Odisha News: ପୁଣି ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ବେପାର। ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥ ଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ (lord jagannath image on saree)। ଭୁବନେଶ୍ବରରେ ଥିବା ଏକ ଶାଢୀ ଦୋକାନ( BIGRAYN)'ବିଗ୍ରାୟନ' ରେ ବିକ୍ରୀ ହେଉଛି ଏହି ଶାଢୀ। ଏହା ଜଣାପଡିବା ପରେ କିଛି ବ୍ୟକ୍ତି ଏହାର ଫୋଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଛନ୍ତି।
Trending Photos
Odisha News: ପୁଣି ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ବେପାର। ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥ ଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ (lord jagannath image on saree)। ଭୁବନେଶ୍ବରରେ ଥିବା ଏକ ଶାଢୀ ଦୋକାନ( BIGRAYN)'ବିଗ୍ରାୟନ' ରେ ବିକ୍ରୀ ହେଉଛି ଏହି ଶାଢୀ। ଏହା ଜଣାପଡିବା ପରେ କିଛି ବ୍ୟକ୍ତି ଏହାର ଫୋଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଛନ୍ତି। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ (lord jagannath) ଅସମ୍ମାନ ନେଇ ଜଗନ୍ନାଥ୍ ପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥ ସେନା ଆବାହକ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର ପ୍ରତୀକ, କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ତାଙ୍କର ପ୍ରସିଦ୍ଧ ରଥଯାତ୍ରାକୁ ଶାଢୀରେ ଚିତ୍ରିତ କରି ଏହାକୁ ବ୍ୟବସାୟରେ ଲଗାଇବା ଦୁଃଖ ଦାୟକ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି। ଖୁବଶିଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି।
Also Read: Shani Amavasya 2023: ଶନି ଅମାବାସ୍ୟାରୁ ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ଧନଧାନ୍ୟରେ ଭରିଯିବ ଜୀବନ
ପୁର୍ବରୁ ମହାପ୍ରଭୁଙ୍କ ଚିତ୍ରକୁ ନେଇ ଅନେକ ବ୍ୟଙ୍ଗତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଛି। ରଥଯାତ୍ରା ଆଳରେ କାରରେ ଠାକୁର୍ ଙ୍କୁ ବସାଇ ରଥଯାତ୍ରା କରିବା , ଇସ୍କନ ପକ୍ଷରୁ ଅଦିନିଆ ରଥ ଯାତ୍ରା କରିବା ଆଦି ବିଭିନ୍ନ ପ୍ରସଙ୍ଗକୁ ପୁର୍ବରୁ ବାଦ ବିବାଦ ସୃଷ୍ଟି ହୋଇଛି। ତେବେ ପୁଣି ମହାପ୍ରଭୁଙ୍କ ପ୍ରତିକୃତି ଓ ରଥ ଯାତ୍ରା କୁ ଶାଢୀରେ ଚିତ୍ରିତ କରି ବିକ୍ରି କରିବା ପ୍ରଚେଷ୍ଟା ସବୁ ମହଲରେ ନିନ୍ଦା କରଯାଇଛି। ତେବେ, ଦେଖିବାକୁ ବାକି ରହିଲା ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି।