Rahul Gandhi: ଆଜି ଓଡ଼ିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧୀ, ବୀରମିତ୍ରପୁରଠାରେ ସ୍ବାଗତ କରିବେ ଦଳୀୟ କର୍ମୀ
Advertisement
Article Detail0/zeeodisha/odisha2096425

Rahul Gandhi: ଆଜି ଓଡ଼ିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧୀ, ବୀରମିତ୍ରପୁରଠାରେ ସ୍ବାଗତ କରିବେ ଦଳୀୟ କର୍ମୀ

Rahul Gandhit:  ଗତ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ତ ଅତିକ୍ରମ କରି ମଙ୍ଗଳବାର ଅପରାହ୍ନ ୨ଟା ୩୦ ମିନିଟ୍ ରେ ଝାଡ଼ଖଣ୍ତ- ଓଡ଼ିଆ ସୀମାରେ ପହଁଞ୍ଚିବ ।

ସୌଜନ୍ୟ-ସୋସିଆଲ ମିଡିଆ

Rahul Gandhi Odisha Visit: ମୋଦି ସରକାରଙ୍କ ଏକଚ୍ଛବାଦ ଶାସନ ବିରୋଧରେ ଲଢେଇ ସହ ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ତ ଅତିକ୍ରମ କରି ମଙ୍ଗଳବାର ଅପରାହ୍ନ ୨ଟା ୩୦ ମିନିଟ୍ ରେ ଝାଡ଼ଖଣ୍ତ- ଓଡ଼ିଆ ସୀମାରେ ପହଁଞ୍ଚିବ ।

ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ ଜିଲ୍ଲାରେ ୪.୪ କିମି ପଦଯାତ୍ରା କରିବା ସହିତ ୪ଟି ଜନସମାବେଶରେ ସମ୍ବୋଧିତ କରିବେ । ସେହି ସ୍ଥାନ ଗୁଡ଼ିକ ହେଉଛି, ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ ଓ ସୁନ୍ଦରଗଡ଼ । ଏନେଇ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବା ନେଇ ରାଉରକେଲାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି,  ରାହୁଲ ଗାନ୍ଧୀ ଓଡ଼ିଶା- ଝାଡ଼ଖଣ୍ତ ସୀମା ବାଁସଜୋର ଦେଇ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରେ ପହଁଞ୍ଚିବା ପରେ ସେଠାରେ ଆମକୁ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ପତାକା ହସ୍ତାନ୍ତର କରାଯିବ । ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧୀ ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ । ୭ ତାରିଖ ସକାଳ ୮ଟା ୪୫ ମିନିଟ୍ ରେ ରାହୁଲ ଗାନ୍ଧୀ ଶିବିର ଛାଡ଼ି ସକାଳ ୯ଟା ୩୦ ମିନିଟ୍ ରେ ରାଉରକେଲା ଉଦିତନଗର ଏସପି ସମ୍ମୁଖ ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ । ଏହାପରେ ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହାପରେ ରାଜଗାଙ୍ଗପୁର ରାଣୀବନ୍ଧ ନିକଟ ବିର୍ସା ମୁଣ୍ତା ପଡ଼ିଆରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହୋଇ କୁତ୍ରା ପରେ ବଡ଼ଗାଁଠାରେ ରାହୁଲ ଜନସାଧାରଣଙ୍କୁ ଉଦବୋଧନ ଦେବେ । ପରେ ସେଠାରୁ ବାହାରିବା ପରେ ସୁନ୍ଦରଗଡ଼ ବସଷ୍ଟାଣ୍ତ ଛକରେ ଅପରାହ୍ନ ସାଢେ ୪ଟାରେ ପଦଯାତ୍ରାର୍ ପହଁଞ୍ଚିବେ । ଷ୍ଟାଡ଼ିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ପରେ ଝାରସୁଗୁଡ଼ା ଅଭିମୁଖେ ବାହାରି ଅମଲିପାଲିଠାରେ ରାହୁଲ ରାତ୍ରିରହଣି କରିବେ ।

୮ ତାରିଖ ସକାଳେ ଝାରସୁଗୁଡ଼ାରେ ମହାତ୍ମା ଗାନ୍ଧୀ ଛକ ପୁରୁଣା ବସଷ୍ଟାଣ୍ତରୁ ଆରମ୍ଭ ହେବ । ଝାରସୁଗୁଡ଼ା ଟାଉନ ବେହାରାମାଲ କିଷାନ ଛକ ହୋଇ ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଁଞ୍ଚିବା ପରେ ସେଠାରୁ ୭ କିମି ଦୂର କୁରେଇମାଲଠାରେ ମଧ୍ୟାହ୍ନଭୋଜନ ସାରୁ ଅପରାହ୍ନ ୨ଟାରେ ଝାରସୁଗୁଡ଼ାର କନକତୋରା ଠାରେ ପହଁଞ୍ଚିବ । ଅପରାହ୍ନରେ ଓଡ଼ିଶା- ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ ।

Also Read-Weather Update: ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା