Top 10 News: ହୋଟେଲରେ ଭୟଙ୍କର ନିଆଁ ନେଲା ୬୬ ଜୀବନ ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2611419

Top 10 News: ହୋଟେଲରେ ଭୟଙ୍କର ନିଆଁ ନେଲା ୬୬ ଜୀବନ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ହୋଟେଲରେ ଭୟଙ୍କର ନିଆଁ ନେଲା ୬୬ ଜୀବନ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ତୁର୍କୀର ବୋଲୁ ସ୍ଥିତ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ସାମ୍ନାକୁ ଆସିଛି । ଘଟଣାରେ ମୋଟ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ହୋଟେଲଟି  ୧୨ ମହଲା ବିଶିଷ୍ଟ ହୋଇଥିବା ସମୟରେ ରେଷ୍ଟୁରାଣ୍ଟରୁ ନିଆଁ ଲାଗିଥିବା କୁହାଯାଉଛି । ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Headlines 02- ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme) ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା  ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। 

Headlines 03- ୬ ଦିନ ଧରି ଚିକିତ୍ସା ହେବା ପରେ ଆଜି (ମଙ୍ଗଳବାର) ଡିସଚାର୍ଜ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୌଫଙ୍କ ସ୍ୱାସ୍ଥ୍ୟ ଭଲ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ସୂଚନାଯୋଗ୍ୟ, ବାନ୍ଦ୍ରା ସ୍ଥିତ ସୈଫଙ୍କ ବାସଭବନରେ ଦୁର୍ବୃତ୍ତ ପଶି ସୈଫଙ୍କୁ ଛୁରା ମାଡ଼ କରିଥିଲେ । ଫଳରେ ଗୁରୁତର ଆହତ ହୋଇପଡିଥିଲେ ଆପଣଙ୍କ ପ୍ରିୟ ଅଭିନେତା । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବେଡ୍ ରେଷ୍ଟ ପାଇଁ ସୈଫଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Headlines 04- ବୁଲେଟରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରିବା ଭଳି ସାଇଲେନ୍ସର ପାଇପ୍ ଲଗାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ବାଇକ ଗୁଡିକରୁ ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ସବୁକୁ ଖୋଲି ଦେଇଛି କମିଶନରେଟ୍ ପୋଲିସ୍। ଦିନକରେ ୧୦୦ରୁ ଅଧିକ ମଡିଫାଏଡ୍‌ ସାଇଲେନ୍ସର ପାଇପ୍ ଜବତ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ରାସ୍ତାରେ ବିକଟାଳ ଶବ୍ଦ କରି ବାଇକ୍ ଚଳାଇ ଯାଉଥିବା ଚାଳକ ସାବଧାନ ହେବାକୁ ଭୁବନେଶ୍ବର ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି। 

Headlines 05- ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡିହୋଇଛି । AICTE INDIA ସହଯୋଗରେ IGNOU ର ଏମବିଏ କୋର୍ସର ଓଡ଼ିଆ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ।

Headlines 06- ସାଧାରଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ସୁନ୍ଦରଗଡ଼ରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, କୋରାପୁଟରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୂଆପଡ଼ାରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳରେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମାଲକାନଗିରିରେ ମତ୍ସ୍ୟସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଉତ୍ତୋଳନ କରିବେ। 

Headlines 07- ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର।  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ ।

Headlines 08- ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନ ଏପ୍ରିଲ୍‍ ୫ ତାରିଖରେ ଶେଷ ହେବ ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି।  ସମୁଦା ୨୮ ଟି କାର୍ଯ୍ୟ ଦିବସ ଏହି ଅଧିବେଶନ ଲାଗି ସ୍ଥିର କରାଯାଇଛି।  ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ବଜେଟ୍‍ ଉପସ୍ଥାପନ କରିବେ।

Headlines 09- ଉଲ୍ଲେଖନୀୟ କାର୍ଯ୍ୟ ଓ ଦକ୍ଷତା ପ୍ରଦର୍ଶନ ଲାଗି ରାଜ୍ୟର ୨୦ ଜଣ ପୁଲିସ କର୍ମୀଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯିବ। ଆସନ୍ତା ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୬ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ।

Headlines 10-  ଓଡିଶା ସୀମାନ୍ତ ଛତିଶଗଡ଼ର କୁଲାରିଘାଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ୍‍ରେ ୧୦ ଜଣ ନକ୍ସଲଙ୍କ ଆଜି ସକାଳୁ ମୃତ୍ୟୁ ହୋଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଅପରେସନ ସମୟରେ ବିପୁଳ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଜବତ କରାଯଇଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।