Top 10 News Headlines: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିଛନ୍ତି । ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 2nd November 2024: H1. Balangir Gets 890 CR Projects: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।
H2. Cyclone ‘Dana’ damage assessment report: ବାତ୍ୟା ଦାନା ପାଇଁ ହୋଇଥିବା କ୍ଷୟକ୍ଷତି ଆକଳନ ଆଜି ସମାପ୍ତ ହେବ। ଆସନ୍ତାକାଲି ଏସଆରସି ନିକଟରେ ଏହି ରିପୋର୍ଟ ଦାଖଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଷ ପୂଜାରୀ କହିଛନ୍ତି। ବାତ୍ୟାରେ ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡ଼ା ବିଶେଷ ଭାବେ ପ୍ରଭାବିତ ହୋଇ କ୍ଷୟକ୍ଷତି ହୋଇଛି। ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଆସିବାର ଅଛି। ଖୁବଶୀଘ୍ର ଆସି କ୍ଷୟକ୍ଷତି ଆକଳନ କରିବେ।
H3. 3rd phase of Subhadra Yojana money by Nov end: ନଭେମ୍ବର ଶେଷ ସପ୍ତାହରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବାକୁ ଥିବା ବେଳେ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତେବେ ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଖାରଜ ହୋଇଥିବା ଆବେଦନର ରି-ଚେକ୍ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି। ଆବେଦନ ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ୍ ହେବ।
H4. Bhubaneswar Mo bus accident: ରାଜଧାନୀରେ ମୋ ବସର ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ଅନେକ ସାଧାରଣ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ବରରେ ‘ମୋ ବସ୍’ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିବାର ଖବର ମିଳିଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁରରେ ମୋ ବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ସୂଚନା ରହିଛି।
H5. IMD Weather Forecast: ଦୀପାବଳି ପରେ ବର୍ତ୍ତମାନ ଶୀତକୁ ଅପେକ୍ଷା ରହିଛି କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ନଭେମ୍ବରରେ ମଧ୍ୟ ପାଗ ଉଷ୍ମ ରହିବ ବୋଲି ସମସ୍ତ ସମ୍ଭାବନା ରହିଛି। ଶୁକ୍ରବାର ଦିନ IMD ସୂଚନା ଦେଇଛି ଯେ ଭାରତରେ ଚଳିତ ବର୍ଷ ଅକ୍ଟୋବର ମାସ ୧୯୦୧ ଠାରୁ ସବୁଠାରୁ ଉତ୍ତପ୍ତ ଥିଲା ଏବଂ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୧.୨୩ ଡିଗ୍ରୀ ସେଲସିୟସ ଅଧିକ ରେକର୍ଡ କରାଯାଇଥିଲା। ଏହା ସହିତ ଭାରତୀୟ ପାଣିପାଗ ବିଭାଗ ଆଗାମୀ ଶୀତ ବିଷୟରେ ପୂର୍ବାନୁମାନ କରୁଥିବାବେଳେ ନଭେମ୍ବରରେ ମଧ୍ୟ ପାଗ ଉଷ୍ମ ରହିବାର ସମ୍ଭାବନା ରହିଛି ବୋଲି କହିଛି।
H6. encounter in kashmir srinagar anantnag: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଅନନ୍ତନାଗରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ହତ୍ୟା କରାଯାଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବିଦେଶୀ ହେବାର ସମ୍ଭାବନା ରହିଛି।
H7. Pappu yadav threat case accused arrested: ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଏହି ଧମକ ପାଇବା ପରେ ପୋଲିସ ଅଧୀକ୍ଷକ କାର୍ତ୍ତିକେୟ ଶର୍ମା କେହାଟ ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅଧୀକ୍ଷକ କାର୍ତ୍ତିକେୟ ଶର୍ମା ଏହି ପ୍ରସଙ୍ଗରେ ଅଭିଯୁକ୍ତ ଗିରଫ ହେବା ନେଇ ସୂଚନା ଦେଇଛନ୍ତି।
H8. India Canada Tension: ଭାରତ କାନାଡା ଉଚ୍ଚ ଆୟୋଗର ପ୍ରତିନିଧୀଙ୍କୁ ଡକାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଭିତ୍ତିହିନ ଅଭିଯୋଗ ଆଣିବାକୁ ନେଇ ଦୃଢ଼ ବିରୋଧ ପ୍ରଦର୍ଶନ କରିଛି। ଭାରତ ଖୋଲାଖୋଲି ଭାବେ କାନାଡାକୁ କହିଛି ଯେ ଏଭଳି ଭିତ୍ତିହୀନ କାର୍ଯ୍ୟ ଦ୍ୱୀପାକ୍ଷିକ ସମ୍ପର୍କ ଉପରେ ଗୁରୁତର ପ୍ରଭାବ ପକାଇବ। ଗତ ବର୍ଷ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି।
H9. India responded to US sanctions: ନିକଟରେ ଭାରତୀୟ ସଂସ୍ଥା ଉପରେ ଲାଗୁ ହୋଇଥିବା ଆମେରିକାର ପ୍ରତିବନ୍ଧକ ଉପରେ ଶନିବାର ଦିନ ଭାରତର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତୀୟ କମ୍ପାନୀଗୁଡିକ କୌଣସି ଜାତୀୟ ନିୟମ ଉଲ୍ଲଂଘନ କରିନାହାଁନ୍ତି। ସୂଚନାଯୋଗ୍ୟ ଯେ U.S. ସ୍ୱରାଷ୍ଟ୍ର ବିଭାଗ ଘୋଷଣା କରିଥିବା ଏହି କଟକଣା ମଧ୍ୟରେ ୧୯ଟି ଭାରତୀୟ କମ୍ପାନୀ ଏବଂ ଦୁଇ ଜଣ ବ୍ୟକ୍ତି ଅଛନ୍ତି।
H10. IND vs NZ 3rd Test Day 2: ମୁମ୍ବାଇ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଛି। ଏହା ଯୋଗୁଁ କିୱି ଦଳର ଅଗ୍ରଣୀ ୧୪୩ ରନ୍କୁ ବୃଦ୍ଧି ପାଇଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଜାଜ ପଟେଲ ଏବଂ ୱିଲିୟମ୍ ଓରୁକେ ନ୍ୟୁଜିଲ୍ୟାଣ୍ଡ ପାଇଁ ନଟ୍ ଆଉଟ୍ ଅଛନ୍ତି। ଏଥି ସହ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ଜାଡେଜାଙ୍କୁ ୪ଟି ସଫଳତା ମିଳିଛି।