poisonous food: ଅନ୍ୟ ୨ ଜଣଙ୍କୁ ଓରାଲ ଟ୍ରିଟମେଣ୍ଟ ଦିଆଯାଇ ଅବଜରଭେସନରେ ରଖାଯାଇଛି। ଗତକାଲି ରାତିରେ ହଷ୍ଟେଲ ଖାଦ୍ୟରେ କଣ ସମସ୍ୟା ଥିଲା ବୋଲି ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ। ତେଣୁ ସେଥିପାଇଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ବାନ୍ତି ଝାଡ଼ା ସହ ପିଲାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଥିବା ଜଣାପଡିଛି।
Trending Photos
ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ନର୍ସିଂ କଲେଜର ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଶିଶୁପାଳଗଡ଼ ଘରୋଇ ନର୍ସିଂ କଲେଜର ଘଟଣା ଘଟିଛି। ହଷ୍ଟେଲ ଖାଦ୍ୟ ଭଲ ନ ଲାଗିବାରୁ ବାହାରୁ ମଗାଇ ଖାଇଥିଲେ ଛାତ୍ରୀମାନେ।
ଗୁରୁତର ଅବସ୍ଥାରେ ବିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ଜଣଙ୍କୁ ଓରାଲ ଟ୍ରିଟମେଣ୍ଟ ଦିଆଯାଇ ଅବଜରଭେସନରେ ରଖାଯାଇଛି। ଗତକାଲି ରାତିରେ ହଷ୍ଟେଲ ଖାଦ୍ୟରେ କଣ ସମସ୍ୟା ଥିଲା ବୋଲି ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ। ତେଣୁ ସେଥିପାଇଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ବାନ୍ତି ଝାଡ଼ା ସହ ପିଲାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଥିବା ଜଣାପଡିଛି।