Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପୁଣି ଥରେ ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା ଏବଂ ଅନୀଲ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ରିମାଣ୍ଡରେ ଆଣିବା ପରେ ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ କରିବ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଉଭୟ ହଂସିକା ଏବଂ ଅନୀଲଙ୍କୁ ଜେରା କରିବେ ।
Headlines 02- ୱାକଫ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି କମିଟିର ୧୦ ଜଣ ସାଂସଦଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ଆଜି ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କାଶ୍ମୀରର ମୀରୱାଇଜ୍ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।
Headlines 03- ଖୁବଶୀଘ୍ର ଘୋଷଣା କରାଯିବ ବିଜେପିର ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ନାମ । ଏନେଇ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ,‘ସବୁ କିଛି ସହମତିରେ ହେବ, କୌଣସି ପ୍ରକାର ଦ୍ବନ୍ଦ୍ବ ନାହିଁ’ ଏବଂ ‘ସଂସଦୀୟ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବାରୁ ବିଳମ୍ବ ହୋଇଛି , ଯାଞ୍ଚ ଚାଲିଛି, ଏହାପରେ ଜିଲ୍ଲା ସଭାପତିଙ୍କ ନାମ ସାମ୍ନାକୁ ଆସିବ’ ।
Headlines 04- ପିଏମ୍ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ପୁରୀରୁ ସର୍ଭେର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଛନ୍ତି ମନ୍ତ୍ରୀ । କିପରି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଦ୍ବାରା କରି ହେବ ତାହା ଜଣାଇଲେ । ଯୋଗ୍ୟତାର ମାନ କୋହଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ଲାଗୁ ହେବ ନାହିଁ । ମାସିକ ୧୫ ହଜାରରୁ କମ୍ ଆୟ ପରିବାର ଲୋକେ ଏଥିରେ ସାମିଲ ହୋଇପାରିବେ । ନିଜ ମୋବାଇଲ୍ର ଆବାସ ପ୍ଲସ୍ ଆପ୍ରେ ଜଣାଇବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ ।
Headlines 05- ଯାଜପୁର ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଏବଂ ଡବଲ ମର୍ଡର ଘଟଣାରେ ଆଉ ଜଣକୁ ଗିରଫ କରାଯାଇଛି । ରାଜ୍ୟ ବାହାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ସହ କିଛି ଅଳଙ୍କାର ମଧ୍ୟ ଜବତ କରାଯାଇଛି । ଘଟଣା ଦିନ ୨ ଜଣ ଧରାପଡ଼ିଥିଲେ ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
Headlines 06- ନବରଙ୍ଗପୁରରେ ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଗତକାଲି ଶହେରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ସେମାନଙ୍କ ମଧ୍ୟରୁ ୯ ଜଣ ମେଡିକାଲ୍ ଯାଇଥିଲେ । ଆଜି ଆଉ ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ପାଇବା ପରେ ସ୍କୁଲରେ ପହଞ୍ଚିଛନ୍ତି ମେଡିକାଲ ଟିମ୍ । କିପରି ଏମିତି ସ୍ଥିତି ହେଲା ତାହା ଯାଞ୍ଚ କରାଯାଉଛି ।
Headlines 07- ରାଜଧାନୀ ଭୁବନେଶ୍ବରରେ ମାତିଲେ ଲୁଟେରା। ତାଡି ନେଇଗଲେ ଏଟିଏମ ମେସିନ। ଭୁବନେଶ୍ୱର ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ ମାରିଥିଲେ ଲୁଟେରା। ଆଜି ସକାଳୁ ଗଙ୍ଗୁଆ ନାଳରୁ ମିଳିଲା ଏଟିଏମ ମେସିନ। ଲୁଟେରାମାନେ ଏଟିଏମରୁ ଟଙ୍କା ନେଇ ମେସିନ ଗଙ୍ଗୁଆ ନାଳରେ ଫୋପାଡିଦେଇଥିବା ପୁଲିସ ସୂଚନା ଦେଇଛି। ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ। ଏଟିଏମ ତାଡିଲା ପରେ ଏହି ଅଟୋ ବ୍ୟବହାର କରିଥିବେ ବୋଲି ପୁଲିସ ସନ୍ଦେହ କରୁଛି।
Headlines 08- ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡିଆ। ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ। ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ପୂର୍ବରୁ ଟପ୍ ମାଓନେତା ତଥା ସେଣ୍ଟ୍ରାଲ କମିଟି ମେମ୍ବର ଚଲପତିର ମୃତ୍ୟୁ ସ୍ପଷ୍ଟ ହୋଇଥିଲା। ଏବେ ୧୨ ଜଣଙ୍କ ପରିଚୟ ମିଳିଛି। ଏନକାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ।
Headlines 09- ଜାନୁଆରୀ ୨୭ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ୨୭ ତାରିଖରେ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି ବନ୍ଦ ରହିବ। ତେବେ ଆଗାମୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Headlines 10- ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଭୁବନେଶ୍ବର ଗାନ୍ଧୀମାର୍ଗରେ ଚାଲିଛି ଫୁଲ୍ ଡ୍ରେସ୍ ପରେଡ ରିହର୍ସାଲ। ଅଭ୍ୟାସ ପରେଡରେ ଭାଗ ନେଇଛନ୍ତି ପ୍ରାୟ ୪୯ ଟି ମାର୍ଚ୍ଚିଂ କଣ୍ଟିଜେଣ୍ଟ । ପୂର୍ବବର୍ଷ ଗୁଡିକ ଠାରୁ ଚଳିତବର୍ଷ କିପରି ଆହୁରୀ ଆକର୍ଷଣୀୟ ପ୍ୟାରେଡ୍ କରାଯିବ ସେନେଇ ବିଶେଷ ପ୍ରସ୍ତୁତି କରାଯାଉଛି ।
Also Read- Weekly Lucky Zodiac Sign: ନୂଆ ସପ୍ତାହରେ ତ୍ରିଗ୍ରାହୀ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ