Top 10 News Today:ବସ ଓଲଟି ୨ ମୃତ, ଘନ କୁହୁଡି଼ ନେଇ ଆଲର୍ଟ ଜାରି ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2618568

Top 10 News Today:ବସ ଓଲଟି ୨ ମୃତ, ଘନ କୁହୁଡି଼ ନେଇ ଆଲର୍ଟ ଜାରି ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ବସ ଓଲଟି ୨ ମୃତ, ଘନ କୁହୁଡି଼ ନେଇ ଆଲର୍ଟ ଜାରି ଓ ସକାଳର ୧୦ ବଡ଼ ଖବର
1. UCC to be implemented Today: ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ଦେଓ୍ୱାନୀ ସଂହିତା ( ୟୁସିସି) 
ଉତ୍ତରାଖଣ୍ଡରେ ଆଜି ଏକକ ଦେଓ୍ୱାନୀ ସଂହିତା ( ୟୁସିସି) ଲାଗୁ ହେବ। ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଏହି ଉଦ୍ୟମ ହୋଇଛି। ୨୦୨୨ରେ ନିର୍ବାଚନ ପ୍ରତିଶୃତି ଭାବେ ଉତ୍ତରାଖଣ୍ଡ ଏହି ନିୟମକୁ ଗୟହଣ କରିଥିଲା। ଏହାଦ୍ୱାରା ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ େଗାଟିଏ ବିବାହ ଆଇନ ରହିବ। 
 
2. 25% Emergency Duty imposed by USA: ଅଣ ନାଗରିକଙ୍କୁ ବ୍ରାଜିଲ୍‍ ପଠାଇଲା ଯୁକ୍ତରାଷ୍ଟ୍ର ଆମେରିକା
ହାତକଡ଼ି ପକାଇ ଅଣ ନାଗରିକଙ୍କୁ ବ୍ରାଜିଲ୍‍ ପଠାଇଲା ଯୁକ୍ତରାଷ୍ଟ୍ର ଆମେରିକା। ଏପରିକି ତାଙ୍କୁ ଯାତ୍ରା ସମୟରେ ବିମାନରେ ପିଇବା ପାଣି ନେବାକୁ ବି ଅନୁମତି ଦିଆଯାଇ ନାହିଁ। ବ୍ରାଜିଲ୍‍ର ମାନାଉସ୍‍ ବିମାନବନ୍ଦରରେ ଏପରି ୮୮ ଜଣ ବ୍ରାଜିଲ୍‍ ନାଗରିକଙ୍କୁ ଆମେରିକୀୟ ବିମାନ ଆଣି ଛାଡ଼ିବା ଘଟଣାକୁ ନେଇ ଆପତ୍ତି ଉଠାଇଛି ବ୍ରାଜିଲ। ଏ ସମ୍ବନ୍ଧରେ ଆମେରିକାର ସରକାରଙ୍କ ନିକଟକରେ ଉପସ୍ଥାପନ କରାଯାଇବ ବୋଲି କହିଛନ୍ତି ବ୍ରାଜିଲର ରାଷ୍ଟ୍ରପତି। 
 
3. Deported persons seen Hand Cuffed:  ଟ୍ରମ୍ପ ପ୍ରଶାସନକୁ କଲମ୍ବିଆର ବିରୋଧ 
ବେଆଇନ ଭାବରେ ଆମେରିକାରେ ରହୁଥିବା ଅଣ ନାଗରିକଙ୍କୁ  ତାଙ୍କ ଦେଶକୁ ପଠାଇଦେବା ଲାଗି ଟ୍ରମ୍ପ ପ୍ରଶାସନ ନେଇଥିବା କାର୍ଯ୍ୟକ୍ରମକୁ ବିରୋଧ କରିଛି କଲମ୍ବିଆ। ଏହିକ୍ରମରେ ଯାତ୍ରୀଙ୍କୁ ଆମେରିକାରୁ ଆସିଥିବା ଏକ ବିମାନକୁ କଲମ୍ବିଆ ରାଷ୍ଟ୍ରପତି ତାଙ୍କ ଦେଶରେ ଓହ୍ଲାଇବାକୁ ଦେଇ ନାହାନ୍ତି। ଟ୍ରମ୍ପ ପ୍ରଶାସନ ଏଥିରେ ଉତ୍‍କ୍ଷୀପ୍ତ ହୋଇ କଲମ୍ବିଆରୁ ଆମେରିକା ଆସୁଥିବା ସମସ୍ତ ଉତ୍ପାଦ ଉପରେ ଅତିରିକ୍ତ ୨୫ ପ୍ରତିଶତ ଜରୁରୀକାଳୀନ ଟିକସ ଲଗାଇଛନ୍ତି। ଏହାସହ ଆମେରିକା ଆସୁଥିବା କଲମ୍ବିଆର ପର୍ଯ୍ୟଟକଙ୍କ ଉପରେ ମଧ୍ୟ ରୋକ ଲଗାଯାଇଛି। 
 
4. India-China Bilateral relations: ଭାରତ-ଚୀନ ଭିତରେ ସମ୍ପର୍କ ସୁଧାର ଲାଗି ଆଜି କୂଟନୀତିକ ଆଲୋଚନା 
ଭାରତ-ଚୀନ ଭିତରେ ସମ୍ପର୍କ ସୁଧାର ଲାଗି ଆଜି କୂଟନୀତିକ ସ୍ତରରେ ଆଲୋଚନା ହେବ। ଏଥିଲାଗି ବୈଦେଶିକ ସଚିବ ବିକ୍ରମ ମିଶ୍ରି ଚୀନ ଗସ୍ତରେ ବେଜିଂ ପହଞ୍ଚିଛନ୍ତି। ସେ ଚୀନ କମ୍ୟୁନିଷ୍ଟି ପାର୍ଟିର ବରିଷ୍ଠ ନେତାମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।  ଉଭୟ ଦେଶ ବୈଦେଶିକ ସଚିବଙ୍କ ଭିତରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। 
 
5. Govt may relax Import Duty: ହୋଇପାରେ  ଆମଦାନୀ ଶୁଳ୍କ କଟକଣାକୁ କୋହଳ 
ଇସ୍ପାତ କ୍ଷେତ୍ରରେ ହେଉଥିବା ଆମଦାନୀକୁ ରୋକ୍‍ ଦେବା ତଥା ଘରୋଇ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ଲାଗୁ କରାଯାଇଥିବା ୨୫ ପ୍ରତିଶତ ଆମଦାନୀ ଶୁଳ୍କ କଟକଣାକୁ କୋହଳ କରାଯାଇପାରେ। ଏହି ନିଷ୍ପତ୍ତି ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରଭାବିତ ହେଉଥିବା ନେଇ ଦାବି ଉଠିବା ପରେ ସରକାର ଏହି ପଦକ୍ଷେପ ନେଇପାରନ୍ତି। ୨୦୧୦ ମସିହାରୁ ଏହି କଟକଣା ଲାଗୁ କରାଯାଇଛି। 
 
6. 5 Lakhs to deceased Student’s Family: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି
ପିକ୍‍ ଅପ୍‍ ଭ୍ୟାନ ଓଲଟି ମୃତ ଛାତ୍ରଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାଙ୍କି ମାଳ ବିହାରପୁରଠାରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଜଣଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ। ୨ଜଣ ଗୁରତର ଏବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେସ୍କୁଲ୍‍ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଚିକିତ୍ସିତ ହେଉଥିବା ଛାତ୍ରଙ୍କୁ ଭେଟିଥିଲେ। 
 
7. OSRTC Bus Topples, 2 died: ବସ ଓଲଟି ୨ ମୃତ
ଭାରସାମ୍ୟ ହରାଇ ଓଡ଼ିଶା ସଡ଼କ ପରିବହନ ନିଗମର ଏକ ବସ୍‍ ଓଲଟି ପଡ଼ିବାରୁ ୨ଜଣଙ୍କୁ ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଗହମ ଆଶ୍ରମରେ ଏହି ଦୁର୍ଘଟଣା ଘଟିଥିଲା। 
 
8. 23 new District presidents for BJP: ସଂଗଠନ ସଜାଡିବା କାର୍ଯ୍ୟକ୍ରମ ଆରମ୍ଭ
ରାଜ୍ୟ ବିଜେପି ପକ୍ଷରୁ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ ୩୭ ସାଂଗଠନିକ ଜିଲ୍ଲାରୁ ୨୩ଟିରେ ସାଂକଠନିକ ନିର୍ବାଚନ ଶେଷ ହୋଇ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଆହୁରି ୧୪ ଜିଲ୍ଲାରେ ନିର୍ବାଚନ ଖୁବ୍‍ ଶୀଘ୍ର ହେବାକୁ ଯାଉଛି। ଜିଲ୍‍ଲା ନିର୍ବାଚନ ପର ରାଜ୍ୟ ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବ। 
 
9. Premium Bus to Prayagraj: ପ୍ରୟାଗରାଜକୁ ଗଡିଲା ଅଧିକ ବସ
ପ୍ରୟାଗରାଜରେ ମହାକୁମ୍ଭକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଆଜିଠାରୁ ପୁଣିଥରେ ହାଇ ଏଣ୍ଡ ପ୍ରିମିୟମ୍‍, ସେମି ସ୍ଲିପର ବସ୍‍ ସେବା ଆରମ୍ଭ କରାଯିବ। କୋରାପୁଟ, କେନ୍ଦୁଝର ଓ ପୁରୀରୁ ଏହି ବସ୍‍ ପ୍ରସ୍ଥାନ କରିବ।
 
10. One more Foggy Day: ଆଜି ପୁଣି କୁହୁଡି
ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ପୂର୍ଣ୍ଣ ସକାଳ ଦେଖିବାକୁ ମିଳିଛି। କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଯୋଗୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ ଦିନ ଓ ରାତିର ତାପାମାତ୍ରା ବୃଦ୍ଧି ଘଟିଛି। ଆଜି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।