Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2415519

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସବୁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଭଙ୍ଗ, ରାଜନୀତିକ ଥଇଥାନ ଅଭିଯେଗ ଏବଂ ଅନ୍ୟ ପ୍ରମୁଖ ଖବର

1. ଆଜି ଗୁରୁ ଦୁବସ। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ଙ୍କ ୧୩୬ତମ ଜୟନ୍ତୀ। ଜଣେ ବିଶ୍ୱବିଦ୍ୟାଳୟ ଶିକ୍ଷକ ତଥା ଦାର୍ଶନିକ ଭାବେ ଖ୍ୟାତି ଅର୍ଜନ କରିଥିବା ରାଧାକ୍ରିଷ୍ଣନ୍‍ଙ୍କ ଜନ୍ମଦିନକୁ ଭାରତ ବର୍ଷରା ଶିକ୍ଷକ ଦିବସ ବା ଗୁରୁ ଦିବସ ଭାବେ ପାଳନ କରାଯାଏ। ରାଷ୍ଟ୍ରପତି ଥିବା ସମୟରେ ତାଙ୍କର କିଛି ଛାତ୍ର ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ଆସିଥିବା ଦେଖି ସେ ତାଙ୍କୁ ଏହି ଦିବସଟିକୁ ଶିକ୍ଷକ ଦିବସ ଭାବେ ପାଳନ କରିବାକୁ କହିଥିଲେ। ଏହିଠାରୁ ହିଁ ଆରମ୍ଭ ହୋଇଛି ଭାରତରେ ଶିକ୍ଷକ ଦିବସ ପାଳନ ପରମ୍ପରା। 

2. ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ପାଲଟିଥିବା ମୋହନ ଚରଣ ମାଝି ଏହି ଦିବସଟିକୁ ରାଜ୍ୟରେ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଆଜି ପାରମ୍ପରିକ ଭାବେ ରାଜ୍ୟସ୍ତରୀୟ ଶିକ୍ଷକ ଦିବସ ପାଳନ ସହ ଜିଲ୍ଲାଓ୍ୱାରୀ ମେଧାବୀଙ୍କୁ ପୁରସ୍କୃତ କରିବାର ପରମ୍ପରା ଆରମ୍ଭ ହେବ। ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହକୁ ଆଜି ଲୋକସେବା ଭବନଠାରେ ଆୟୋଜନ କରାଯାଇଛି। 

3. ସୁଭଦ୍ରା ଯୋଜନା ଲାଗି ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ଆବେଦନର କୌଣସି ଶେଷ ତାରିଖ ନାହିଁ। କିନ୍ତୁ ଆବେଦନ କର୍ତ୍ତର ଘରୁ ଆବେଦନ କରିପାରିବେ ନାହିଁ। ସେମାନଙ୍କୁ ସେମାନଙ୍କ ବାୟୋମାଟ୍ରିକ୍‍ ଯାଞ୍ଚ ଲାଗି ନିକଟସ୍ଥ କେନ୍ଦ୍ରକୁ ଆସିବାକୁ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। 

4. ରାଜ୍ୟରେ ଚାଲୁଥିବା ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଭଙ୍ଗ କରାଯାଇଛି। ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସବୁ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ବିଜେଡି ସକରାର ସମୟରେ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବା ଅଭିଯୋଗ ହୋଇଥିଲା। ଏଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସମସ୍ତ ୨୩ ଉନ୍ନୟନ ପରିଷଦକୁ ଭଙ୍ଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

5. ସୋମବାରଦିନ ‘ନୂଆଖାଇ’  ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶନି ବାର ଓ ରବିବାର ଗଣେଶପୂଜା ଓ ନୂଆ ଖାଇ ପଡ଼ୁଥିଲେ ମଧ୍ୟ ଏହି ଦୁଇଦିନ ବାଦ ଆଉ ଏକ ଛୁଟିଦିନ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଭାଜିଷ୍ଟ୍ରେଟ ଅଫିସ ପାଇଁ ଏହା ଉଦ୍ଦିଷ୍ଟ ଥିଲା। ଏବେ ସ୍କୁଲ୍‍ , କଲେଜଗୁଡ଼ିକ ପାଇଁ ମଧ୍‍ୟ ଛୁଟି ଘୋଷଣା କରାଯାଇଛି। 

6. ନଭେମ୍ବର ୧୫ ତାରିଖରୁ କଟକର ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେବ। ମହାନଦୀ ପଠାରେ ଏହି ଯାତ୍ରା ପାରମ୍ପରିକ ଭାବେ ପାଳନ କରାଯିବ। ୨୨ ତାରିଖ ଯାଏ ଏହା ଚାଲିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଏକ ପ୍ରଶାସନିକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ବର୍ଷର ତ୍ରୁଟିକୁ ସୁଧାରିବା ତଥା ବାଲିଯାତ୍ରାରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଉଦ୍ଦେଶ୍ୟରେ ବ୍ୟବସ୍ଥା କରାଯାଇଛି। 

7. ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍‍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ବିକାଶମୂଳକ କାର୍ଯ୍ୟ କିପରି ପରିଚାଳନା ହେଉଛି ତାହାକୁ ଅଚାନକ ଗସ୍ତବେଳେ ଯାଞ୍ଚ କରିବେ। ଏଥିନେଇ କୌଣସି ପୂର୍ବ ସୂଚନାର ଆବଶ୍ୟକତା ରହିବ ନାହିଁ। ଏଥିନେଇ ରାଜ୍ୟ ସରକାର ଅଫିସର ମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି। ସେମାନେ ସେମାନଙ୍କ ଜିଲ୍ଲାଗସ୍ତ ରିପୋର୍ଟକୁ ମୁଖ୍ୟ ସଚିବଙ୍କୁ ହସ୍ତାନ୍ତର କରିବେ। ପ୍ରତି ମାସରେ ସେମାନେ ୩ ଦିନ ଅଧିକାରୀମାନେ ଜିଲ୍ଲାଗସ୍ତରେ ଯିବା ଲାଗି ଆଦେଶ ଦିଆଯାଇଛି। 

8. ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଉଚ୍ଚ ସୁରକ୍ଷା କ୍ଷମତାପନ୍ନ ଆଲମିରା ଯୋଗାଇବା ଲାଗି ଗୋଦ୍ରେଜ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି। ଏନେଇ ଏକ ପ୍ରସ୍ତବ ମଧ୍ୟ ରାଜ୍ୟ ସରକାରଙ୍କୁ ଦେଇଛି କମ୍ପାନୀ। ରତ୍ନ ଭଣ୍ଡାରରେ ଉଭୟ ଡିଜିଟାଲ୍‍ ଓ ପାରମ୍ପରିକ ତାଲା ପକାଇବା ସୁବିଧା ଥିବା ସ୍ୱଥନ୍ତ୍ର ଆଲମିରା ଯୋଗାଇବାକୁ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। 

9. କେରଳ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିପର୍ଯ୍ୟୟ ସମୟରେ ତାଙ୍କ ସହ ଠିଆ ହୋଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ସେଠାରେ ଆସିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି। 

10. ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କାରଣରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ସତର୍କତା ଜାରି କରାଯାଇଛି। ୮ ତାରିଖ ଯାଏ ଏହିପରି ପାଗ ଜାରି ରହିବ।