Odisha News: ଭିତରକନିକାରେ ସରିଲା ପକ୍ଷୀ ଗଣନା, ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଆସିଲା ରିପୋର୍ଟ
Advertisement
Article Detail0/zeeodisha/odisha1867254

Odisha News: ଭିତରକନିକାରେ ସରିଲା ପକ୍ଷୀ ଗଣନା, ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଆସିଲା ରିପୋର୍ଟ

Bhitarkanika National Park: ପ୍ରତିବର୍ଷ ମଠଆଡ଼ିଆ, ଦୁର୍ଗାପ୍ରସାଡ଼ିଆ, ଲକ୍ଷ୍ମୀପ୍ରସାଦଡ଼ିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ଭିତରକନିକା ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ଗଣନା କରାଯାଇଥିଲା । 

ସୌ(ସୋସିଆଲ ମିଡିଆ)

Odisha News: ବିଶ୍ବ ପ୍ରସିଦ୍ଧ ଭିତରକନିକାରେ (Bhitarkanika National Park) ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି । ତେବେ ଚଳିତ ବର୍ଷ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଜଣାପଡ଼ଛି । ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ରହିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧,୨୩,୮୬୭କୁ ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ, ଚଳିତ ମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା (Bird count 2023) କରାଯାଇଥିଲା । ଏହି ଗଣନା କାର୍ଯ୍ୟରେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ ରହିଥିଲେ ।  ପ୍ରତିବର୍ଷ ମଠଆଡ଼ିଆ, ଦୁର୍ଗାପ୍ରସାଡ଼ିଆ, ଲକ୍ଷ୍ମୀପ୍ରସାଦଡ଼ିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ଭିତରକନିକା ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ଗଣନା କରାଯାଇଥିଲା । ତେବେ ଚଳିତ ବର୍ଷ ଜାତୀୟ ଉଦ୍ୟାମକୁ ପ୍ରାୟ ୧୦ ହଜାର ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ଥିବାରୁ ପକ୍ଷୀ ପ୍ରେମୀ, ପରିବେଶବିତ୍ ଓ ବନ ବିଭାଗ (Forest Department Odisha) ଖୁସି ବ୍ୟକ୍ତ କରିଛନ୍ତି।

ସେପଟେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭିତରକନିକାର (Bhitarkanika National Park) ଜୈବ ବିବିଧତା (Biodiversity) ପ୍ରଭାବିତ ହୋଇଥିବାରୁ କ୍ରମାଗତ ଭାବେ ଦେଶୀୟ ପକ୍ଷୀ ଏଠାରେ ଠିକଣା ବଦଳାଇବାରେ ଲାଗିଛନ୍ତି। ୧୯୭୨ ମସିହାରେ କାଳିଭଂଜଡିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିଲେ। ୧୯୮୧ ମସିହାରେ କାଳିଭଂଜଡିଆ ପରିବର୍ତ୍ତେ ଶୁଆଯୋରରେ ବସା ବାନ୍ଧିଥିଲେ।  ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ। ୧୯୮୮ରୁ ୨୦୧୬ ମସିହା ଯାଏ ଦୀର୍ଘ ୨୮ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରେ କେବଳ ଗେଣ୍ତାଳିଆ ବସା ବାନ୍ଧିଥିଲେ। ୨୦୧୬  ମସିହା ପରଠାରୁ ବଗଗହନ ବଦଳରେ ମଠ ଆଡିଆରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମାଇଥିଲେ। ଗତ ୩ ବର୍ଷ ହେଲା ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗା ପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧୁଛନ୍ତି।

Also Read- Dengue: ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ, କାହିଁକି ହୋଇପାରୁନି କଣ୍ଟ୍ରୋଲ ?

Also ReadWeather Update: ଆଜି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି