Top 10 News: ୧୬ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ କଟିବ ରାସନ କାର୍ଡ ! ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2504483

Top 10 News: ୧୬ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ କଟିବ ରାସନ କାର୍ଡ ! ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୧୬ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ କଟିବ ରାସନ କାର୍ଡ ! ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 1. ଓଡ଼ିଶାରେ ଖୋଲିବ ଗ୍ରାମୀଣ ନ୍ୟାୟାଳୟ। ପାଇଲଟ ଭିତ୍ତିରେ ୬ଟି ଗ୍ରାମୀଣ ନ୍ୟାୟାଳୟ ଖୋଲିବାକୁ ସରକାର ସ୍ଥିର କରିଛନ୍ତି। ଏଥିରେ ନ୍ୟାୟିକ ଅଧିକାରୀ ନିଯୁକ୍ତ ହେବେ। ଗ୍ରାମାଞ୍ଚଳର ବିଭିନ୍ନ ମାମଲାକୁ ଏଠାରେ ତ୍ୱରିତ ବିଚାର କରାଯାଇପାରିବ। ବିଶେଷ କରି ଜିଲ୍ଲା ତଥା ଉଚ୍ଚ ନ୍ୟାୟଳୟ ଉପରେ ମାମଲା ଭାରକୁ କମାଇବା ଏବଂ ଲୋକଙ୍କୁ ତାଙ୍କ ଦ୍ୱାର ପାଖରେ ନ୍ୟାୟ ଯୋଗାଇ ଦେବା ଲାଗି ଏହି ବ୍ୟବସ୍ଥା ଆପଣାଇବେ ସରକାର। ଏ ବିଷୟରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 

Headlines 2. ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଡାକ୍ତରୀ ଶିକ୍ଷା ଆଡ୍‍ମିଶନ ପାଇଁ ପ୍ରସ୍ତୁତି ନେଉଥିବା ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅତ୍ୟଧିକ ଚାପ ହେତୁ ସେ ଜୀବନ ହାରିଥିବା ନେଇ ଆଶଙ୍କା କରାଯାଉଛି। ତେବେ ଏ ବିଷୟରେ ପୁଲିସ ଅନୁଧ୍ୟାନ ଜାରି ରଖିଛି। 

Headlines 3. ଖୋର୍ଦ୍ଧା ରେଳମଣ୍ଡଳରେ ଚାକିରି କରୁଥିବା ଅବସ୍ଥାରେ ଦେହାନ୍ତ ଘଟିଥିବା କର୍ମଚାରୀଙ୍କ ପୁଅ, ଝିଅ, ପତ୍ନୀ ବା ପୋଷ୍ୟପୁତ୍ର ଓ କନ୍ୟାଙ୍କ ନିଯୁକ୍ତି ନେଇ ବିଳମ୍ବିତ ମାମଲା ଗୁଡ଼ିକର ବିଚାର ପାଇଁ ଏକ ସ୍ୱଥନ୍ତ୍ର ନିଯୁକ୍ତି ଅଦାଲତ ବସିବାକୁ ଯାଉଛି। ଆସନ୍ତା ୧୮ ତାରିଖରେ ଏହି ଅଦାଲତ ଅନୁଷ୍ଠିତ ହେବ। ଏଥିନେଇ ଯୋଗ୍ୟ ବ୍ୟକ୍ତିମାନେ ୧୧ ତାରିଖ ସୁଦ୍ଧା ନିଜର ସମସ୍ତ ପ୍ରମାଣପତ୍ର ସହ ଆବେଦନ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି। 

Headlines 4. ରାଜ୍ୟରେ ୧୬ ଲକ୍ଷ ଅଯୋଗ୍ୟ ବ୍ୟକ୍ତି ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଚାଉଳ ଏବଂ ଅନ୍ୟ ସୁବିଧା ପାଉଛନ୍ତି। ଏହାକୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ଏହି ନାଁଗୁଡ଼ିକୁ ତୁରନ୍ତ ବାଜ୍ୟାପ୍ତ କରାଯିବ। ଏବଂ ସେମାନଙ୍କ ସ୍ଥାନରେ ଅପେକ୍ଷାରତ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‍ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Headlines 5. ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ହାଇଦ୍ରାବାଦକୁ ବିମାନ ଉଡ଼ାଣ ବିଳମ୍ବିତ ହୋଇଛି। ଗତକାଲି ଏହି ବିମାନ ଉଡ଼ାଣ ବାତିଲ କରାଯାଇ ଆଜିକୁ ପୁନଃ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ହାଇଦ୍ରାବାଦରୁ ବିମାନ ଆସିବାରେ ବିଳମ୍ବ ହେବାରୁ  ଯାତ୍ରୀଙ୍କ ଅଶାନ୍ତି ବଢ଼ିଥିଲା। ଯାତ୍ରୀମାନେ ବିମାନବନ୍ଦରରେ ଧାରଣାରେ ବସିବା ପରେ ସମସ୍ୟା ସମାଧାନ କରାଯାଇଥିବା ଜଣା ପଡ଼ିଛି। 

Headlines 6. ଚଳିତ ବର୍ଷ ବିଶ୍ୱରେ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହେବ। ଏପରିକି ପ୍ରାକ୍‍ ଶିଳ୍ପ ବିପଳ୍ବ ସମୟଠାରୁ ଆଜି ଯାଏ ଏହା ସବୁଠାରୁ ଉତ୍ତପ୍ତ ରହିବ ବୋଲି ପୂର୍ବ ଆକଳନ କରିଛନ୍ତି ୟୁରୋପର ଏକ ଜଳବାୟୁ ଅନୁଧ୍ୟାନ ସଂସ୍ଥା ‘କୋପରନିକସ’। ଆସନ୍ତା ୧୧ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଜଳ ବାୟୁ ସମ୍ମିଳନୀ ପାଇଁ ଏହା ସଦସ୍ୟ ସେମାନଙ୍କ ପାଇଁ ଏକ ଆହ୍ୱାନ ହେବ ବୋଲି ଆଲୋଚନା ହେଉଛି। 

Headlines 7. ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡ୍‍କେ ସାଧାରଣ ପରିଚାଳନ ବିଜୟ ଉଦୟସିଂହଙ୍କୁ ଗିରଫ କରାଯାଇଛି। ଗତକାଲି ତାଙ୍କ ବାସଭବନ ଓ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରାଯାଇଥିଲା। ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧାରେ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଜମି, ଘର ସମେତ ତାଙ୍କ ବ୍ୟାଙ୍କ ଜମା, କ୍ରଶର ୟୁନିଟ ମଧ୍ୟ ଜବତ କରାଯାଇଛି।  ଏବେ ତାଙ୍କ ସମ୍ପତ୍ତି ବାବଦରେ ଆକଳନ ଜାରି ରହିଛି। ତାଙ୍କ ନାଁରେ ୨୫୦ପ୍ରତିଶତରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। 

Headlines 8. ବଲିଉଡ୍‍ ଷ୍ଟାର ଶାହରୁଖ ଖାନ୍‍ଙ୍କୁ ହତ୍ୟା ଧମକ ମିଳିଛି। କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କଲରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେବା ପରେ ମୁମ୍ବାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍କ ପକ୍ଷରୁ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। 

Headlines 9. ଆମାଜନ୍‍ ଓ ଫ୍ଲପ୍‍କାର୍ଟ ଭଳି ଅନ୍‍ଲାଇନ୍‍ ବ୍ୟବସାୟିକ ପ୍ଲାଟଫର୍ମରେ କିଛି ନିର୍ଦ୍ଦିଷ୍ଟ ସଂସ୍ଥାର ଉତ୍ପାଦକୁ ଅଧିକ ରିଆତିରେ ବିକ୍ରି କରି ଅନ୍ୟ ବ୍ୟବସାୟୀଙ୍କୁ କ୍ଷତିଗ୍ରସ୍ତ କରିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ ଆରମ୍ଭ କରିଛି। ଅସାଧୁ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାକୁ ଏଡ଼ାଇବା ଲାଗି ଏହି ଚଢ଼ଉ ଉଦ୍ଦିଷ୍ଟ ରହିଛି। ପ୍ରାୟ ୧୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିବା ସୂଚନା ମିଳିଛି।

Headlines 10. ଧାରା ୩୭୦କୁ ପୁଣିଥରେ ଫେରାଇ ଆଣି ଜମ୍ମୁ କଶ୍ମୀରର ସ୍ୱନ୍ତ୍ରତା ରକ୍ଷା ପାଇଁ ଆଜି ବିଧାନସଭାରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଲଗାତାର ତିନିଦିନ ଲାଗି ଏପରି ଅବସ୍ଥା ଜାରି ରହିଛି।

Also Read- Venus Transit 2024: ଧନୁ ରାଶିରେ ହେଲା ଶୁକ୍ରଙ୍କ ଚଳନ, ଏହି ରାଶିର ବ୍ୟକ୍ତି ପାଇବେ ସୁଖ

Also Read- Video: ଯାତ୍ରା ମଞ୍ଚରୁ ପୁଣି ଭାଇରାଲ ହେଲା ଆଉ ଏକ ଭିଡିଓ