Puri Srimandira Natamandap: ଆଜି ଠାରୁ ନାଟମଣ୍ଡପର ବିଧିବଦ୍ଧ ଭାବେ ମରାମତି କାର୍ଯ୍ଯ ଆରମ୍ଭ କରିବ ଏଏସଆଇ
Advertisement
Article Detail0/zeeodisha/odisha1963114

Puri Srimandira Natamandap: ଆଜି ଠାରୁ ନାଟମଣ୍ଡପର ବିଧିବଦ୍ଧ ଭାବେ ମରାମତି କାର୍ଯ୍ଯ ଆରମ୍ଭ କରିବ ଏଏସଆଇ

Puri Srimandira Natamandap Renovation Work: ନଭେମ୍ବର ୧୭ ତାରିଖ ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ।

 

Puri Srimandira Natamandap: ଆଜି ଠାରୁ ନାଟମଣ୍ଡପର ବିଧିବଦ୍ଧ ଭାବେ ମରାମତି କାର୍ଯ୍ଯ ଆରମ୍ଭ କରିବ ଏଏସଆଇ

Puri Srimandira Natamandap Repaire Issue: ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ନଭେମ୍ବର ୧୬ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା ନାଟମଣ୍ଡପର ମରାମତି ପ୍ରକ୍ରିୟା। ବିଧିବଦ୍ଧ ଭାବରେ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଏଏସଆଇ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ଦିଆଯାଇଛି ଏନଓସି।

ନାଟମଣ୍ଡପ ମରାମତି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଆଧାରରେ ନାଟମଣ୍ଡପ ମରାମତି ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ମିଳିଛି ଏନଓସି। ଗରୁଡ଼ସ୍ତମ୍ଭ ଠାରୁ କାମ ଆରମ୍ଭ ହେବ। ସକାଳ ୦୬:୦୦ ସମୟରୁ ରାତି ୧୦:୦୦ ପର୍ଯ୍ୟନ୍ତ ସେହି ସମୟ ଭିତରେ କାମ କରିବାକୁ ରହିଛି ଅନୁମତି। ଭକ୍ତଙ୍କ ଦର୍ଶନ ଏବଂ ନୀତିକାନ୍ତିରେ ଯେ ବାଧା ନଉପୁଜିବ ସେଭଳି କାମ ହେବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ସହାୟତା ପାଇଁ କମାଣ୍ଡର ଏବଂ ସୁପରଭାଇଜର ରହିବେ। ଯିଏ ଶ୍ରୀମନ୍ଦିରରେ ହେଉଥିବା ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିବେ। 

ମରାମତି କାମକୁ ତଦାରଖ ପାଇଁ ଶ୍ରୀମନ୍ଦିରରେ ବୈଷୟିକ ଦଳ ଉପସ୍ଥିତ ରହିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯିବ। ଏହା ପରେ ନାଟମଣ୍ଡପରେ ଫାଟଥିବା ବିମ ଯାଞ୍ଚ କରାଯିବ। ଏଏସଆଇ ସ୍ୱତନ୍ତ୍ର ଟେକନିକାଲ ଟିମ୍ ବିମ୍ ମରାମତି କରିବ। ବିମ୍ ତଳେ ଲୁହାଭାରା ବାନ୍ଧି ଷ୍ଟେଜିଂ କରାଯିବ। ଏଥିପାଇଁ ପ୍ରସ୍ତୁତି ସରିଛି। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହୁଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି କାର୍ଯ୍ଯ କରାଯିବ। କେଉଁ ସମୟରେ କାର୍ଯ୍ୟ କରାଯିବ ସେନେଇ ମନ୍ଦିର କମାଣ୍ଡର ଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଚଳିତ ମାସ ୨୪ ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ। ଏହା ସହିତ ନାଟମଣ୍ଡପର ଗରୁଡସ୍ତମ ପାଖ ବିମ୍ ସହ ସମସ୍ତ ପକେଟ ମରାମତି କରାଯିବ ବୋଲି ହୋଇଛି ନିଷ୍ପତ୍ତି। କାର୍ତ୍ତିକ ମାସ ପରେ କାର୍ଯ୍ଯକୁ ତ୍ୱରାନ୍ୱିତ କରାଯାଇ ସମ୍ପୂର୍ଣ୍ଣ ୬ ଘଣ୍ଟା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ମରାମତି ପାଇଁ ଦିଆଯିବ। ୧୨୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମରାମତି ଶେଷ କରାଯିବ। ଶ୍ରୀମନ୍ଦିରରେ ନୀତି ଅଧିକ ରହିଥିବାରୁ ଏଏସଆଇ କ'ଣ କାର୍ଯ୍ୟ କରିବ ତାହା ପ୍ରତିଦିନ ଦିନକ ଆଗରୁ କମାଣ୍ଡର ଙ୍କୁ ଅବଗତ କରାଇବ। ଆଉ ଏହି କାର୍ଯ୍ୟ ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ କାର୍ଯ୍ଯରେ ଯେଭଳି ବାଧା ସୃଷ୍ଟି ନ ହେବ ସେ ନେଇ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୁରୀ ଏସପି ଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପରିଚାଳନା କମିଟି।

ସେପଟେ ମହାପ୍ରଭୁଙ୍କ ରତ୍ନପଲଙ୍କ ତିଆରି ପ୍ରସଙ୍ଗ। ଆସନ୍ତାକାଲି ଠାରୁ ରତ୍ନପଲଙ୍କ କାମ ଆରମ୍ଭ ହେବ। ରତ୍ନ ପଲଙ୍କରେ ଥିବା ହାତୀଦାନ୍ତ ମରାମତି କରାଯିବ। ଓଡି଼ଆ ନବବର୍ଷରୁ ନବ ନିର୍ମିତ ରତ୍ନ ପଲଙ୍କରେ ଶୋଇବେ ମହାପ୍ରଭୁ। ବର୍ମାଟିକ୍ କାଠରେ ନିର୍ମାଣ ହେବ ରତ୍ନ ପଲଙ୍କ। ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ପ୍ରସଙ୍ଗ। ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ଠାରୁ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ହ୍ୱିଲ୍ ଚେୟାର ଯୋଗେ ନିଆଯିବ। ପାଟଅଗଣା ଠାରୁ ପଲି କାର୍ଵୋନେଟ୍ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗେ ଜୟବିଜୟ ଦ୍ବାର ଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ। ସକାଳ ୧୦:୦୦ ସମୟରୁ ୧୧:୦୦ ଏବଂ ସଧ୍ୟା ସମୟରେ ଦିବ୍ୟାଙ୍ଗ ଭକ୍ତ କରିପାରିବେ ଜଗା ଦର୍ଶନ। ଅନଲାଇନ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ ଦିବ୍ୟାଙ୍ଗ ଭକ୍ତ।