ନୟାଗଡ଼ ଲାଠିପଡ଼ାରେ ଶାହଙ୍କ ଗର୍ଜନ, ବୁଥ୍‌ ରିଗିଂ ବିଷୟରେ ଏମିତି କହିଲେ
Advertisement
Article Detail0/zeeodisha/odisha2257752

ନୟାଗଡ଼ ଲାଠିପଡ଼ାରେ ଶାହଙ୍କ ଗର୍ଜନ, ବୁଥ୍‌ ରିଗିଂ ବିଷୟରେ ଏମିତି କହିଲେ

କୋଣସି ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଓଡ଼ିଆ କହୁଥିବା ଓଡ଼ିଶା ମାଟିର ସନ୍ତାନ ହିଁ ମୁଖ୍ୟମନ୍ତ୍ରୀ ହେବେ । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର ବନାଇବା ସମ୍ପର୍କରେ ଶାହ କହିଥିଲେ ।

ନୟାଗଡ଼ ଲାଠିପଡ଼ାରେ ଶାହଙ୍କ ଗର୍ଜନ, ବୁଥ୍‌ ରିଗିଂ ବିଷୟରେ ଏମିତି କହିଲେ

ନୟାଗଡ଼: ଲାଠିପଡା ସମାବେଶରେ ବରିଷ୍ଠ ବିଜେପି ନେତା ଅମିତ ଶାହ ବିଜେଡିକୁ କଡା କାଉଣ୍ଟର କରିଛନ୍ତି । ଲୋକଙ୍କୁ ସମ୍ୱୋଧନ କରି କହିଥିଲେ ଯେ, ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଏହା । କୋଣସି ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଓଡ଼ିଆ କହୁଥିବା ଓଡ଼ିଶା ମାଟିର ସନ୍ତାନ ହିଁ ମୁଖ୍ୟମନ୍ତ୍ରୀ ହେବେ । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର ବନାଇବା ସମ୍ପର୍କରେ ଶାହ କହିଥିଲେ ।

ଏଥିସହ, ଶାହ ଏକଥା ମଧ୍ୟ କହିଛନ୍ତି ଯେ, ବିଜେଡି ଶାସନର ୨୫ ବର୍ଷ ଥିଲା ଲଷ୍ଟ ଟ୍ବେଣ୍ଟି ଫାଇଭ୍‌ । ଓଡ଼ିଶାରେ ବିକାଶ ଏବଂ ଭିତ୍ତିଭୂମି କାର୍ଯ୍ୟ ଲାଇନ ଚ୍ୟୁତ ହୋଇଯାଇଛି ଏହାକୁ ସୁଧାରିବାର ଆବଶ୍ୟକତା ରହିଛି । ବିଜେପି ଶାସନକୁ ଆସିବାର ୧୦ ଦିନ ଭିତରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ଶାହ କହିଛନ୍ତି । କେବଳ ସେତିକି ନୁହେଁ ବୁଥ୍‌ ରିଗିଂ ନେଇ ଶାହ କହିଛନ୍ତି ଯେ, ପ୍ରତି ନିର୍ବାଚନରେ ବୁଥ ରିଗିଂ କରି ନିର୍ବାଚନ ଜିତାଯାଉଥିଲା । କିନ୍ତୁ ଏଥର ନିର୍ବାଚନ କମିଶନ ଜାଗତିଆର ଅଛନ୍ତି ତେଣୁ ସେପରି କିଛି ହୋଇନାହିଁ । ବୁଥ୍‌ ରିଗିଂ ରୋକିବା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଂଙ୍ଗରେ କହି ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶାହ । ଡୁପ୍ଲିକେଟ ଚାବି କାର୍ହିକି ତିଆରି କରାଯାଇଛି ଏବଂ ସେହି ଚାବିରେ ରତ୍ନ ଭଣ୍ଡାର ଖୋଲାଯାଇଛି କି ନାହିଁ ନବୀନ ବାବୁ କହନ୍ତୁ ବୋଲି ଶାହ ପ୍ରଶ୍ନ କରିଥିଲେ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା କାହିଁକି ଗରିବ ବୋଲି ମଧ୍ୟ ଶାହ ପଚାରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ସମ୍ବଲପୁର, କେନ୍ଦୁଝର ପରେ ଢେଙ୍କାନାଳରେ ମଧ୍ୟ ପ୍ରଚାର କରିଛନ୍ତି ଅମିତ ଶାହ। ଏହାପରେ ନୟାଗଡ଼ ଗସ୍ତ କରିଥିଲେ । ଢେଙ୍କାନାଳର ପରଜଙ୍ଗଠାରେ ନିର୍ବାଚନ ସଭା ଆୟୋଜନ କରାଯାଇଛି। ଏଠାରେ ସେ ଉଭୟ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‍ ମାଗିଥିଲେ। ରାଜ୍ୟ ସରକାରଙ୍କୁ ବ୍ୟାପକ ସମାଲୋଚନା କରିବା ସହ ବିଜେପି ଆସିଲେ ରାଜ୍ୟରେ ବିକାଶ ଇଞ୍ଜିନ୍‍ ଦ୍ରୁତ ଗତିରେ ଚାଲିବ ଏବଂ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତି ହେବା ସହ ୪ ଦ୍ୱାର ଖୋଲିବ ବୋଲି କହିଛନ୍ତି ଶ୍ରୀ ଶାହ। ନପିର୍ବାଚନ ପ୍ରଚାର ବେଳେ ସେ କଂଗ୍ରେସକୁ ଟାର୍ଗେଟ କରିବା ସହ ପିଓକେକୁ ଦଖଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି କଂଗ୍ରେସ ପାକିସ୍ତାନ କଥା କହୁଛି କିନ୍ତୁ ଆମେ ପାକିସ୍ତାନ ଅଧିକୃତ କଶ୍ମିର ଆମର ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଶ୍ରୀ ଶାହ ।

Also Read- ସୁନା ପରେ ଚିନ୍ତା ବଢାଇଲା ରୁପା ଦର, ଗୋଟିଏ ଦିନରେ ୪୫୦୦ ବୃଦ୍ଧି

Also Read- Garlic Peel Benefits: ଫିଙ୍ଗୁଛନ୍ତି କି ରସୁଣ ଚୋପା ? ମିଳିଥାଏ ବଡ଼ ଲାଭ