ଆଇଗିଣିଆ ଆଳୁ ଗୋଦାମରେ ଚଢ଼ଉ; ଦୋକାନୀକୁ ନୋଟିସ୍
Advertisement
Article Detail0/zeeodisha/odisha2542014

ଆଇଗିଣିଆ ଆଳୁ ଗୋଦାମରେ ଚଢ଼ଉ; ଦୋକାନୀକୁ ନୋଟିସ୍

Supply department raids: ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କୋଲକାତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନ୍ନାଙ୍କ ସହ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ଦୀର୍ଘ ୫ ଦିନ ଧରି ପଶ୍ଚିମବଙ୍ଗ ସରକାର ପ୍ରଶାସନ ଜରିଆରେ ପଡୋଶୀ ରାଜ୍ୟ ସୀମାରେ ଚେକ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକ ଲଗାଉଛନ୍ତି। ଯାହା ଫଳରେ ବିଭିନ୍ନ କୋଲ୍ଡ ଷ୍ଟୋର ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି।

ଆଇଗିଣିଆ ଆଳୁ ଗୋଦାମରେ ଚଢ଼ଉ; ଦୋକାନୀକୁ ନୋଟିସ୍

ଭୁବନେଶ୍ଵର: ଆଳୁ ଦର ବଢ଼ିଚାଲି ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଚଢଉ କରାଯାଇଛି। ଆଳୁ ଗାଡ଼ି ଓ ଗୋଦାମ ଯାଞ୍ଚ କରିଛନ୍ତି ଅଧିକାରୀ। ଚଢ଼ଉ କରି ୫ ହୋଲସେଲରଙ୍କୁ ନୋଟିସ୍ କରିଛି ଯୋଗାଣ ବିଭାଗ। ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ନୋଟିସ୍ କରିଛି ଯୋଗାଣ ବିଭାଗ। ବୁଲି ବୁଲି ସବୁ ବ୍ୟବସାୟୀଙ୍କ ଦୋକାନ ଚେକ୍ କରୁଛନ୍ତି ଯୋଗାଣ ବିଭାଗର ୭ଜଣିଆ ଟିମ୍। ଚଢଉ ସମୟରେ ଅନେକ ଆଳୁ ଟ୍ରକ୍‌ର ଚାଲାଣ ନଥିବା ଦେଖିବାକୁ ମିଳିଛି। ଚିଫ୍ ସିଭିଲ ସପ୍ଲାଏ ଅଫିସରଙ୍କ ନେତୃତ୍ୱରେ ଚାଲିଛି ରେଡ୍। 

ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କୋଲକାତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନ୍ନାଙ୍କ ସହ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ଦୀର୍ଘ ୫ ଦିନ ଧରି ପଶ୍ଚିମବଙ୍ଗ ସରକାର ପ୍ରଶାସନ ଜରିଆରେ ପଡୋଶୀ ରାଜ୍ୟ ସୀମାରେ ଚେକ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକ ଲଗାଉଛନ୍ତି। ଯାହା ଫଳରେ ବିଭିନ୍ନ କୋଲ୍ଡ ଷ୍ଟୋର ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି।