ସିବିଆଇ ଜାଲରେ ଧରା ପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର
Advertisement
Article Detail0/zeeodisha/odisha2372163

ସିବିଆଇ ଜାଲରେ ଧରା ପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

CBI raid: ନିଜ ବାସଭବନରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ର ପୃଷ୍ଟିଙ୍କୁ ମାଡି ବସିଥିଲା ସିବିଆଇ ଆଣ୍ଟିକରପସନ ଟିମ। 

ସିବିଆଇ ଜାଲରେ ଧରା ପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

ମୟୁରଭଞ୍ଜ: ସିବିଆଇ ଜାଲରେ ପୋଷ୍ଟାଲ ଅଧିକାରୀ। ଜାଲରେ ଧରା ପଡ଼ିଥିବା ପୋଷ୍ଟାଲ ଇନ୍ସପେକ୍ଟର ଜଣକ ହେଲେ ମୟୂରଭଞ୍ଜ ଦଳାର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି। ସାର୍ଟିଫିକେଟ୍ କରାଇ ଦେବାକୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଷ୍ଟାଲ ଇନ୍ସପେକ୍ଟର ବାବୁ। ମାତ୍ର ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ସିବିଆଇ। 

ସୂଚନାଯୋଗ୍ୟ ଯେ, ଉଦଳା ପୋଷ୍ଟାଲ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରା ଏବେ ଶିକ୍ଷକ ଚାକିରି ପାଇଛନ୍ତି। ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଜିଷ୍ଟ୍ରେଶନ ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ପରେ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ବିପିଏମ ମଳୟ କୁମାର ବେହେରା ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ୍ ଦେବା ପାଇଁ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନିଜ ବାସଭବନରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ର ପୃଷ୍ଟିଙ୍କୁ ମାଡି ବସିଥିଲା ସିବିଆଇ ଆଣ୍ଟିକରପସନ ଟିମ।