Odisha News: ଚିଲିକା ବୁଲିବାକୁ ପ୍ଲାନ୍ କରୁଛନ୍ତି କି? ପଢି ନିଅନ୍ତୁ ଏହି ଜରୁରୀ ଖବର
Advertisement
Article Detail0/zeeodisha/odisha2038486

Odisha News: ଚିଲିକା ବୁଲିବାକୁ ପ୍ଲାନ୍ କରୁଛନ୍ତି କି? ପଢି ନିଅନ୍ତୁ ଏହି ଜରୁରୀ ଖବର

Odisha News: ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚିଲିକାରେ (chilika lake) ବିଦେଶାଗତ ଓ ସ୍ଥାନୀୟ ପକ୍ଷୀଙ୍କ ଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଚଳି ମାସ ୪ ତାରିଖ( ଜାନୁଆରି ୪)ରେ  ଗଣନା ଆରମ୍ଭ ହେବେ। ଏଥିରେ ୨୧ଟି ଦଳର ୧୨୬ଜଣ କର୍ମଚାରୀ ନିୟୋଜିତ ହେବେ । ଏଥିଲାଗି ଜାନୁଆରୀରେ...

 

Odisha News: ଚିଲିକା ବୁଲିବାକୁ ପ୍ଲାନ୍ କରୁଛନ୍ତି କି? ପଢି ନିଅନ୍ତୁ ଏହି ଜରୁରୀ ଖବର

Odisha News: ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚିଲିକାରେ (chilika lake) ବିଦେଶାଗତ ଓ ସ୍ଥାନୀୟ ପକ୍ଷୀଙ୍କ ଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଚଳି ମାସ ୪ ତାରିଖ( ଜାନୁଆରି ୪)ରେ  ଗଣନା ଆରମ୍ଭ ହେବେ। ଏଥିରେ ୨୧ଟି ଦଳର ୧୨୬ଜଣ କର୍ମଚାରୀ ନିୟୋଜିତ ହେବେ । ଜାନୁଆରୀ ୩ରେ ପକ୍ଷୀ ଗଣନା ନେଇ ତାଲିମ ଦିଆଯିବା ପରେ ୪ ତାରିଖ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ(annual bird census to begin in chilika lake) । ସଂନ୍ଧ୍ୟାରେ ପକ୍ଷୀସଂଖ୍ୟା ଘୋଷଣା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଅମ୍ଳାନ ନାୟକ କହିଛନ୍ତି । 

ଏଥିଲାଗି ଜାନୁଆରୀ ୩ ଓ ୪ ତାରିଖରେ ଚିଲିକାରେ ଡଙ୍ଗା ଓ ଲଞ୍ଚ ଚଳାଚଳ ବନ୍ଦ ରହିବା ସହିତ ଚିଲିକାରେ ମାଛ ଧରିବାକୁ ବାରଣ କରାଯାଇଛି । ପକ୍ଷୀ ଗଣନା କାର୍ଯ୍ୟରେ ପକ୍ଷୀପ୍ରେମୀ , ବିଶେଷଜ୍ଞ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ପାଣିପାଗ ଅନୁକୂଳ ଥିବାରୁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ସମଗ୍ର ଚିଲିକାରେ ୪ମାସ ପକ୍ଷୀ ସମାଗମ ସମୟରେ କର୍ମଚାରୀ ମାନେ ଛୁଟିରେ ଯାଇ ପାରିବେନି ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ପକ୍ଷୀଙ୍କ ସୁରକ୍ଷା ଲାଗି ନିୟୋଜିତ ହେବେ । 

ପକ୍ଷୀଙ୍କ ଚଳାଚଳ , ରହଣୀ ଓ ଖାଦ୍ୟ ଖାଇବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ସହିତ ଶିକାରୀଙ୍କ ଉପରେ ତିକ୍ଷ୍ଣ ନଜର ରଖାଯିବ । ସେହିପରି ଡଲଫିନ ଗଣନା ଲାଗି ଜାନୁଆରୀ ୧୯ ତାରିଖରେ ତାଲିମ ଦିଆଯିବା ପରେ ୨୦ ତାରିଖରେ ଗଣନା କାର୍ଯ୍ୟ ହେବ । ପକ୍ଷୀ ଗଣନା ପରେ ପର୍ଯ୍ୟଟକଙ୍କ ପାଇଁ ପକ୍ଷୀ ଅଭୟାରଣ୍ୟ ନଳବଣ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ସ୍ବତନ୍ତ୍ର ଟାୱାର ନିର୍ମାଣ ହେବ ବୋଲି ବିଭାଗୀୟ ଅଧିକାରୀମାନେ ସଚନା ଦେଇଛନ୍ତି । 

ସୂଚନା ୨୦୨୧ - ୨୨ବର୍ଷରେ ସମଗ୍ର ଚିଲିକାରର ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀ ମାନଙ୍କ ସମାଗମ ହୋଇଥିବା ବେଳେ ୨୦୨୨ - ୨୩ବର୍ଷରେ ୧୧ ଲକ୍ଷ ୩୧ ହଜାର ୯୨୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ କହିଥିବା ବେଳେ ଚଳିତ ୨୦୨୩ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ୧୧୮ ପ୍ରଜାତିର ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀଙ୍କ ସମାଗମ ହୋଇଥିବା ସୂଚନା ଦେଇଛନ୍ତି। ଚଳିତବର୍ଷ ଏବେ ସୁଧ ମାତ୍ର ୩୨୦ଟି ଫ୍ଲେମିଙ୍ଗୋ ଆସିଥିବା ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ କହିଛନ୍ତି ।