Special train for senior citizens: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କୋଲକାତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଆଦି ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ। ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଉଛନ୍ତି। ଅନ୍ତଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରା ସୁବିଧା ପାଇପାରିବେ।
Trending Photos
ଭୁବନେଶ୍ଵର: ଭୁବନେଶ୍ୱର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର- ଶିରିଡ଼ି- ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮ଶହ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ଯାଉଛନ୍ତି। ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ମୋଟ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ।
ପ୍ରତି ଟ୍ରିପରେ ୮ଶହ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ। ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କୋଲକାତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଆଦି ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ। ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଉଛନ୍ତି। ଅନ୍ତଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରା ସୁବିଧା ପାଇପାରିବେ।