Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2542907

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-President Droupadi Murmu on five-day visit: ଓଡିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତର ଆଜି ଦ୍ବିତୀୟ ଦିନ । ସେ ଏହି ଅବସରରେ ଆଜି ପୁରୀ ଗସ୍ତ କରିବା ସହ ଜଗା ଦର୍ଶନ କରିବେ। ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ  ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ ।
 
2-Indian Navy Day 2024: ଆଜି ହେଉଛି ଭାରତୀୟ ନୌସେନା ଦିବସ। ଏନଇେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପ୍ରଦର୍ଶୀତ ହେବ ନୌସେନାର ରଣ କୌଶଳ । ସାରା ଓଡ଼ିଶା ଦେଖିବ ଭାରତୀୟ ନୌସେନାର ପରାକ୍ରମ । ଏଥିଲାଗି ପ୍ରଥମଥର ପୁରୀ ସମୁଦ୍ରକୂଳରେ ଭାରତୀୟ ନୌସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  ଜଳପଥରେ ଶତ୍ରୁପକ୍ଷକୁ ପ୍ରତିହତ କରିବା ସହ ଚିତ୍ତାକର୍ଷକ ସମରକଳା ଦେଖାଇବେ ନୌବାହିନୀ। ରାଷ୍ଟ୍ରପତି ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ପୁରୀର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ଏହି ଉତ୍ସବର ସାକ୍ଷୀ ହେବା ଲାଗି ପ୍ରଶାସନ ନିମନ୍ତ୍ରଣ କରିଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। 
 
3-Schools in Puri to Close for Indian Navy Day Celebrations ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଓ ନୌଦିବସ ପାଳନ ଉପଲକ୍ଷେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏଥିସହ ନିକଟବର୍ତ୍ତୀ ମଦର୍ସ ପବ୍ଲିକ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ ମଧ୍ୟ ବନ୍ଦ ରହିବ । କେବଳ ସେତିକି ନୁହେଁ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ ।
 
 
4-President to Grace Navy Show: ପୁରୀରେ ଜାତୀୟ ନୌସେନା ଦିବସର ଏହି ଅପୂର୍ବ ଆୟୋଜନକୁ ଉପଭୋଗ କରିବା ଲାଗି ଭୁବନେଶ୍ୱରରୁ ପୁରୀକୁ ସ୍ୱତନ୍ତ୍ର ବସ୍‍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଏନେଇ କ୍ରୁଟ୍‍ ପକ୍ଷରୁ ନୂଆ ବସ୍‍ ରୁଟ୍‍ ଘୋଷଣା କରାଯାଇଛି। ରୁଟ୍‍ ସଂଖ୍ୟା ୫୦, ୫୧, ୫୪, ୫୮, ୫୯ ଏବଂ ୬୦ରେ ଯାଉଥିବା ବସ୍‍ ଚଢ଼ି ପୁରୀ ଯିବା ଲାଗି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଚାଲୁଥିବା ନିୟମିତ ରୁଟ୍‍ ୫୨, ୫୩ ଓ ୬୧ ନମ୍ବର ବସ୍‍କୁ ବାତିଲ କରାଯାଇଛି।
 
5-Weather Update: ରାଜ୍ୟରେ ଜାରି ରହିଛି ଶୀତ -ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଚଳିତ ବର୍ଷ ଶୀତ କମ୍ ରହିବ।  ବିଶେଷକରି, ବଲାଙ୍ଗୀର, ନୂଆପଡା, କୋରାପୁଟ,ମାଲକାନଗିରି, ସୁନ୍ଦରଗଡ଼ , ଝାରସୁଗୁଡା, ବରଗଡ ଓ ବଲାଙ୍ଗୀରରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଆଜି ଓ ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, କଟକ, କନ୍ଧମାଳ, ରାୟଗଡା, ବାଲେଶ୍ବର,କୋରାପୁଟ୍, ମାଲକାନଗିରି, ଗଂଜାମ , ନୟାଗଡ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସହ ଝିପି ଝିପି ବର୍ଷା ଲାଗି ରହିବ। 
 
6-Odisha Speaker forms panel to Review MLA’s Salary: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଖର୍ଚ୍ଚ ଦାବି ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।  ଏହାସହ ରାଜ୍ୟର ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ହୋଇଥିବା ଦାବିକୁ ନଜରରେ ରଖି ବାଚସ୍ପତି ସୁରମା ପାଢ଼ୀ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ବିଜେପି ବିଧାୟକ ଭାସ୍କର ମଢ଼େଇ ଅଧ୍ୟକ୍ଷ ହୋଇଛନ୍ତି। ସେହିପରି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେ, ନିହାର ମହାନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ସେଠି ସଦସ୍ୟ ରହିଛନ୍ତି। 
 
 
7-Potato Price Rise: ଆନ୍ତଃ ରାଜ୍ୟ ଆଳୁ ପରିବହନ ତଥା ବ୍ୟବସାୟକୁ ନେଇ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦର ଶେଷରେ ସଂସଦରେ ପହଞ୍ଚିଛି। ମଙ୍ଗଳବାର ଦିନ ହଜାରୀବାଗ ବିଜେପି ସାଂସଦ ମନୀଷ ଜୈସୱାଲ ଲୋକସଭାରେ ଆଳୁ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ଝାଡଖଣ୍ଡକୁ ଆଳୁ ଯୋଗାଣ ବନ୍ଦ କରିଥିବା କାରଣରୁ ଗରୀବ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଆଳୁକୁ ଅନେକ ଲୋକ ନିଜ ମୁଖ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରୁଥିବା କାରଣରୁ ବର୍ତ୍ତମାନ ଅଭାବ କାରଣରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
 
 
8-potato crisis: ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ। ସପ୍ତାହେ ହେବ  ଦର ଉପରମୁହାଁ ରହିଛି। ମଙ୍ଗଳବାର ରାଜ୍ୟବାସୀଙ୍କୁ ଆଶ୍ବସ୍ତି କଲା ପରି ଖବର ଆସିଛି। ବଙ୍ଗ ବେପାରୀଙ୍କ ଜିଦ୍ ଆଗରେ ହାର ମାନିଛନ୍ତି ମମତା ସରକାର। ସରକାରଙ୍କ ବିରୋଧରେ ଡକାଯାଇଥିବା ବ୍ୟବସାୟୀଙ୍କ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ବେଳେ ଗୁରୁବାର ଠାରୁ ଓଡିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ସ୍ବାଭାବିକ ହେବ। 
 
9-Sambhal Violence: ମଙ୍ଗଳବାର ଦିନ ସମ୍ବଲ ହିଂସା ମାମଲାରେ ପୋଲିସ ଏକ ବଡ଼ ଖୁଲାସା କରିଛି। ପ୍ରକୃତରେ, ହିଂସା ହେବାର ପ୍ରାୟ ୧୦ ଦିନ ପରେ ପୋଲିସ ଉକ୍ତ ଅଞ୍ଚଳରେ କଡ଼ା ସର୍ଚ୍ଚ ଅପରେସନ କରିଥିଲା। ଏହି ଅପରେସନରେ ପୋଲିସ ଆମଦାନୀ ହୋଇଥିବା ଅସ୍ତ୍ରର ତିନିଟି ଗୁଳି ଜବତ କରିଛି। ତଦନ୍ତ କାର୍ଯ୍ୟ ସମୟରେ ବୁଲେଟ୍ ସେଲ୍ ମିଳିଥିବା ପୋଲିସ ଅଧିକାରୀ ଦାବି କରିଛନ୍ତି। ଯେଉଁଠାରୁ ଏହି ହିଂସା ଆରମ୍ଭ ହୋଇଥିଲା ସେହି ସ୍ଥାନରେ ଥିବା ମସଜିଦ ସାମ୍ନାରେ ଥିବା ଏହି କୋଷଗୁଡ଼ିକ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଡ୍ରେନରେ ପକାଇ ଏହି ଗୁଳିଗୁଡ଼ିକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପ୍ରମାଣ ନଷ୍ଟ କରିବା ପଛରେ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ନିକଟରେ ପହଞ୍ଚିବାକୁ ରୋକିବା ଥିଲା, କିନ୍ତୁ ଅଭିଯୁକ୍ତଙ୍କ ଏହି ଉଦ୍ଦେଶ୍ୟ ସଫଳ ହୋଇପାରିଲା ନାହିଁ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯେଉଁମାନେ ଗାଡି ଚଲାଉଛନ୍ତି ସେମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ।
 
 
10-Navy Day 2024: ଆଜି ଭାରତୀୟ ନୌସେନା ଦିବସ। ଏହି କାର୍ଯ୍ୟକ୍ରମର ଶୋଭା ବଢାଇବା ପାଇଁ ଯୁବ ଇଞ୍ଜିନିୟର ବିଶ୍ୱଜିତ୍ ନାୟକ ନୌସେନା ଦିବସ ଅବସରରେ କେବଳ ଆଇସକ୍ରିମ କାଠରେ ଗଢିଛନ୍ତି INS Vikrantର ପ୍ରତିକୃତି। ନୌସେନା ଦିବସରେ  INS Vikrant ଜାହାଜର ଏକ ମଡେଲ ତିଆରି କରିଛନ୍ତି। ଯାହାର ଉଚ୍ଚତା ରହିଛି "16 ଇଞ୍ଚ" ଏବଂ ଲମ୍ବ "23 ଇଞ୍ଚ" । ଏଥିରେ ମୋଟ 675 ଖଣ୍ଡ ଆଇସକ୍ରିମ କାଠି ବ୍ୟବହାର କରାଯାଇଛି । ଏହି ଯୁଦ୍ଧ ଜାହାଜର ପ୍ରତିକୃତିକୁ ସଂପୂର୍ଣ୍ଣ କରିବାକୁ ୩ ଦିନ ସମୟ ଲାଗିଛି । ଏଥିରେ ଅଠା ଏବଂ ନୂଆ ଆଇସ୍କ୍ରିମ୍ ଷ୍ଟିକ୍ ବ୍ୟବହାର କରାଯାଇଛି ।