Rice and wheat to be available: ଇ-କେୱାଇସି କାମ ୮୫ପ୍ରତିଶତ ଶେଷ ହୋଇଛି। ୧୬ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି। ସଂପୂର୍ଣ୍ଣ କାମ ସାରିବାକୁ ଆହୁରି ୧୫ ଦିନ ସମୟ ଲାଗିବ। ଏହା ପରେ ଜଣାଯିବ ଯେ କେତେ ଅଯୋଗ୍ୟ ହିତାଧିକାରୀ ରହିଥିଲେ। ସେହିଭଳି ନଭେମ୍ବର ଶେଷ ସୁଦ୍ଧା ବରଗଡ଼ ସୋହେଲାରେ ହେବ ଚାଷୀ ସମାବେଶ। ୧ ଲକ୍ଷ ଚାଷୀ ଏହି ସମାବେଶରେ ଯୋଗ ଦେବେ।
Trending Photos
ଭୁବନେଶ୍ଵର: ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ଜିଲ୍ଲା ଅଧିକାରୀ ତଥ୍ୟ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଇ-କେୱାଇସି କାମ ୮୫ପ୍ରତିଶତ ଶେଷ ହୋଇଛି। ୧୬ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି। ସଂପୂର୍ଣ୍ଣ କାମ ସାରିବାକୁ ଆହୁରି ୧୫ ଦିନ ସମୟ ଲାଗିବ। ଏହା ପରେ ଜଣାଯିବ ଯେ କେତେ ଅଯୋଗ୍ୟ ହିତାଧିକାରୀ ରହିଥିଲେ। ସେହିଭଳି ନଭେମ୍ବର ଶେଷ ସୁଦ୍ଧା ବରଗଡ଼ ସୋହେଲାରେ ହେବ ଚାଷୀ ସମାବେଶ। ୧ ଲକ୍ଷ ଚାଷୀ ଏହି ସମାବେଶରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ତାରିଖ ଦେବା ପରେ ଦିନ ଧାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।