Rajyasabha MP: ରାଜ୍ୟସଭା ସାଂସଦ ପଦରୁ ସୁଜିତ କୁମାରଙ୍କ ଇସ୍ତଫା, ବିଜେପିରେ ଯୋଗଦାନ
Advertisement
Article Detail0/zeeodisha/odisha2417530

Rajyasabha MP: ରାଜ୍ୟସଭା ସାଂସଦ ପଦରୁ ସୁଜିତ କୁମାରଙ୍କ ଇସ୍ତଫା, ବିଜେପିରେ ଯୋଗଦାନ

ସୁଜିତଙ୍କୁ ଦଳରୁ ବହିଷ୍କାର ବିଜେଡି। 

 Rajyasabha MP: ରାଜ୍ୟସଭା ସାଂସଦ ପଦରୁ ସୁଜିତ କୁମାରଙ୍କ ଇସ୍ତଫା, ବିଜେପିରେ ଯୋଗଦାନ

Rajyasabha MP: ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ତଥା ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କର ରାଜ୍ୟସଭା ସଭ୍ୟ ପଦ ପୁରିବାକୁ ଆହୁରି ଦୁଇ ବର୍ଷ ବାକି ରହିଥିବା ବେଳେ ତାଙ୍କର ଇସ୍ତଫା ଆଜି ରାଜନୈତିକ ମହଲରେ ବେଶ ହଇଚଇ ସୃଷ୍ଟି କରିଛି। ତେବେ ମମତା ମହନ୍ତଙ୍କ ପଥ ଅନୁସରଣ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସେପଟେ ଆଜି ଇସ୍ତଫା ପ୍ରଦାନ ପରେ ତାଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି। 

ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଏକ ଇସ୍ତାହାର ମାଧ୍ୟମରେ ଜଣାଇ ଦିଆଯାଇଛି। ତେବେ ବିଗତ କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିଲା। ଏହି ସାକ୍ଷାତ ପରେ ସେ ବିଜେପି ଆଡକୁ ଢଳୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସୁଜିତଙ୍କ ପୂର୍ବରୁ ମମତା ମହନ୍ତ ଦଳରେ ଅବହେଳା ଦର୍ଶାଇ ଦଳ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ତାଙ୍କରି ପଥରେ ସୁଜିତ ଅଗ୍ରସର ହେଉଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ବିଜେଡିରୁ ବହିଷ୍କାର ହେବା ପରେ ନୂଆଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟ ଠାରେ ଦଳରେ ସାମିଲ ହୋଇଛନ୍ତି। 

ସେପଟେ ବିଜେପି ସହିତ ଅଧିକାଂଶ ବିଜେଡି ନେତା ଲିଙ୍କରେ ରହିଥିବା ନେଇ ବିଜେପି ନେତା ଦାବି କରିଆସୁଛନ୍ତି। ଆଉ ବିଜେଡିର ଦୁଇ ବରିଷ୍ଠ ନେତା ମମତା ମହନ୍ତ ଓ ସୁଜିତ କୁମାରଙ୍କ ଇସ୍ତଫା ଏହି ଦାବିକୁ ଆହୁରି ଘନିଭୂତ କରିଛି। ତେବେ ସୁଜିତ କୁମାର ବିଜେଡି ଛାଡିବା ପରେ କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଏଠାରେ କହି ରଖୁ କି ନିକଟରେ ବିଜେଡିରୁ ମମତା ମହନ୍ତ ମଧ୍ୟ ରାଜ୍ୟସଭା ସଭ୍ୟ ପଦ ତଥା ବିଜୁ ଜନତା ଦଳର ପ୍ରାଥମିକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ପରବର୍ତ୍ତି ସମୟରେ ବିଜେପି ତାଙ୍କୁ ପୁନର୍ବାର ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଥିଲା। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ମମତା ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।