Olive ridley: ସମସ୍ତ ବୋଟ୍ ଓ ଡଙ୍ଗା ମାଲିକ ସମେତ ମତ୍ସ୍ୟଜୀବୀ ମାନଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଇବା ସହିତ ଏହାକୁ ସମସ୍ତେ ମାନିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ କେହି ଅମାନ୍ୟ କଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜୀ ଯନ୍ତ୍ର ଦ୍ବାରା ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ଅବଗତ କରାଯାଇଛି। ପାରାଦୀପ ର ନୂଆବଜାର, ଷଣ୍ଢକୁଦ,ବାଲିପ୍ଲଟ ଓ ଚଉମୁହାଣୀ ଭଳି ସ୍ଥାନ ମାନଙ୍କ ରେ ଥିବା ମତ୍ସ୍ୟଜୀବୀ ଙ୍କୁ ଅବଗତ କରାଯାଇଛି।
Trending Photos
Olive ridley: (ନାରାୟଣ ବେହେରା) ନଭେମ୍ବର ମାସ ୧/୧୧/୨୦୨୪ ତାରିଖ ଠାରୁ ମେ ମାସ ୩୧/୦୫/୨୦୨୫ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ଉପର କଟକଣା ଜାରୀ କରାଯାଇଛି। ଦେବୀ, ଋଷିକୂଲ୍ୟା ଓ ଧାମରା ନଦୀ ମୁହାଣରୁ ୨୦କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଜାରୀ କରାଯାଇଛି। ଏହି ସବୁ ସ୍ଥାନରେ ଅଲିଭ୍ ରିଡ଼ଲେ କଇଁଚ ସଂରକ୍ଷଣ ନିମନ୍ତେ ସମ୍ପୂର୍ଣ୍ଣ ମାଛ ଧରିବା ନିଷିଦ୍ଧ କରାଯାଇଛି।
ଏହାକୁ ସମସ୍ତ ବୋଟ୍ ଓ ଡଙ୍ଗା ମାଲିକ ସମେତ ମତ୍ସ୍ୟଜୀବୀ ମାନଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଇବା ସହିତ ଏହାକୁ ସମସ୍ତେ ମାନିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ କେହି ଅମାନ୍ୟ କଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜୀ ଯନ୍ତ୍ର ଦ୍ବାରା ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ଅବଗତ କରାଯାଇଛି। ପାରାଦୀପ ର ନୂଆବଜାର, ଷଣ୍ଢକୁଦ,ବାଲିପ୍ଲଟ ଓ ଚଉମୁହାଣୀ ଭଳି ସ୍ଥାନ ମାନଙ୍କ ରେ ଥିବା ମତ୍ସ୍ୟଜୀବୀ ଙ୍କୁ ଅବଗତ କରାଯାଇଛି।