ଔଷଧ ଦୋକାନରୁ ବିପୁଳ ପରିମାଣର କଫସିରପ୍ ଜବତ, ଦୁଇ ଗିରଫ
Advertisement
Article Detail0/zeeodisha/odisha2504053

ଔଷଧ ଦୋକାନରୁ ବିପୁଳ ପରିମାଣର କଫସିରପ୍ ଜବତ, ଦୁଇ ଗିରଫ

llegal cough syrup seized: କଫସିରପକୁ ନିଶା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ବେଆଇନ ବିକ୍ରି ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। 

ଔଷଧ ଦୋକାନରୁ ବିପୁଳ ପରିମାଣର କଫସିରପ୍ ଜବତ, ଦୁଇ ଗିରଫ

କଟକ: କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ। ବିପୁଳ ପରିମାଣରେ କଫ ସିରପ ଜବତ୍। ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗ୍ରାମରେ ରେଡ ହୋଇଛି। ଚଢ଼ଉ ସମୟରେ ସେଠାରୁ ବହୁ ପରିମାଣରେ କଫସିରପ ବୋତଲ ମିଳିଥିଲା। ଏହା ସହିତ ୩୨ପ୍ରକାର ବେଆଇନ ଔଷଧକୁ ମଧ୍ୟ ଜବତ କରାଯାଇଛି। କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ସୂଚନାଯୋଗ୍ୟ, କଫସିରପକୁ ନିଶା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ବେଆଇନ ବିକ୍ରି ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।