JP Duminy Divorce Announcement: ଚାମ୍ପିଅନ୍ସ ଟ୍ରଫି ୨୦୧୯ ପାକିସ୍ତାନ ଏବଂ ଦୁବାଇର ମିଳିତ ଭାବେ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେଉଛି। କିନ୍ତୁ ଏହି ଆରମ୍ଭ ପୂର୍ବରୁ ରୋହିତ ଶର୍ମାଙ୍କ ଜଣେ ପୁରୁଣା ବନ୍ଧୁଙ୍କ ଜୀବନରେ କଳା ବାଦଲ ଦେଖାଦେଇଛି। ଏହି ଖେଳାଳିଙ୍କର ୧୪ ବର୍ଷର ପୁରୁଣା ଦାମ୍ପତ୍ୟ ଜୀବନରେ ଗ୍ରହଣ ଲାଗିଛି ଏବଂ ତାଙ୍କର ଛାଡପତ୍ର ହୋଇଛି। ଏହି ଖେଳାଳିଙ୍କ ନାମ ଜିନ୍ ପଲ୍ ଡୁମିନି ଅର୍ଥାତ୍ ଜେପି ଡୁମିନି।
ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନଙ୍କ ୧୪ ବର୍ଷ ପରେ ଛାଡପତ୍ର ହୋଇଛି। ସେ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି। ଡୁମିନି ଏବଂ ତାଙ୍କ ପତ୍ନୀ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଡୁମିନି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ଏକାଠି ଅନେକ ସୁନ୍ଦର ମୁହୂର୍ତ୍ତ ବିତାଇବା ପରେ, ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଡୁମିନି ଲେଖିଛନ୍ତି, "ବହୁତ ବିଚାର ପରେ, ସୁ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଭାଗ୍ୟବାନ ଯେ ଏକାଠି ଅନେକ ସୁନ୍ଦର ସମୟ ବିତାଇଛୁ ଏବଂ ଦୁଇଟି ଛୋଟ ଝିଅର ପିତା-ମାତା ହୋଇଛୁ। ଏହି ସମୟରେ ଆମେ ଏହାର ଗୋପନୀୟତା ବଜାୟ ରଖିବାକୁ ଆାଶା କରୁଛୁ କାରଣ ଆମେ ପରିବର୍ତ୍ତନର ସମୟ ଦେଇ ଗତି କରୁଛୁ। ଆମେ ବନ୍ଧୁ ଅଟୁ। ଆମର ବିଚ୍ଛେଦ ସୌହାର୍ଦ୍ଦପୂର୍ଣ୍ଣ ହୋଇଛି।"
ଡୁମିନି ଏବଂ ସୁ ୨୦୧୧ ମସିହାରେ ବିବାହ କରିଥିଲେ। ଏହି ବିବାହରେ ପ୍ରାୟ ୩୦୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଥିରେ ମୋର୍ନେ ମୋର୍କେଲ, ମାର୍କ ବାଉଚର, ଗ୍ରେମ୍ ସ୍ମିଥଙ୍କ ନାମ ଅନ୍ତର୍ଭୁକ୍ତ ଥିଲା।
ଡୁମିନି ଆଇପିଏଲରେ ମଧ୍ୟ ଖେଳିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ଅଂଶ ଥିଲେ। ଡୁମିନି ୨୦୧୮ ରେ ସେ ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମଧ୍ୟ ଖେଳିଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତାକୁ ବହୁତ ଭଲ ବୋଲି ବିବେଚନା କରାଯାଏ।
ट्रेन्डिंग फोटोज़