Advertisement
Photo Details/zeeodisha/odisha2464942
photoDetails0hindi

୫୦ ବର୍ଷ ପରେ ଦୁର୍ଗା ମହାଷ୍ଟମୀରେ ବିରଳ ସଂଯୋଗ, ୩ଟି ରାଶିକୁ ମା'ଙ୍କ ବିଶେଷ ଆଶୀର୍ବାଦ

Shardiya Navratri 2024: ଦୁର୍ଗା ମହାଷ୍ଟମୀ ଅକ୍ଟୋବର ୧୦ ରେ ସକାଳ ୭ଟା୨୯ ରେ ଆରମ୍ଭ ହୋଇ ଅକ୍ଟୋବର ୧୧ ସକାଳ ୬ଟା୫୨ରେ ଶେଷ ହେବ । ଏହା ପରେ ସକାଳ ୬ଟା୫୨ ରୁ  ନବମୀ ତିଥି ଆରମ୍ଭ ହେବ ଏବଂ ଏହା ଅକ୍ଟୋବର 12 ସକାଳ ୫ଟା୪୭ ପର୍ଯ୍ୟନ୍ତ ରହିବ ।

1/5

Shardiya Navratri 2024: ମହାଷ୍ଟମୀ ଦିନ ସର୍ବାର୍ଥ ସିଦ୍ଧ ଯୋଗ, ରବି ଯୋଗ ଏବଂ ବୁଦ୍ଧଦିତ୍ୟ ରାଜୋଯୋଗର ଏକ ଶୁଭ ମିଶ୍ରଣ ହେବ । ଜ୍ୟୋତିଷଙ୍କ ଅନୁଯାୟୀ ଏହି ଯୋଗ ପ୍ରାୟ ୫୦ ବର୍ଷ ପରେ ସୃଷ୍ଟି ହେଉଛି। ମହାଷ୍ଟମୀ ଦିନ ଗଠିତ ଶୁଭ ବିଶେଷ କରି ୩ଟି ରାଶିକୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।

2/5

ମେଷ ରାଶି

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ବ୍ୟବସାୟ କରୁଥିଲେ ଏଥିରେ ବିପୁଳ ଲାଭ କରିବାର ସମ୍ଭାବନା ଅଛି । ଆପଣଙ୍କର ବ୍ୟବସାୟ ବଢିବାକୁ ଲାଗିବ । ଟଙ୍କା ସଞ୍ଚୟ କରିପାରିବେ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ଯେକୌଣସି ପ୍ରୋଜେକ୍ଟରେ ସଫଳତା ପାଇବାର ଅଧିକ ସମ୍ଭାବନା ରହିଛି ।

3/5

କର୍କଟ ରାଶି

ଶାରଦୀୟ ନବରାତ୍ରୀର ଅଷ୍ଟମୀ ତିଥିରେ କର୍କଟ ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭ ଫଳାଫଳ ପାଇବେ । ଚାକିରି ଖୋଜୁଥିଲେ ଆପଣ ସଫଳତା ପାଇବେ । ଅଧାରେ ଅଟକି ରହିଥିବା କାମକୁ ଶେଷ କରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଉଭୟ କନିଷ୍ଠ ଏବଂ ବରିଷ୍ଠ ସହକର୍ମୀଙ୍କଠାରୁ ସମର୍ଥନ ପାଇବେ । ଶୁଭ ସମକକ୍ଷତା କାରଣରୁ ଆପଣଙ୍କର ଇଚ୍ଛା ପୂରଣ ହେବ । ନିଜ ପରିବାରରୁ ସହାୟତା ପାଇବେ ।

4/5

କନ୍ୟା ରାଶି

ଆପଣଙ୍କ ପାଇଁ ଏହି ସମୟ ଶୁଭ ବୋଲି ପ୍ରମାଣିତ ହୋଇପାରେ । ଅଷ୍ଟମୀର ଶୁଭ ଯୋଗ ପ୍ରଭାବ କାରଣରୁ ଆପଣ ଦେଶ ତଥା ବିଦେଶ ଭ୍ରମଣର ଲାଭ ଉଠାଇବେ । ଚାକିରି କ୍ଷେତ୍ରରେ ଏହି ସମୟ ଅତ୍ୟନ୍ତ ଶୁଭ ହେବ । କ୍ୟାରିୟରରେ ପ୍ରଗତି କରିବାର ସମ୍ଭାବନା ରହିଛି । ଆୟର ନୂଆ ଉତ୍ସ  ସୃଷ୍ଟି ହୋଇପାରେ । ପୂର୍ବରୁ କୌଣସି ସ୍ଥାନରେ ବିନିଯୋଗ କରିଥିଲେ ଏଥିରୁ ଲାଭ ପାଇବେ । ପିଲାମାନଙ୍କଠାରୁ ଭଲ ଖବର ଶୁଣିବାକୁ ପାଇପାରନ୍ତି ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।