Maoist kiiled: ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ବିଜେପି ଦଳରେ ଥିବା ନେତା କର୍ମୀ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଦଳ ଛାଡ଼ିବାକୁ ଧମକ ଦିଆଯାଇଛି। ନଚେତ ସେମାନଙ୍କୁ ମଧ୍ୟ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି।
Trending Photos
ମାଲକାନାଗିରି: ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା କୁଟୁର ଥାନା ସମନପଲ୍ଲୀ ଗାଁ ନିକଟରେ ମାଓବାଦୀଙ୍କ ବର୍ବର କାଣ୍ଡ। ମୃତକ ହେଲେ ବିଜେପି କର୍ମୀ ମାଣ୍ଡେରାମ ଫୁଡିଆ। ମାଣ୍ଡେରାମଙ୍କୁ ହତ୍ୟା ପରେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡିଛନ୍ତି ମାଓବାଦୀ।
ଗତ ରାତିରେ ନକ୍ସଲ ସମାନପଲ୍ଲୀ ଗାଁରେ ପହଞ୍ଚି କୁଡ଼ିଆମଙ୍କୁ ଖୋଜିଥିଲେ।ପରେ ତାକୁ ଘରୁ ଅପହରଣ କରି ଜଙ୍ଗଲରେ ନିର୍ଧୁମ ପିଟିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ଶବକୁ ଗାଁ ନିକଟରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।
ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ବିଜେପି ଦଳରେ ଥିବା ନେତା କର୍ମୀ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଦଳ ଛାଡ଼ିବାକୁ ଧମକ ଦିଆଯାଇଛି। ନଚେତ ସେମାନଙ୍କୁ ମଧ୍ୟ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି।