Naveen Patnaik: ଆମ୍ବ ଟାକୁଆ ଖାଇ ରାଜ୍ୟରେ ଦୁଇ ମୃତ୍ୟୁକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ୍ କଲେ ପୂର୍ବ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2506470

Naveen Patnaik: ଆମ୍ବ ଟାକୁଆ ଖାଇ ରାଜ୍ୟରେ ଦୁଇ ମୃତ୍ୟୁକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ୍ କଲେ ପୂର୍ବ ମୁଖ୍ୟମନ୍ତ୍ରୀ

ନିକଟରେ ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି ।

Naveen Patnaik

ଭୁବନେଶ୍ୱର: ନିକଟରେ ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ରାଜ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜର ପ୍ରତିକ୍ରୀୟା ରଖିଛନ୍ତି।

ଶୁକ୍ରବାର ଦିନ ନିଜ ଏକ୍ସରେ ଏକ ପୋଷ୍ଟ କରି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି,
"ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା। ଏପରି ଘଟଣା ଦୁଇ ଦଶନ୍ଧି ତଳେ ଦେଖିବାକୁ ମିଳୁଥିଲା। ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀ ଭାଇଭଉଣୀମାନଙ୍କର ଚାରି ମାସ ଧରି ରାସନ୍ ଚାଉଳ ବନ୍ଦ କାରଣରୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଛନ୍ତି; ଯାହା ଆହୁରି ଦୁଃଖଦାୟକ।

ବିଜୁ ଜନତା ଦଳର ସରକାର ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି ଏନଏଫଏସଏ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର୍ ରାଜ୍ୟ ହୋଇଥିଲା। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସ୍ୱତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲୁ। ହେଲେ ଏକ ନମ୍ବର୍ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ।"