବଂ ବଙ୍ଗାଳୀ ଭଳି ୫ ଟି ଭାଷା ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଛି। "

H4. Cabinet Approves National Mission on Edible Oils: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଘରୋଇ ତୈଳବୀଜ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଖାଇବା ତେଲ ପାଇଁ ତୈଳବୀଜ ଜାତୀୟ ମିଶନକୁ ଅନୁମୋଦନ କରିଛି କ୍ୟାବିନେଟ୍। ଏହି ମିଶନ ୨୦୨୪-୨୫ ରୁ ୨୦୩୦-୩୧ ମଧ୍ୟରେ ସାତ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ । ଯେଉଁଥିରେ ମୋଟ ୧୦,୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ।

H5. Odisha CM Holds Fruitful Business Meeting with Ambassadors: ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ଯେ, 'ପୁ୍ଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । କିପରି ଅଧିକ ବିଦେଶୀ ପୁ୍ଞ୍ଜି ନିବେଶ ହେବ ସେନେଇ ଆଲୋଚନା ହୋଇଛି । ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି  । ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ୍‌, ITରେ ବିନିଯୋଗ ସମ୍ଭାବନା ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

H6. Odisha Weather Update: ବର୍ଷାରେ ଭିଜିବ ଦଶହରା। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ -ବାଲାଂଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪ ତାରିଖ ସୁଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଇଏମଡି  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ । ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। 

H7. Supreme Court on Isha Foundation: ସଦଗୁରୁଙ୍କ ଇଶା ଫାଉଣ୍ଡେସନକୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆରାମ ମିଳିଛି। ଇଶା ଫାଉଣ୍ଡେସନ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଧ୍ୟାତ୍ମିକ ଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଅପରାଧିକ ମାମଲା ସମ୍ପର୍କରେ ସୂଚନା ଦେବାକୁ ସୋମବାର ଦିନ ମାଡ୍ରାସ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

H8. PM Internship Scheme Started: ବେରୋଜଗାର ଯୁବବର୍ଗଙ୍କୁ ଚାକିରି ଯୋଗାଇବା ପାଇଁ ମୋଦୀ ସରକାର ଇଣ୍ଟରନସିପ୍ ସ୍କିମ୍ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ଇଣ୍ଟରନସିପ୍ ଯୋଜନା ଘୋଷଣା କରିଥିଲେ ଯେଉଁଥିରେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ଯୁବକ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଇଣ୍ଟର୍ନ ମାନଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।

H9. Center on Marital Rape: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖଲେ ଯଦି ତାଙ୍କୁ ରେପ୍ ଭଳି ଦଣ୍ଡିତ କରାଯାଏ, ତେବେ ଏହା ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇପାରେ। ମେରିଟାଲ ରେପକୁ ଅପରାଧୀକ କରିବାକୁ ଚାହୁଁଥିବା ଅନେକ ଆବେଦନକୁ ବିରୋଧ କରି ସରକାର ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଏଥିରେ ସରକାର କହିଛନ୍ତି ଯେ ମେରିଟାଲ ରେପକୁ ଅପରାଧ ବୋଲି ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହା ପୂର୍ବରୁ ଅନ୍ୟ 'ଦଣ୍ଡନୀୟ ପଦକ୍ଷେପ' ବିଦ୍ୟମାନ ଅଛି।

H10. Mohammad Azharuddin summoned by ED: ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ସମନ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ସମନ ହୋଇଥିବା ଜଣାପଡିଛି।  କ୍ରିକେଟର ମହମ୍ମଦ ଆଜହାରୁଦ୍ଦିନ ପୂର୍ବରୁ ଏଚସିଏ (Hyderabad Cricket Association)ର  ସଭାପତି ଥିଲେ। ସଭାପତି ଥିବା ସମୟରେ ୨୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଯେଉଁଥିପାଇଁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଡକାଇଛନ୍ତି।