SBI duplicate branch:ନକଲି ଷ୍ଟେଟ୍ ବ୍ୟାଙ୍କ ଶାଖା ଖୋଲି ଠକେଇ,ଧରା ହେଲେ ବ୍ୟାଙ୍କ କର୍ମଚାରୀଙ୍କ ପୁଅ
Advertisement
Article Detail0/zeeodisha/odisha2045871

SBI duplicate branch:ନକଲି ଷ୍ଟେଟ୍ ବ୍ୟାଙ୍କ ଶାଖା ଖୋଲି ଠକେଇ,ଧରା ହେଲେ ବ୍ୟାଙ୍କ କର୍ମଚାରୀଙ୍କ ପୁଅ

ଭାରତରେ ସବୁକିଛି ସମ୍ଭବ । ନକଲି ଔଶଧଠାରୁ ନକଲି ପନିର ସବୁ କିଛି ଭାରତରେ ମିଳିପାରେ । କିନ୍ତୁ କେବେ ନକଲି ବ୍ୟାଙ୍କ କଥା ଶୁଣିଛନ୍ତି କି ? ତା’ପୁଣି ଦେଶର ସବୁଠାରୁ ବଡ଼ ବ୍ୟାଙ୍କର ନକଲି ବ୍ରାଂଚ୍ ?

SOCIAL MEDIA

SBI duplicate branch:

ଭାରତରେ ସବୁକିଛି ସମ୍ଭବ । ନକଲି ଔଶଧଠାରୁ ନକଲି ପନିର ସବୁ କିଛି ଭାରତରେ ମିଳିପାରେ । କିନ୍ତୁ କେବେ ନକଲି ବ୍ୟାଙ୍କ କଥା ଶୁଣିଛନ୍ତି କି ? ତା’ପୁଣି ଦେଶର ସବୁଠାରୁ ବଡ଼ ବ୍ୟାଙ୍କର ନକଲି ବ୍ରାଂଚ୍ ? ଯଦି ଶୁଣି ନାହାନ୍ତ ତେବେ ଆମେ ଆପଣଙ୍କୁ ଆଜି ସେହିଭଳି ଗୋଟିଏ ବ୍ୟାଙ୍କ ବାବଦରେ କହିବୁ । ଆଉ କହିବୁ କେମିତି ତିନି ଜଣ ଠକ ତିନି ମାସ ହେଲା ଠକେଇର ନୂଆ କିର୍ତ୍ତିମାନ ସ୍ଥାପନ କରି ଗୋଟିଏ ନକଲି ବ୍ୟାଙ୍କ ଛିଡା କରିଦେଇଥିଲେ । ସେହି ବ୍ୟାଙ୍କରେ ସବୁକିଛି ବ୍ୟାଙ୍କ ଭଳି ଚାଲିଥିଲା । ବ୍ୟାଙ୍କରେ ଷ୍ଟାଫ୍ ଥିଲେ,ଗ୍ରାହକ ଥିଲେ ଓ ଗ୍ରାହକ ଟଙ୍କା ମଧ୍ଯ ଡିପୋଜିଟ୍ କରୁଥିଲେ । ଆଉ ଏସବୁ ଚାଲିଥିଲା ଗଲା ତିନି ମାସ ହେଲା ।ନକଲି ବ୍ୟାଙ୍କ ଜରିଆରେ ଗ୍ରାହକଙ୍କୁ ଠକେଇର ଏହି ଘଟଣା ତାମିଲନାଡୁରେ ଘଟିଛି । ଆସନ୍ତୁ ଜାଣିବା ପୁରା ଘଟଣାକ୍ରମ କ’ଣ ଥିଲା ।

ନକଲି ନୋଟ୍ ନୁହେଁ ନକଲି ବ୍ୟାଙ୍କ

ବଜାରରେ ନକଲି ନୋଟରୁ ବଂଚିବା ପାଇଁ ରିଜର୍ଭ ବ୍ୟାଙ୍କ କହୁଛି । ଆଗକୁ ହୁଏତ ରିଜର୍ଭ ବ୍ୟାଙ୍କ କହିବ ଆପଣ ଯେଉଁ ବ୍ୟାଙ୍କରେ ଖାତା ଖୋଲୁଛନ୍ତି ସେହି ବ୍ୟାଙ୍କ ଅସଲି କି ନକଲି ତାହା ଯାଂଚ କରିନିଅନ୍ତୁ । କାରଣ ସେହିଭଳି ଗୋଟିଏ ମାମଲା ତାମିଲନାଡୁରେ ସାମ୍ନାକୁ ଆସିଛି । ତାମିଲନାଡୁର ପନ୍ନୁତିରେ ଏହି ଘଟଣା ଘଟିଛି । ମାମଲାରେ ସାମିଲ ଥିବା ଅଭିଯୋଗରେ ତାମିଲନାଡୁ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ତିନି ମାସ ହେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନକଲି ବ୍ରାଂଚ୍ ଚଲାଇ ଆସୁଥିଲେ । ଗିରଫ ବ୍ୟକ୍ତିଙ୍କ ମଧ୍ଯରୁ ଜଣେ ହେଉଛନ୍ତି ବ୍ୟାଙ୍କ କର୍ମଚାରୀଙ୍କ ପୁଅ ।

ମାଷ୍ଟରମାଇଣ୍ଡ୍ ବାବୁ

ବିଜନେସ୍ ଷ୍ଟାଣ୍ଡାର୍ଡ୍ ରିପୋର୍ଟ ଅନୁସାରେ ବ୍ୟାଙ୍କ କର୍ମଚାରୀଙ୍କ ପୁଅ ଥିଲେ ମାଷ୍ଟର ମାଇଣ୍ଡ୍ । ତାଙ୍କ ନାମ ହେଉଛି ବାବୁ । ବାବୁଙ୍କ ପିତାଙ୍କ ୧୦ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି । ମା’ ବ୍ୟାଙ୍କରେ ଅନୁକମ୍ପାମୁଳକ ଚାକିରି ପାଇଥିଲେ । ସେ ମଧ୍ୟ ଦୁଇ ବର୍ଷ ତଳେ ଅବସର ନେଇଛନ୍ତି । ସେହିଭଳି ଜଣେ ଅଭିଯୁକ୍ତ ପନ୍ନୁତିରେ ପ୍ରିଣ୍ଟିଂ ପ୍ରେସ୍ ଚଲାଉଥିବା ବେଳେ ଅନ୍ୟଜଣକ ରବର ଷ୍ଟାମ୍ପ ତିଆରି କରୁଥିଲେ ।

କେମିତି ଠକେଇ କରୁଥିଲେ ?

ତିନି ଜଣ ଗୋଟିଏ ଘର ଭଡା ନେଇ ଏସବିଆଇର ଶାଖା ଖୋଲିଥିଲେ । ସେଠାରେ କିଛି କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ । ଏହି ନକଲି ବ୍ୟାଙ୍କ ଅସଲି ବ୍ୟାଙ୍କ ଭଳି କାମ କରୁଥିଲା । ଗ୍ରାହକ ଏଠାରେ ଖାତା ଖୋଲି ଟଙ୍କା ଡିପୋଜିଟ୍ କରୁଥିଲେ । ନକଲି ବ୍ୟାଙ୍କ ମାମଲା ତାମିଲନାଡୁରେ କିଛି ନୁଆ ନୁହେଁ । ୨୦୨୨ରେ ଚେନ୍ନାଇ ପୋଲିସ ଓ କ୍ରାଇମ ବ୍ରାଂଚ୍ ମିଳିତ ଭାବେ ଗୋଟିଏ ନକଲି ବ୍ୟାଙ୍କ ଚଲାଉଥିବା ଅପରାଧୀଙ୍କୁ ଧରିଥିଲେ । ଜଣେ ଏମବିଏ ପାସ୍ ବ୍ୟକ୍ତି ରୁରାଲ ଆଣ୍ଡ୍ ଏଗ୍ରିକଲଚୁରାଲ ଫାର୍ମର୍ସ କୋ’ଅପରେଟିଭ୍ ନାମରେ ପାଖାପାଖି ବର୍ଷେ ଧରି ବ୍ୟାଙ୍କ ଚଲାଉଥିଲେ । ରିଜର୍ଭ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିଯୋଗ ପରେ ପୋଲିସ ମାମଲା ଉପରୁ ପରଦା ହଟାଇବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।