Puri Festival: ଆରମ୍ଭ ହେଲା ବେଳାଭୂମୀ ମହୋତ୍ସବ, ଶୀତୁଆ ସନ୍ଧ୍ୟାରେ ଝୁମିଲେ ପ୍ରବାସୀ
Advertisement
Article Detail0/zeeodisha/odisha2592624

Puri Festival: ଆରମ୍ଭ ହେଲା ବେଳାଭୂମୀ ମହୋତ୍ସବ, ଶୀତୁଆ ସନ୍ଧ୍ୟାରେ ଝୁମିଲେ ପ୍ରବାସୀ

ପୁରୀ: ଓଲିଉଡ, ବଲିଉଡ ଓ ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ।ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ବେଳାଭୂମି ମହୋତ୍ସବରେ ମତୁଆଲା ହୋଇଛନ୍ତି ପୁରୀ ବାସିନ୍ଦାଙ୍କ ସହ ପର୍ଯ୍ୟଟକ।ପ୍ରବାସୀ ଭାରତୀୟ ଆଜି ଠାରୁ ଏହି କାର୍ଯ୍ୟକ୍ରମ ଉପଭୋଗ କରିବେ। ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ପୁରୀରେ

Puri Festival: ଆରମ୍ଭ ହେଲା ବେଳାଭୂମୀ ମହୋତ୍ସବ, ଶୀତୁଆ ସନ୍ଧ୍ୟାରେ ଝୁମିଲେ ପ୍ରବାସୀ

Puri Festival: ପୁରୀ: ଓଲିଉଡ, ବଲିଉଡ ଓ ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ।ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ବେଳାଭୂମି ମହୋତ୍ସବରେ ମତୁଆଲା ହୋଇଛନ୍ତି ପୁରୀ ବାସିନ୍ଦାଙ୍କ ସହ ପର୍ଯ୍ୟଟକ।ପ୍ରବାସୀ ଭାରତୀୟ ଆଜି ଠାରୁ ଏହି କାର୍ଯ୍ୟକ୍ରମ ଉପଭୋଗ କରିବେ। ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ପୁରୀରେ ପାଦ ଥାପିଛନ୍ତି ପ୍ରବାସୀ ଭାରତୀୟ ମାନେ।ସେମାନଙ୍କୁ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ ଯୋଗାଇ ଦେବା ସହ ଓଡ଼ିଶାର ସଂସ୍କୃତି,ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସୁଖଦ ଅନୁଭୂତି ଦେବା ପାଇଁ ପର୍ଯ୍ୟଟନ ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି।

ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉଦଘାଟନ କରିଥିଲେ।ପ୍ରଥମ ଦିବସରେ ଚିତାକର୍ଷକ ଡ୍ରେ।ନ ସୋ ସହ ଓଲିଉଡ ଗାୟକ ସ୍ୱୟଂ ପାଢ଼ୀ ଓ ନାଭ୍ୟା ଜାଇତିଙ୍କ ସଙ୍ଗୀତ ପରିବେଷଣ।ଗୋଟିଏ ପରେ ଗୋଟିଏ ହିଟ ଓଡ଼ିଆ,ସମ୍ବଲପୁରୀ ଓ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ପ୍ରବାସୀ ଭାରତୀୟ ଏଭଳି କାର୍ଯ୍ୟକ୍ରମ ଦେଖି ବେଶ ଖୁସି ଓ ଆନନ୍ଦିତ ହେବା ସହ ପର୍ଯ୍ୟଟନର ବିକାଶରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱରରେ ଆଜିଠାରୁ ୧୦ ଯାଏଁ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ।ଏହି ଅବସରରେ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ପ୍ରବାସୀ ଭାରତୀୟମାନେ ପୁରୀ ଗସ୍ତରେ ଆସିବେ।ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।ସେମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବ୍ଲୁ ଫ୍ଲାଗ ବିଚ, ସାତପଡ଼ା , ରାମଚଣ୍ଡୀ, କୋଣାର୍କ, ରଘୁରାଜପୁର ଇତ୍ୟାଦି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା,ପୁଷ୍ପ ପ୍ରଦର୍ଶନୀ,ଖାଦ୍ୟ ମେଳା, କାଇଟ ଫେଷ୍ଟିଭାଲ,ବିଚ ସ୍ପୋର୍ଟ୍ସ,ପଲ୍ଲିଶ୍ରୀ ମେଳା ସହ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି।

ପ୍ରବାସୀ ଭାରତୀୟ ମାନେ ଏକ ସୁନ୍ଦର ଓ ସୁଖଦ ଅନୁଭୂତି ନେଇ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି । ଆମ ମହାନ ପରମ୍ପରା ଆଧାର ରେ ପ୍ରବାସୀ ଭାରତୀୟ ମାନଙ୍କୁ ଅତିଥି ଦେବୋ ଭବଃ ନ୍ୟାୟ ରେ ସ୍ବାଗତ ଓ ଶୁଭେଚ୍ଛା ଜଣେଇବାକୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରବାସୀ ଭାରତୀୟ ଉତ୍ସବ ଉପଲକ୍ଷେ ପୁରୀ ବେଳାଭୂମିରେ କାଇଟ ଫେଷ୍ଟିଭାଲ।ଆକାଶରେ ଉଡିଲା ରଙ୍ଗ ବେରଙ୍ଗର ଆକର୍ଷଣୀୟ ଗୁଡି।ଏହି ଗୁଡି ମଧ୍ୟରେ ରହିଥିଲା ପ୍ରବାସୀ ଭାରତୀୟ ମହୋତ୍ସବ ଲୋଗୋ ଓ ଜାତୀୟ ପତାକା ଥିବା ଗୁଡି ସହ ବାଘ,ବାଘୁଣୀ, ଅକ୍ଟୋପସ,ହାତୀ,କଣ୍ଢେଇ, ପ୍ରକୃତିର ଚିତ୍ର ରହିଥିବା ଗୁଡି।ବେଳାଭୂମି କୂଳେ କୂଳେ ୫୦ରୁ ଅଧିକ ଗୁଡି ଉଡି ବୁଲିଥିଲା।କାଇଟ ଫେଷ୍ଟିଭାଲ ସହ ଗାନ୍ଧୀ ପାର୍କରେ ଫ୍ଲାୱର ସୋ,ନୀଳାଦ୍ରି ବିଚରେ ଆର୍ଟ ଫେଷ୍ଟିଭାଲ ,ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା,ବିଚ ସ୍ପୋର୍ଟସର ଆୟୋଜନ କରାଯାଇଛି।

ପୁରୀ ବେଳାଭୂମି ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହ ମେଢ଼ ନୃତ୍ୟ, ରିଭର୍ସ ପେଣ୍ଟିଂ କରାଯାଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ବିନୀତ ଅଗ୍ରୱାଲ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।