Crime News: ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର, ଭିଜିଲାନ୍ସ ଦ୍ୱାରା ଗିରଫ
Advertisement
Article Detail0/zeeodisha/odisha2160290

Crime News: ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର, ଭିଜିଲାନ୍ସ ଦ୍ୱାରା ଗିରଫ

Crime News: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ଜି ବୋଇତାଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ଏକ ବୋରୱେଲ୍ ଖୋଳିବା ମାମଲାରେ ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ।

Crime News: ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର, ଭିଜିଲାନ୍ସ ଦ୍ୱାରା ଗିରଫ

ନୟାଗଡ: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ଜି ବୋଇତାଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ଏକ ବୋରୱେଲ୍ ଖୋଳିବା ମାମଲାରେ ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ନିଜ ପିତାଙ୍କ ନାମରେ ଗୋଟିଏ ବୋରୱେଲ ଖୋଳିବା ନେଇ ଜିଲ୍ଲା ଉଠା ଜଳସେଚନ ବିଭାଗରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ । କାମ କରେଇଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଜି ବୋଇତାଇ ଆବେଦନକାରୀଙ୍କୁ ଲାଞ୍ଚ ମାଗିଥିଲେ । ଅସାଧୁ ଉପାୟରେ ନିଜର କାର୍ଯ୍ୟ ନକରି ବ୍ୟକ୍ତିଜଣକ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ତେବେ ଯୋଜନା ଅନୁସାରେ ଅଭିଯୋଗକାରୀ ବ୍ୟକ୍ତି ଲାଞ୍ଚ ଟଙ୍କା ଦେବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ହାଜର ହୋଇଥିଲେ । ସେହି ଟଙ୍କା ସିଧାସଳଖ କନିଷ୍ଠ ଯନ୍ତ୍ରୀ ଜି ବୋଇତାଇ ଗ୍ରହଣ ନକରି ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଦେବାକୁ ପରାମର୍ଶ ଦେଇଥିଲେ । ଠିକାଦର ବ୍ୟକ୍ତିଙ୍କ ନିକଟରୁ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲେ । ଏଥିସହିତ କନିଷ୍ଠଯନ୍ତ୍ରୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଉଭୟଙ୍କର ପୂର୍ବ ରେକର୍ଡ ଯାଞ୍ଚ କରିବା ସହ ସମସ୍ତ ବିଷୟରେ ତଦନ୍ତ ଆରମ୍ଭ ହୋଇଛି ।

Also Read- Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା

Also Read- Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ