Traffic advisory: ଆସନ୍ତା କାଲି ଶପଥ ଗ୍ରହଣ: ଜୟଦେବ ବିହାରରୁ ନାଲକୋ ଛକ ଗାଡ଼ି ଚଳାଚଳ ବନ୍ଦ, ସୈନକ ସ୍କୁଲରେ ହେବ ପାର୍କିଂସ୍ଥଳ
Advertisement
Article Detail0/zeeodisha/odisha2288686

Traffic advisory: ଆସନ୍ତା କାଲି ଶପଥ ଗ୍ରହଣ: ଜୟଦେବ ବିହାରରୁ ନାଲକୋ ଛକ ଗାଡ଼ି ଚଳାଚଳ ବନ୍ଦ, ସୈନକ ସ୍କୁଲରେ ହେବ ପାର୍କିଂସ୍ଥଳ

ଚାରିଚକିଆ ଯାନ ନେଇ ଆସୁଥିବା ଯାତ୍ରୀଙ୍କ ଲାଗି ପାର୍କିଂ ସ୍ଥଳ ଭାବେ ସୈନିକ ସ୍କୁଲ୍‍ ପଡ଼ିଆକୁ ସ୍ଥିର କରାଯାଇଛି। ଏହିଠାରେ ରଖି ନିର୍ଦ୍ଧାରିତ୍‍ ପ୍ରବେଶ ଦ୍ୱାର ଦେଇ ସଭାସ୍ଥଳକୁ ଯିବାକୁ ହେବ।

Traffic advisory: ଆସନ୍ତା କାଲି ଶପଥ ଗ୍ରହଣ: ଜୟଦେବ ବିହାରରୁ ନାଲକୋ ଛକ ଗାଡ଼ି ଚଳାଚଳ ବନ୍ଦ, ସୈନକ ସ୍କୁଲରେ ହେବ ପାର୍କିଂସ୍ଥଳ

Traffic advisory: ଭୁବନେଶ୍ୱର:  ଆସନ୍ତା କାଲି ଅପରାହ୍ଣରୁ ଜୟଦେବ ବିହାରରୁ ନାଲକୋ ଛକ ଯାଏ ରାସ୍ତା ସିଲ୍‍ ରହିବ। ଏହି ରାସ୍ତା ଦେଇ ଦିନ ୨ଟାରୁ ୭ଟା ଯାଏ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। କଡ଼ା ସୁରକ୍ଷା ଭିତରେ ସମ୍ପୂର୍ଣ୍ଣ ଅଞ୍ଚଳ ରଖାଯିବ। ଯେଉଁମାନେ ଏହି ସମୟରେ ଯାତାୟାତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବିକଳ୍ପ ରାସ୍ତା ଦେଇ ଯିବାକୁ ହେବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। 

ଜନତା ମୈଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇବେ। ଏହି ସମାବେଶରେ ୩୦ ହଜାରରୁ ଅଧିକ ଲୋକ ସାକ୍ଷୀ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଅତିଥିଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାର ଲୋକଙ୍କୁ କୃତଜ୍ଞତା ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ହେବେ। ତାଙ୍କ ସହ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସାଂସଦଙ୍କ ଉପସ୍ଥିତି ରହିବ ବୋଲି ଆଶା କରାଯାଇଛି।  

ଏଥିନେଇ ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବ୍ଲୁବୁକ୍‍ ସୁରକ୍ଷା ନିୟମ ଅନୁସାରେ ପାଳନ କରାଯାଇଛି। ଠିକ୍‍ ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟଗଣ୍ୟଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ଅନୁସାରେ ସୁରକ୍ଷା ଯୋଗାଇଦିଆଯିବ ବୋଲି ସେ କହିଛନ୍ତି। 

ଶ୍ରୀ ପଣ୍ଡା କହିଛନ୍ତି, ଜଣେ ଆଇଜି ଙ୍କ ସହ ଦୁଇଜଣ ଡିଆଇଜିଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁସେମାନଙ୍କୁ ସହାୟତା ପାଇଁ ୧୩ ଡିସିପି, ୧୮ ଅତିରିକ୍ତ ଡିସିପି, ୯୪ ଇନ୍ସପେକ୍ଟର, ୩୧୨ ଅଫିସର, ୬୭ ପ୍ଲାଟୁନ ପୁଲି ବଳ ମୁତ୍ତୟନ ହେବେ। ୩ ଆତଙ୍କ ନିରୋଧି ଟିମ୍‍ ସହ ୧ ଓଡ୍ରାଫ୍‍ ଟିମ, ସ୍ୱତନ୍ତ୍ର କୁକୁର ସ୍ୱାର୍ଡ ମୁତ୍ତୟନ ହେବେ ବୋଲି ସେ କହିଛନ୍ତି। ଜନତା ମୈଦାନର ସୁରକ୍ଷା ଦାୟିତ୍ୱରେ ଆଇଜି ପ୍ରବୀଣ କୁମାର ରହିଛନ୍ତି। ବିମାନବନ୍ଦର ସୁରକ୍ଷା ଲାଗି ଡିଆଜି ସାର୍ଥକ ଷଡ଼ଙ୍ଗୀ ଏବଂ ସାଧାରଣଙ୍କ ଲୋଙ୍କ ସୁରକ୍ଷା ଲାଗି ଡିଆଇଜି ଉମାଶଙ୍କର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। 

ବସ୍‍ରେ ଆସୁଥିବା ଯାତ୍ରୀଙ୍କ ଲାଗି ମଧ୍‍ୟ କଟକଣା ଜାରି କରାଯାଇଛି। କଟକ ପଟୁ ଆସୁଥିବା ବସ୍‍ ଆଚାର୍ଯ୍ୟ ବିହାର ଦେଇ ସପ୍ତମ ବାଟାଲିଅନକୁ ଯିବେ। ସେଠାରେ ଓହ୍ଲାଇ ଚାହିଁଲେ ଶପଥ ଗ୍ରହଣ ସମାବେଶକୁ ଦେଖିବା ଲାଗି ଚାଲି ଚାଲି ଯିବାକୁ ହେବ। ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ପାଇଁ ଆପୋଲୋ ହସ୍‍ପିଟାଲ୍‍ ପାଖରେ ବସ୍‍ ରଖିବାକୁ ହେବ। ନନ୍ଦନକାନନ ପଟୁ ଆସୁଥିବା ଗାଡ଼ି ଲାଗି ରେଲଓ୍ୱେ ଗୋଲେଇ ଛକରୁ ଉତ୍କଳ ହସ୍‍ପିଟାଲ୍‍ ଯାଏ ପାର୍କିଂ କରିବାକୁ ହେବ। ଚାରିଚକିଆ ଯାନ ନେଇ ଆସୁଥିବା ଯାତ୍ରୀଙ୍କ ଲାଗି ପାର୍କିଂ ସ୍ଥଳ ଭାବେ ସୈନିକ ସ୍କୁଲ୍‍ ପଡ଼ିଆକୁ ସ୍ଥିର କରାଯାଇଛି। ଏହିଠାରେ ରଖି ନିର୍ଦ୍ଧାରିତ୍‍ ପ୍ରବେଶ ଦ୍ୱାର ଦେଇ ସଭାସ୍ଥଳକୁ ଯିବାକୁ ହେବ।