Advertisement
Photo Details/zeeodisha/odisha2605669
photoDetails0hindi

Mangal Vakri 2025: ଜାନୁଆରୀ ୨୧ ରେ ମଙ୍ଗଳଙ୍କ ଚଳନ, ୩ ରାଶିରେ ବଡ଼ ପ୍ରଭାବ !

Mangal Vakri 2025: ଜାନୁଆରୀ ୨୧ ତାରିଖରେ ମଙ୍ଗଳ ମିଥୁନ ରାଶିରେ ଚଳନ କରିବେ । ତେବେ ଏପରି ସ୍ଥିତିରେ କେଉଁ ରାଶି ପାଇଁ ସମୟ ଚ୍ୟାଲେଞ୍ଜିଂ ହୋଇପାରେ ଆସନ୍ତୁ ଜାଣିବା।

1/5

Mangal Vakri 2025: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଇଛି । ଜାନୁଆରୀ ୨୧ ତାରିଖରେ କର୍କଟ ରାଶିରୁ ମିଥୁନ ରାଶିକୁ ପ୍ରତିକୂଳ ଗତି କରିବେ ମଙ୍ଗଳ। ଏହି ଚଳନ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇବ।

2/5

ବୃଷ ରାଶି

ମଙ୍ଗଳଙ୍କ ଚଳନ ଆପଣଙ୍କ ରାଶିର ଦ୍ୱିତୀୟ ଘରେ ହେବ। ତେଣୁ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷକରି ପରିବାର ସଦସ୍ୟଙ୍କ ସହିତ ମତଭେଦ ଦେଖା ଦେଇପାରେ । ଯେଉଁ କାରଣରୁ ଆପଣ ମାନସିକ ଚିନ୍ତାରେ ପଡିପାରନ୍ତି । ମଙ୍ଗଳ ଗ୍ରହଙ୍କ ସ୍ଥିତି ଆପଣଙ୍କ ଆର୍ଥିକ ଦୃଷ୍ଟିରୁ ଏତେଟା ଭଲ ଫଳ ଦେବନାହିଁ । ଟଙ୍କା ସମ୍ବନ୍ଧୀୟ ମାମଲାରେ ସତର୍କ ରହିବାର ଆବଶ୍ୟକତା ରହିଛି । ପଡ଼ୋଶୀ ଲୋକଙ୍କ ସହିତ ମତଭେଦ ଦେଖା ଦେଇପାରେ । କଥାବାର୍ତ୍ତା ସମୟରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କ ରିଷ୍ଟ ଖଣ୍ଡନ ହୋଇପାରିବ ।

3/5

କୁମ୍ଭ ରାଶି

ମଙ୍ଗଳଙ୍କ ଚଳନ ଆପଣଙ୍କ ରାଶିର ପଞ୍ଚମ ଘରେ ହେବାକୁ ଯାଉଛି । ଏହି ସମୟରେ ଆପଣଙ୍କୁ ନିଜ ପିଲାଙ୍କ ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ସେମାନଙ୍କ ଦେହ ଅସୁସ୍ଥ ହୋଇପାରେ । ତେଣୁ ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି । ଏହି ସମୟରେ ବନ୍ଧୁଙ୍କ ସହ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଛାତି ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଚିନ୍ତାର କାରଣ ପାଲଟିବ । ଲାଲ ରଙ୍ଗର ମିଠା ଏବଂ  ପୋଷାକ ଗରିବ ଲୋକଙ୍କୁ ଦାନ କରନ୍ତୁ ଶୁଭଫଳ ମିଳିବ ।

4/5

ମୀନ ରାଶି

ଚତୁର୍ଥ ଘରେ ମଙ୍ଗଳଙ୍କ ପ୍ରତିଗାମୀକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଆପଣଙ୍କ ବୈବାହିକ ଏବଂ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ସାଥୀଙ୍କ ସହିତ ଭୁଲ ବୁଝାମଣା ହୋଇପାରେ ।  ସମ୍ପର୍କୀୟଙ୍କ ସହ ବାଦ ବିବାଦର ସମ୍ଭାବନା ରହିଛି। ଜମି, କୋଠା ଇତ୍ୟାଦି ସମ୍ବନ୍ଧୀୟ ସମସ୍ୟା ବିଷୟରେ ସତର୍କ ରହିବାକୁ ପଡିବ। କାହାକୁ ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ । ନଚେତ ଆପଣ ବିଶ୍ୱାସଘାତକର ଶିକାର ହୋଇପାରନ୍ତି । ହୃଦ୍‌ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ ଏହି ସମୟରେ ନିଜର ବିଶେଷ ଯତ୍ନ ନେବା ଜରୁରୀ। ସଙ୍କଟ ମୋଚନ ପ୍ରଭୁ ହନୁମାନଜୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।