Top 5 Lucky Zodiac Sign, 8 February 2025: ୮ ଫେବୃଆରୀ ଶନିବାର ଦିନ ଏକାଦଶୀ ତିଥିର ଶୁଭ ସଂଯୋଗ ରହିଛି। ଶନିଦେବଙ୍କ ପ୍ରଭାବ ମଧ୍ୟ ଦିନଟିରେ ରହିଛି ।
ବୃଷ ରାଶି
ଆପଣଙ୍କ ପାଇଁ ଦିନଟି ଅନେକ ଦୃଷ୍ଟିରୁ ଶୁଭଫଳ ପ୍ରଦାନ କରିବ । ଏକାଧିକ ଉତ୍ସରୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଟଙ୍କା ସଞ୍ଚୟ କରିବାରେ ଆପଣ ସଫଳ ହେବେ। ଦିନର ଦ୍ୱିତୀୟାର୍ଦ୍ଧ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ । କିଛି ଉପହାର ମିଳିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଉତ୍ସାହ ମିଳିବ । ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ବ୍ୟବସାୟରେ ଆୟ ବଢିପାରେ । ଅଧ୍ୟୟନ ଏବଂ ପ୍ରତିଯୋଗିତାରେ ଆପଣ ଭଲ ପ୍ରଦର୍ଶନ କରିବେ।
ମିଥୁନ ରାଶି
କର୍ମକ୍ଷେତ୍ରରେ କରିଥିବା ଯୋଜନାର ଶୁଭଫଳ ମିଳିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କିଛି ପୁରୁଣା କାମ ଶେଷ କରି ଖୁସି ହେବେ । ବନ୍ଧୁମାନଙ୍କଠାରୁ ଆପଣ ପୂର୍ଣ୍ଣ ସମର୍ଥନ ପାଇବେ । ପୂର୍ବରୁ କରିଥିବା ନିବେଶରୁ ଅଧିକ ଲାଭ ମିଳିପାରେ । ଦିନଟିରେ କିଛି ଭଲ ଖବର ମିଳିପାରେ । ପ୍ରେମ ଜୀବନରେ ଖୁସି ପାଇବେ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ବିଶେଷ ସଫଳତା ହାସଲ କରିପାରନ୍ତି ।
ଧନୁ ରାଶି
ଆପଣଙ୍କ ପାଇଁ ଦିନଟି ଶୁଭଦାୟକ । ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିପାରେ । କିଛି ନୂତନ କାମ କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଅନୁକୁଳ । ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ବହୁ ଦିନ ଧରି ଅସପୂର୍ଣ୍ଣ ଥିବା ଇଚ୍ଛା ଦିନଟିରେ ପୂରଣ ହେବ । ଆଧ୍ୟାତ୍ମିକ ଲାଭ ପାଇପାରନ୍ତି । ପିତାଙ୍କ ସମର୍ଥନ ଆପଣ ଆଗକୁ ବଢିବାରେ ସହାୟ ହେବ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବାକୁ ଲାଗିବ ।
ମକର ରାଶି
ଆପଣଙ୍କ ପାଇଁ ଶନିବାର ଶୁଭଫଳ ପ୍ରଦାନ କରିବ । ବିଭିନ୍ନ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକ ଦୂର ହୋଇପାରେ । ବହୁତ ଦିନ ଧରି ଚାଲିଥିବା କିଛି କାମକୁ ଶେଷ କରିବେ । କୌଣସି ସରକାରୀ ଯୋଜନାର ଲାଭ ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପରିଚୟ ବଢିବ । କିଛି ନୂଆ କରିବାର ସୁଯୋଗ ମିଳିପାରେ । ଖାଦ୍ୟ ସାମଗ୍ରୀ ଏବଂ ପୋଷାକ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ । ପାରିବାରିକ ଜୀବନରେ ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି ।
କୁମ୍ଭ ରାଶି
କର୍ମକ୍ଷେତ୍ରରେ ଅନୁକୂଳ ଫଳାଫଳ ମିଳିବ । କାର୍ଯ୍ୟଦକ୍ଷତାରେ ଉନ୍ନତି ହେବ । ଆର୍ଥିକ କ୍ଷେତ୍ରରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ରହିଛି । ଅଳ୍ପ ଚେଷ୍ଟାରେ ଅଟକି ରହିଥିବା ଟଙ୍କା ଫେରିପାଇବେ । ବ୍ୟବସାୟରେ ରୋଜଗାର ବଢିବାକୁ ଲାଗିବ । ପରିବାର ସଦସ୍ୟଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ଜମି କିମ୍ବା ଘରେ ଟଙ୍କା ନିବେଶ କରିବାକୁ ଯୋଜନା କରୁଥିଲେ ଦିନଟି ଅନୁକୁଳ । କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିପାରେ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़