Gadar 2 Vs OMG 2 Box Office Collection Day 4: 'ଗଦ୍ଦର-୨' ନା 'ଓଃ ମାଇଁ ଗଡ଼-୨ ', ଜାଣନ୍ତୁ ବକ୍ସ ଅଫିସରେ କାହାର ରହିଛି ପଲ୍ଲା ଭାରି?
Advertisement
Article Detail0/zeeodisha/odisha1824074

Gadar 2 Vs OMG 2 Box Office Collection Day 4: 'ଗଦ୍ଦର-୨' ନା 'ଓଃ ମାଇଁ ଗଡ଼-୨ ', ଜାଣନ୍ତୁ ବକ୍ସ ଅଫିସରେ କାହାର ରହିଛି ପଲ୍ଲା ଭାରି?

Gadar 2 Vs OMG 2 Box Office Collection Day 4: ବକ୍ସ ଅଫସରେ ରିଲିଜ ହୋଇଯାଇଛି ସନ୍ନି ଦେଓଲଙ୍କ 'ଗଦ୍ଦର-୨' ଓ ଖିଲାଡି଼ କୁମାରଙ୍କ (OMG 2) ଓ 'ଓଃ ମାଇଁ ଗଡ଼-୨ ' । ଯଦି ଆମେ ଉଭୟ ଫିଲ୍ମର କଲେକସନ୍ କଥା କହିବା ତେବେ ବକ୍ସ ଅଫିସରେ ଧମାଲ ମଚାଉଛି ଗଦ୍ଦର- ୨ (Gadar 2 ) । ଅକ୍ଷୟ କୁମାରଙ୍କ ଫିଲ୍ମର ଏଥିରେ ପଛରେ ପଡ଼ିଛି । ତେବେ ଆସନ୍ତୁ ଜାଣିବା ଚତୁର୍ଥ ଦିନରେ କେତେ ରହିଛି ଉଭୟ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍।

ସୌ(ସୋସିଆଲ ମିଡିଆ)

Gadar 2 Vs OMG 2 Box Office Collection Day 4: ଦୀର୍ଘ ୨୨ ବର୍ଷ ପରେ ରିଲିଜ ହୋଇଛି ୨୦୦୧ ମସିହାର ସୁପଟହିଟ୍ ଫିଲ୍ମ ‘ଗଦ୍ଦର’ର ସିକ୍ବେଲ ‘ଗଦ୍ଦର-୨’ (Gadar 2 ) । ଫିଲ୍ମଟି ରିଲିଜ ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ଦର୍ଶକଙ୍କ ଭରପୂର ଭଲ ପାଇବା ସହ ଦିନକୁ ଦିନ ନୂତନ ରେର୍କଡ଼ ସୃଷ୍ଟି କରୁଛି ସନ୍ନ ଦେଓଲ (sunny deol) ଓ ଅମିଷା ପଟେଲ ଷ୍ଟାରର ଏହି ଫିଲ୍ମ ।

ସୂଚନା ଥାଉ କି, ‘ଗଦ୍ଦର-୨’ (Gadar 2) ରିଲିଜ ପୂର୍ବରୁ ସନ୍ନି ଦେଓଲ ଓ ଅମିଷା ପଟେଲ ବେଶ ଭଲ ଭାବେ ଫିଲ୍ମର ପ୍ରମୋସନ କରିଥିବା ଦେଖିବାକୁ ମିଳିଥିଲା । ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ ସଫଳ ହୋଇଛି ବୋଲି କୁହାଯାଇ ପାରିବ । ରିଲିଜ ଦିନ ‘ଗଦ୍ଦର ୨’ ୪୦.୧୦ କୋଟି ଟଙ୍କା ରୋଜଗାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମଟି ୪୩.୦୮ କୋଟି ଓ ତୃତୀୟ ଦିନରେ ୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ସୁପରଷ୍ଟାର ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ (Amisha patel) ଅଭିନୀତ ଏହି ଫିଲ୍ମଟି ମାତ୍ର ୩ ଦିନ ମଧ୍ୟରେ ବକ୍ସ ଅଫିସରେ ୧୩୩.୧୮ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Sunny Deol (@iamsunnydeol)

ଗଦ୍ଦର -୨ ଚତୁର୍ଥ ଦିନରେ ୩୪ କୋଟି ଟଙ୍କା ରୋଜଗାର କରିଥିବା ଆଶା କରାଯାଉଛି । ରିଲିଜର ଚତୁର୍ଥ ଦିନରେ ‘ଗଦ୍ଦର ୨’ ପ୍ରାୟ ୧୦ କୋଟିର ଆଡ଼ାଭାନ୍ସ ବୁକିଂ ହୋଇଥିଲା । ଯଦି ଏପରି ହୁଏ, ତାହାଲେ ରିଲିଜ ହେବାର ୪ ଦିନ ମଧ୍ୟରେ ଫିଲ୍ମର ୧୬୮.୧୮ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହେବ। ସନ୍ନି ଦେଓଲ୍ ଓ ଅମିଶା ପଟେଲଙ୍କ ଅଭିନୀତ ‘ଗଦ୍ଦର ୨’ ହେଉଛି ୨୦୦୧ ବ୍ଲକବଷ୍ଟର ‘ଗଦ୍ଦର ଏକ ପ୍ରେମ କଥା’ର (Gadar ek prem katha) ସିକ୍ୱେଲ । ଅନିଲ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହା ଏକ ପିରିୟଡ୍ ଆକ୍ସନ୍ ଡ୍ରାମା ଫିଲ୍ମ ଅଟେ ।

 

 
 
 
 

 
 
 
 
 
 
 
 
 
 
 

A post shared by OMG 2 (@omg2film)

ଅନ୍ୟପଟେ, ଅକ୍ଷୟ କୁମାର (Akshay kumar), ପଙ୍କଜ ତ୍ରିପାଠୀ ଓ ୟାମି ଗୌତମ ଷ୍ଟାରର 'ଓଃ ମାଇଁ ଗଡ଼-୨ ' (OMG 2 )କୁ ମଧ୍ଯ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି । ଏହି ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଥିବା ଅକ୍ଷୟ କୁମାରଙ୍କୁ ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ତେବେ 'ଓଃ ମାଇଁ ଗଡ଼-୨ ' (OMG 2 )ରିଲିଜର ପ୍ରଥମ ଦିନରେ ପ୍ରାୟ ୧୦.୨୬ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ୧୫.୩ କୋଟି, ତୃତୀୟ ଦିନରେ ୧୭.୫୦ କୋଟି ଟଙ୍କା ରୋଜଗାର କରିଥିଲା । ୧୫୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି  ରିଲିଜ୍ ହେବାର ତୃତୀୟ ଦିନ ସୁଦ୍ଧା ୪୩.୫୬ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି। ତେବେ ଯଦି ଆଶା ଅନୁଯାୟୀ ଫିଲ୍ମଟି ଚତୁର୍ଥ ଦିନରେ ଭଲ ରୋଜଗାର କରେ ତାହାଲେ ଏହାର ବକ୍ସ ଅଫିସ କଲେକ୍ସସନ୍ ୫୩ କୋଟି ଟଙ୍କା ଅତିକ୍ରମ କରିବ। ପ୍ରକାଶ ଥାଉ କି, ଅକ୍ଷୟ କୁମାରଙ୍କ OMG 2 ଓ ସନ୍ନି ଦେଓଲଙ୍କ ଗଦ୍ଦର ୨ ମଧ୍ଯରେ ବକ୍ସ ଅଫିସରେ ଜୋରଦାର କ୍ଲାସ୍ ଦେଖିବାକୁ ମିଳିଛି । ଏକା ସାଙ୍ଗରେ ରିଲିଜ ହୋଇଥିବା ଗଦ୍ଦର-୨ OMG 2 ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି ।